Home ଜିଲ୍ଲା ପରିକ୍ରମା ଆଦିବାସୀ ସାହିରେ କମ୍ବଳ ବିତରଣ

ଆଦିବାସୀ ସାହିରେ କମ୍ବଳ ବିତରଣ

34

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତ ଭୂତିଆ ଆଦିବାସୀ ସାହିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କମ୍ବଳ ବିତରଣ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାତରରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳନ ଅବସରରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଶୀତଜାଡରୁ ରକ୍ଷା ପାଇବା ପାଇଁ କମ୍ବଳ ବିତରଣ କରାଯାଇଥିଲା । ଯୁବ ନେତା ସ୍ୱରାଜ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ମହାପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ତପସ୍ୱନୀ ମହାପାତ୍ର, ଭଗବାନ ସାମଲ, କ୍ଷୀରୋଦ ରାୟ, ସମୀର ରାଉତ, କୃପାସିନ୍ଧୁ ବାରିକ ପ୍ରମୁଖ ଯୋଗଦେଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.