Home ଓଡ଼ିଶା ଜଳାଭାବ ଦୂରକରିବା ପାଇଁ ସବୁ ବ୍ଲକରେ ଚେକ ଡ଼େମ ନିର୍ମାଣ କରାଯିବ

ଜଳାଭାବ ଦୂରକରିବା ପାଇଁ ସବୁ ବ୍ଲକରେ ଚେକ ଡ଼େମ ନିର୍ମାଣ କରାଯିବ

163

ସମ୍ବଲପୁର, ୨୮/୭ (ଓଡ଼ିଆ ପୁଅ) ଚଳିତ ଖରିଫ ଋତୁରେ ଚାଷ ପାଇଁ ଜଳାଭାବକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତାନରେ ବୋହି ଯାଉଥିବା ନାଳ ଉପରେ ଚେକ ଡେମ ନିର୍ମାଣ କରାଯିବ। ପ୍ରଥମ ଦଫାରେ ଜଲ୍ଲାର ଜମନକିରା ବ୍ଲକର ନାଳ ମାନଙ୍କ ଉପରେ ଏହି ଚେକ ଡ଼େମ ନିର୍ମାଣ କରାଯିବ। ଜିଲ୍ଲାର ନଅଟି ଯାକ ବ୍ଲକରେ ନାଳ ଚିହ୍ନଟ କରାଯାଇ ଯେତେ ସଂଖ୍ୟାରେ ସମ୍ବବ ଚେକଡ଼େମ ବିକଶିତ କରାଯାଇ ଅଭାବ ସମୟରେ ଜଳ ସଂରକ୍ଷଣ ପାଇଁ ଏଗୁଡ଼ିକର ଜଳକୁ ବ୍ୟବହାର କରାଯିବାକୁ ନିଷ୍ପତି ନିଆଯାଇଛି। ମୈାସୂମୀର ବିଳମ୍ବିତ ଆଗମନ ସ୍ତିତିରେ ଜଳସେଚନ ଲକ୍ଷ୍ୟ ନେଇ ଏହି ଚେକ ଡ଼େମ ଦ୍ୱାରା ଜଳକୁ ବାଂଧି ରଖିବାକୁ ପ୍ରଶାସନ ନିଷ୍ପତି ନେଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ତାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଜମନକିରା ବ୍ଲକର ନାଳ ଗୁଡ଼ିକରେ ଥିବା ଚେକ ଡ଼େମ ମାନଙ୍କ ପାଇଁ ଉପଯୁକ୍ତ ଜାଗା ନିରୂପଣ କରି ଯେତେ ଶୀଘ୍ର ସମ୍ବବ ସର୍ଭେ ରିପୋର୍ଟ ଦାଖଲ କରିବା ପାଇଁ ଜଳ ସେଚନ ବିଭାଗକୁ କୁହାଯାଇଛି। ଏହିପରି ଅନ୍ୟ ବ୍ଲକରେ ମଧ୍ୟ ଏହି କାମ କରାଯିବ ବୋଲି ସେ କହିଛନ୍ତି। ଅନିୟମିତ ଓ ସ୍ୱଳ୍ପବୃଷ୍ଟି ପାତ ଯୋଗୁ ଚାଷୀ ମାନେ ରବି ଋତୁ କଥା ଦୂରେ ଥାଉ ଖରିଫ ଫସଲ ସମୟରେ ମଧ୍ୟ ଉତ୍କଟ ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି ଭଳି ପରିସ୍ତିତି ପ୍ରାୟତ ଦେକାଯାଉଛି। ଏଥିଯୋଗୁ ଚାଷ କାର୍ଯ୍ୟ ବିଳମ୍ବ କିମ୍ବା ବ୍ୟାହତ ହେଉଛି। ଜିଲ୍ଲାରେ ୧ ଲକ୍ଷ ୯୩ ହଜାର ୬୭୪ ହେକ୍ଟର ଚାଷ ଜମି