Home ଓଡ଼ିଶା ଓଡିଶାକୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ୩୩୩୮କୋଟି ‘ଫୋନୀ’ ସହାୟତା : ମୋଦି ସରକାରଙ୍କ ଜନ କୈନ୍ଦ୍ରିକ...

ଓଡିଶାକୁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ୩୩୩୮କୋଟି ‘ଫୋନୀ’ ସହାୟତା : ମୋଦି ସରକାରଙ୍କ ଜନ କୈନ୍ଦ୍ରିକ ନିର୍ଣ୍ଣୟ ଓଡିଶାବାସୀଙ୍କ ପାଇଁ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି – ଧର୍ମେନ୍ଦ୍ର ପ୍ରଧାନ

110

– ଅତିରିକ୍ତ ଆର୍ଥିକ ସହାୟତାକୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଲେ
– କେନ୍ଦ୍ର ସରକାରଙ୍କ ଅତିରିକ୍ତ ଆର୍ଥିକ ସହାୟତା ଓଡିଶାର ଲୋକମାନଙ୍କ ପାଇଁ ରିଲିଫ୍ ଓ ପୁନଃ ଥଇଥାନ କାମକୁ ତ୍ୱରାନ୍ୱିତ କରିବ
– ‘ଫୋନି’ର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କୁ ୩୪୦ କୋଟି ଟଙ୍କାର ଅଗ୍ରୀମ ରାଶି ପ୍ରଦାନ କରାଯାଇଥିଲା
– ୬ ମଇ ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦି ‘ଫୋନି’ ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ୧ ହଜାର କୋଟି ଟଙ୍କାର ତ୍ୱରିତ ସହାୟତା ରାଶି ଘୋଷଣା କରିଥିଲେ
– ଫୋନି’ରେ ଲୋକଙ୍କ ମୁହଁରୁ ହଜିଯାଇଥିବା ହସ ପୁଣି ଥରେ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କଟିବଦ୍ଧ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୦ (ଓଡ଼ିଆ ପୁଅ) – ଚଳିତବର୍ଷ ବାତ୍ୟା ‘ଫୋନି’ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡିଶାର ଜନସାଧାରଣଙ୍କ ପୁନରୁଦ୍ଧାର ଓ ଜୀବନଜୀବିକା ପାଇଁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତାକୁ ମଞ୍ଜୁରୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କିମିଟିକୁ ସାମାଜିକ ଗଣମାଧ୍ୟମରେ ଧନ୍ୟବାଦ ଜଣାଇବା ସହ ମୋଦି ସରକାରଙ୍କ ଜନ କୈନ୍ଦ୍ରିକ ନିର୍ଣ୍ଣୟ ଓଡିଶାବାସୀଙ୍କ ପାଇଁ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବାତ୍ୟା ‘ଫୋନୀ’ ଦ୍ୱାରା ପ୍ରଭାବିତ ଓଡିଶାର ଲୋକମାନଙ୍କ ପାଇଁ ରିଲିଫ୍ ଓ ପୁନଃ ଥଇଥାନ କାମକୁ ରାଷ୍ଟ୍ରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍ଡିଆର୍ଏଫ୍)ରୁ ୩୩୩୮.୨୨ କୋଟି ଟଙ୍କା ମଞ୍ଜୁରୀ ଏହି କାମକୁ ତ୍ୱରାନ୍ୱିତ କରିବ। କେନ୍ଦ୍ର ସରକାରଙ୍କ ଏହି ଆର୍ଥିକ ସହାୟତା ପୂର୍ବାପେକ୍ଷା ଅଧିକ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ ସାମୁଦ୍ରିକ ବାତ୍ୟା ‘ଫୋନିର’ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ୩୪୦ କୋଟି ଟଙ୍କାର ଅଗ୍ରୀମ ରାଶି ପ୍ରଦାନ କରାଯାଇଥିଲା। ଏହା ପରେ ୬ ମଇ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫୋନି’ ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ୧ ହଜାର କୋଟି ଟଙ୍କାର ତ୍ୱରିତ ସହାୟତା ରାଶି ଘୋଷଣା କରିଥିଲେ।

ବାତ୍ୟା ‘ଫୋନି’ରେ ଲୋକଙ୍କ ମୁହଁରୁ ହଜିଯାଇଥିବା ହସ ପୁଣି ଥରେ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି କଟିବଦ୍ଧ। ଓଡିଶା ପୁଣି ନିଜ ଗୋଡରେ ଠିଆ ହେବା ପାଇଁ କେନ୍ଦ୍ର ସରକାର ଏହି ସହାୟତା ଯୋଗାଇ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.