Home ଜିଲ୍ଲା ପରିକ୍ରମା ଜନତା ସେବା କେନ୍ଦ୍ର ତରଫରୁ କମ୍ବଳ ବଣ୍ଟନ

ଜନତା ସେବା କେନ୍ଦ୍ର ତରଫରୁ କମ୍ବଳ ବଣ୍ଟନ

9

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନତା ସେବା କେନ୍ଦ୍ର, ଚରମ୍ପା କାର୍ଯ୍ୟାଳୟ ପରିସରରେ ବଡଦିନ ଅବସରରେ ଗରିବ ନିଃସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସେବା କେନ୍ଦ୍ରର ସଭାପତି ବିଶ୍ୱନାଥ ଅଗ୍ରୱାଲଙ୍କ ଉଦ୍ୟମରେ କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ନିରାକାର ଜେନାଙ୍କ ପୌରୋହିତ୍ୟରେ ଡଗରାସାହି, ବଉଳପୋଖରୀ, ବାଲାଜୀ ସାହି, ନୂଆପୋଖରୀ, ବରାଳପୋଖରୀ, ଥୋରଦା, ରମ୍ଭିଳା ପ୍ରଭୃତି ଗ୍ରାମମାନଙ୍କରୁ ଆସିଥିବା ଗରିବ ଅସହାୟ ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା । ଏହି ଅବସରରେ ୫୦ ଜଣଙ୍କୁ କମ୍ବଳ ଦିଆ ଯାଇଥିଲା । ଆଗାମୀ ଦିନରେ ଏହି ସେବାକେନ୍ଦ୍ର ପକ୍ଷରୁ ଗରିବ ଅସହାୟଙ୍କ ପାଇଁ ଆହୁରି ସେବା ମୂଳକ କାର୍ଯ୍ୟ କରାଯିବ ବୋଲି ଉତ୍ସବରେ ଯୋଗ ଦେଇଥିବା ସେବା କେନ୍ଦ୍ରର ସଦସ୍ୟ ଓ କର୍ମକର୍ତ୍ତା ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପଦେଷ୍ଟା କୁଳମଣି ବେହେରା, ସମ୍ପାଦକ ଲକ୍ଷ୍ମୀଧର ଦାସ, ସହସମ୍ପାଦକ ରମେଶ ପ୍ରସାଦ ମହାନ୍ତି, କୋଷାଧ୍ୟକ୍ଷ ରତ୍ନାକର ହାତୀ, ସଦସ୍ୟ କହ୍ନେଇ ଚରଣ ମହାପାତ୍ର, ସୁଶାନ୍ତ ଚୌଧୁରୀ, ସୁବ୍ରତ ଦାସ, ଆପା ରାଓ, ନରେନ୍ଦ୍ର ସାହୁ, ଗୟାଧର ସାହୁ, ବାବୁଲି ସାହୁ, ଶେଖ୍ ଚାନ୍ଦ, ମହେଶ ଗୁପ୍ତା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.