ରହିଛି। ଏଥିରୁ କମ ପରିମାଣର ଜମ ଜଳସେଚିତ ଅଟେ। ଅଣଜଳସେଚିତ ଇଲାକାରେ ଚାଷ ପାଇଁ ବର୍ଷା ହିଁ ଏକମାତ୍ର ଭରଷା। ଜିଲ୍ଲାରେ ୧ ଲକ୍ଷ ଆଠ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଏ। ଧାନ ଫସଲ ପାଇଁ ପର୍ଯ୍ୟାପ୍ତ ଜଳ ଦରକାର। ତେବେ ପ୍ର୍ ଶାସନର ଏହି ଜଳ ଅମଳ ପଦକ୍ଷେପ ତୁରନ୍ତ କାର୍ଯ୍ୟକ୍ଷମ ହେଲେ ଚଳିତ ବର୍ଷ ଠାରୁ ଚାଷପାଇଁ ବିକଳ୍ପ ଜଳ ସ୍ରୋତ ଉପଲବ୍ଦ ହୋଇପାରିବ। କାରଣ ଚେକ ଡ଼େମ ଚାଷ ସକାଶେ ଭଲ ଜଳ ଉତ୍ସ ଅଟେ। ଏହା ଭୂତଳ ଜଳସ୍ତରକୁ ମଧ୍ୟ ସହାୟକ ହୋଇଥାଏ। ସୂଚନା ଯୋଗ୍ୟ ଯେ, ଚଳିତ ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ହେତୁ ଚାଷ କାମ ଗୁରୁତର ଭାବେ ପ୍ରଭାବିତ ହେଲାଣି। ଉଭୟ ପ୍ରତ୍ୟାରୋପଣ ଓ ବୁଣା ପଦ୍ଦତି ହେଉଥିବା ଚାଷ ବ୍ୟାହତ ହୋଇଛି। ଚଳିତ ବର୍ଷ ଜୁଲାଇ ମାସ ୨୯ ତାରିଖ ସୁଦ୍ଦା ପାଖାପାଖି ୨୮୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ହେଲେ ଜୁଲାଇ ମାସ ଜିଲ୍ଲାରେ ସ୍ୱାଭାବିକ ଭାବେ ୪୮୮ ମିଲିମିଟର ବର୍ଷା ହୋଇଥାଏ। ସେହିଭଳି ଜୁନ ମାସରେ ଜିଲ୍ଲାରେ ହାରାହାରୀ ୨୨୧ ମିଲିମିଟର ବର୍ଷା ହେବା କଥା। ହେଲେ ଏଥର ମାତ୍ର ୧୪୦.୩୨ ମିମି ବର୍ଷା ରେକର୍ଡ଼ କରାଯାଇଛି। ଧାରା ଶ୍ରାବଣ ମାସରେ ପୋଖରୀ, କଟା, ବଂଧ ପ୍ରଭୃତି ଜଳାଶୟର ପାଣି ଟପଟପ ରହିବା କଥା ହେଲେ, ଏସବୁ ପାରମ୍ପାରିକ ଜଳ ଉତ୍ସର ସ୍ତିତି କଥା ଦୂରେ ଥାଉ ହୀରାକୁଦ ଡ଼େମ ସହିତ ଅନ୍ୟାନ୍ୟ ସେଚ ପ୍ରକଳ୍ପଗୁଡ଼ିକର ଜଳସ୍ତର ବଢିପାରି ନାହିଁ। ଯଦ୍ୱାରା ଚାଷୀ ମାନେ ବକଳ୍ପ ବ୍ୟବସ୍ତା ମଧ୍ୟ କରିପାରିନାହାଁନ୍ତି। ତେବେ ଗତକାଲି ଠାରୁ ଆରମ୍ବ ହୋଇଥିବା ବର୍ଷା ଜାରୀ ରହିଲେ ଖରିଫ ଫସଲକୁ ସହାୟକ ହେବ ବୋଲି ଚାଷୀ ମାନେ ଆଶା ବାଂଧିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.