Home ଓଡ଼ିଶା ବିଜେଡି ସଙ୍ଗଠନରେ ପରିବର୍ତ୍ତନ ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସମ୍ପାଦକ

ବିଜେଡି ସଙ୍ଗଠନରେ ପରିବର୍ତ୍ତନ ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି, ଜଣେ ସାଧାରଣ ସମ୍ପାଦକ

106

ଭୁବନେଶ୍ଵର: ବିଜୁ ଜନତା ଦଳ (ବିଜେଡି) ସଙ୍ଗଠନରେ ପରିବର୍ତ୍ତନ ହୋଇ ୮ ଜଣ ବରିଷ୍ଠ ଉପସଭାପତି, ବିଭିନ୍ନ ବିଭାଗ ପାଇଁ ୯ ଜଣ ଉପସଭାପତି ଏବଂ ଜଣେ ସାଧାରଣ ସମ୍ପାଦକଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବରିଷ୍ଠ ଉପସଭାପତି ତାଲିକାରେ ଅଛନ୍ତି ଅନଙ୍ଗ ଉଦୟ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟଶାଣୀ, ପ୍ରଫୁଲ ସାମଲ, ବିଜୟଶ୍ରୀ ରାଉତରାୟ, ଲାଲ ବିହାରୀ ହିମିରିକା, ଅନନ୍ତ ଦାସ ଏବଂ ବିମ୍ବାଧର କୁମାର।

ସେହିଭଳି ବିଭିନ୍ନ କ୍ଷେତ୍ର ପାଇଁ ଉପସଭାପତି ଭାବେ ୯ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ମଙ୍ଗଳ କିସାନଙ୍କୁ ଜନଜାତି ଶସକ୍ତିକରଣ ଏବଂ ସଂଖ୍ୟାଲଘୁ ବ୍ୟାପାର, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଏବଂ ମାନବ ସମ୍ବଳ ବିକାଶ, ଦେବୀ ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା- ମୋ ପରିବାର, ବିକ୍ରମ କେଶରୀ ଆରୁଖଙ୍କୁ ପରିବେଶ, ଉଷା ଦେବୀଙ୍କୁ ସାମାଜିକ ବିକାଶ, ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ବଦ୍ରି ନାରାୟଣ ପାତ୍ରଙ୍କୁ ଆଞ୍ଚଳିକ ବିକାଶ, ପ୍ରଦୀପ କୁମାର ଅମାତଙ୍କୁ ସଶକ୍ତ ଓଡ଼ିଶା ଏବଂ ପଦ୍ମନାଭ ବେହେରାଙ୍କୁ ଅନୁସୂଚିତ ଜାତି ବିକାଶ ଉପସଭାପତି ଭାବରେ ଦାୟିତ୍ୱ ଦିଆଯାଇଛି। ସଞ୍ଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.