Home ଆନ୍ତର୍ଜାତୀୟ ଜାକିର ନାଇକ ପ୍ରସଙ୍ଗ ଉଠାଇଲେ ମୋଦି

ଜାକିର ନାଇକ ପ୍ରସଙ୍ଗ ଉଠାଇଲେ ମୋଦି

521

ନୂଆଦିଲ୍ଲୀ,୦୫/୦୯,(ଓଡ଼ିଆ ପୁଅ ପି ନାଏକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷ ଗସ୍ତର ଆଜି ଦ୍ୱିତୀୟ ଦିନ । ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମୋହମ୍ମଦଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଏହି ଦ୍ୱିପାକ୍ଷିକ ବାର୍ତ୍ତା ବେଳେ ଜାକିର ନାଇକ ପ୍ରସଙ୍ଗ ଉଠାଇଛନ୍ତି ମୋଦି । ଦୁଇ ଦେଶର ଅଧିକାରୀ ଏହି ମାମଲାରେ ଲଗାତର ସଂପର୍କରେ ରହିବେ ବୋଲି ନିଷ୍ପତ୍ତି ହୋଇଛି । ଜାକିର ନାଇକଙ୍କୁ ଭାରତ ଆଣିବା ପାଇଁ ଅନେକ ପ୍ରୟାସ କରାଯାଉଛି । ଏହା ସହ ଆଜି ପ୍ରଧାନମନ୍ତ୍ରୀ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିଛନ୍ତି ।

ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଖୁବ୍‌ ଶୀଘ୍ର ସିଞ୍ଜୋ ଆବେ ଭାରତ ଗସ୍ତରେ ଆସିବେ । ଦୁଇ ଦେଶ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ହେବ । ଏଥିରେ ବିଦେଶ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ସାମିଲ ହେବେ । ଏହା ସହ ପ୍ରଧାନମନ୍ତ୍ରୀ ଆଜି ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମ୍‌ରେ ଭାଗ ନେବେ । ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.