Home ଓଡ଼ିଶା ଜଳୁନି ହାଇମାସ୍କ ଲାଇଟ୍ ରଣପୁରରେ ଅନ୍ଧାରି ରାଜ୍

ଜଳୁନି ହାଇମାସ୍କ ଲାଇଟ୍ ରଣପୁରରେ ଅନ୍ଧାରି ରାଜ୍

55

ରଣପୁର (ଓଡିଆ ପୁଅ ଦେବୀପ୍ରସାଦ ଆଚାର୍ଯ୍ୟ)୧/୭-ନୟାଗଡ ଜିଲ୍ଲା ରଣପୁର ଏନ୍ ଏ ସି କୁ ୫ବର୍ଷ ପୂରି ୬ବର୍ଷ ହେବାକୁ ବସିଲାଣି  ା ଏତେ ବର୍ଷ  ହେଲା ରଣପୁରକୁ ଏନ୍ ଏ ସି ଘୋଷଣା ହୋଇଥିଲେ ମଧ୍ୟ ସେଭଳି କୈାଣସି ଆଖି ଦୃଷ୍ଟିଆ ଉନ୍ନତି ହୋଇନାହିଁ । ଆଲୋକୀକରଣ,ଡ୍ରେନ୍ ସଫା,ଡ୍ରେନ୍ ର୍ନିମାଣ ଆଦି କ୍ଷେତ୍ରରେ ବହୁ ପଛରେ ପଡିଅଛି । ରଣପୁର ପଂଚୁଦୋଳ ପଡିଆ ରଣପୁରର ଏକ ପ୍ରମୁଖ ସ୍ଥାନ ।ସେଠାରେ ଥିବା ଆଲୋକୀ କରଣ ବ୍ୟବସ୍ଥା କହିଲେ ନସରେ । ଯାହାଫଳରେ ଅନ୍ଧାରି ରାଜ୍ କରୁଛି । ଏକ ଅଳ୍ପ ଉଚ୍ଚତା ବିଶିଷ୍ଟ  ହାଇମାସ୍କ ଲାଇଟ୍ ପୋଷ୍ଟ ରହିଅଛି । ଯାହାକି ବର୍ଷ ବର୍ଷ ଧରି ଜଳୁନାହିଁ । ଫଳରେ ପ୍ରମୁଖ ସ୍ଥାନ ପଂଚୁଦୋଳ ପଡିଆ ଅନ୍ଧାରରେ ରହୁଅଛି ।

ଆପଦବିପଦରେ ଲୋକମାନେ ପଂଚୁଦୋଳ ପଡିଆରେ ଥିବା ଥାନା ଓ ଡାକ୍ତରଖାନାକୁ ଯାଇଥାନ୍ତି । ଅନ୍ଧାର ହେତୁ ବହୁ ଅସୁବିଧା ଭୋଗ କରନ୍ତି । ଏ ସଂପର୍କେ ରଣପୁର ଏନ୍ ଏ ସି କାର୍ଯ୍ୟର୍ନିବାହୀ ଅଧିକାରୀ ତାପସ ବିସି ଙ୍କ ସହ ଯୋଗାଯୋଗ କରିବାରୁ କୁହନ୍ତି ସେଠାରେ ଥିବା ହାଇମାସ୍କ ଲାଇଟ୍‌ଟି ଅଳ୍ପ ଉଚ୍ଚତା ବିଶିଷ୍ଟ ରହିଅଛି । ଯାହାକି ସଂପୂର୍ଣ୍ଣ ଆଲୋକୀକରଣ ହୋଇପାରୁ ନଥିଲା । ସେଠାରେ ଏକ ଉଚ୍ଚତା ବିଶିଷ୍ଟ ହାଇମାସ୍କ ଲାଇଟ୍‌ର ବନ୍ଦୋବସ୍ତ କରାଯିବ । ତା ପୂର୍ବରୁ ପୁରୁଣା ହାଇମାସ୍କ ଲାଇଟ୍‌ଟି ମରାମତି କରାଯିବ । ଏ ସଂପର୍କେ ନୟାଗଡ ଜିଲ୍ଲା ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.