Home ଓଡ଼ିଶା ସ୍କୋର୍ପିଓ ସହ ୪୦ କେଜି ଗଞ୍ଜେଇ ଜବତ

ସ୍କୋର୍ପିଓ ସହ ୪୦ କେଜି ଗଞ୍ଜେଇ ଜବତ

121

କୋରାପୁଟ : ୩୦/୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ଲୋମତାପୁଟ ଠାରୁ ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ମାଛକୁଣ୍ଡ ପୋଲିସକୁ ମିଳିଛି ବଡ଼ ସପଳତା। ୪୦କେଜି ଗଞ୍ଜେଇ ସହ ସ୍କୋର୍ପିଓ ଗାଡ଼ି ଜବତ କରିଛି ମାଛକୁଣ୍ଡ ପୋଲିସ। ଗାଡ଼ି ଛାଡ଼ି ମାଫିଆମାନେ ଘଟଣାସ୍ଥଳରୁ ପେରାର ହୋଇଯାଇଥିଲେ। ଗାଡ଼ି ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ଖବର ଅନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ ଗତକାଲି ପାହାନ୍ତିଆରେ ମାଛକୁଣ୍ଡ ପୋଲିସ ଲୋମତାପୁଟ ନିକଟରେ ପେଟ୍ରୋଲିଙ୍ଗ କରୁଥିଲେ।ଏହି ସମୟରେ ଏକ ସ୍କୋର୍ପିଓ ଗାଡି (ୟୁପି ୭୦ ଏପି ୩୧୧୩) କୁ ସନ୍ଦେହ କରି ଅଟକାଇ ବାରୁ। ପୋଲିସ ଦେଖି ଗାଡିଟି ଦ୍ରୁତ ଗତିରେ ଚାଲିଯାଇଥିଲା। ମାଛ କୁଣ୍ଡ ପୋଲିସ ସଙ୍ଗେ ସଙ୍ଗେ ଗାଡ଼ିଟିକୁ ପିଛା କରିଥିଲା ଗାଡିଟି ଦ୍ରୁତ ଗତିରେ ଯାଉଥିବାବେଳେ ପାଡୁଆଥାନା ଅନ୍ତର୍ଗତ ବାଡେଲ ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ହେବା ପରେ ଅଭିଯୁକ୍ତ ମାନେ ସେହି ସ୍ଥାନରୁ ପେରାର ହୋଇଯାଇଥିଲେ।ପୋଲିସ ଗାଡ଼ି ନିକଟରେ ପହଁଚି ଯାଞ୍ଚ କରିଥିଲେ।ଯାଂଚବେଳେ।ତେଲ ଟାଙ୍କି ତଳେ ଥିବା ଏକ ସ୍ୱତନ୍ତ୍ରବକ୍ସରେ ଗଞ୍ଜେଇ ଥିବା ଜଣା ପଡିଥିଲା।ଦୁର୍ଘଟଣା ରେ ସ୍କୋର୍ପିଓ ଆଗ ପଛ ପଟ ନଷ୍ଟ ହୋଇଯାଇଛି। ମାଛକୁଣ୍ଡ ପୋଲିସ ସ୍କୋର୍ପିଓ ଗାଡ଼ିକୁ ଜବତ କରି ଟ୍ରାକ୍ଟର ସାହଯ୍ୟରେ ଥାନା ପରିସରକୁ ଆଣି ଗଞ୍ଜେଇ ଜବତ କରି ଓଜନ କରିବାରୁ ୪୦କେଜି ଗଞ୍ଜେଇ ଥିବା ଜଣାପଡିଛି। ଜବତ ଗଞ୍ଜେଇର ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ଥାନାରେ ଏକ ଏନ୍ଡ଼ିପିସି କେସ ରୁଜୁ କରାଯାଇଛି। ତଦନ୍ତ ଚାଲୁ ରହିଥିବା ପୋଲିସ ସୁତ୍ରରୁ ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.