Home ଅପରାଧ ଚୋରର ପ୍ଲାନ୍ ଭଣ୍ଡୁର

ଚୋରର ପ୍ଲାନ୍ ଭଣ୍ଡୁର

146

କନ୍ଧମାଳ,୨୯/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପୋଲିସ ଓ ଚୋର ମଧ୍ୟରେ ଛକାପଞ୍ଝା। କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।

ଗତକାଲି ଏଟିଏମ ଚୋରି ମାମଲାରେ ଗିରଫ୍ ହୋଇଥିବା ପ୍ରଭାକର ପ୍ରଧାନ ନାମକ ଜଣେ ଅଭିଯୁକ୍ତକୁ ଫୁଲବାଣୀ କୋର୍ଟରେ ହାଜିର କରିବା ପାଇଁ ଖଜୁରୀପଡ଼ା ଥାନାର ଦୁଇ ପୋଲିସ କର୍ମଚାରୀ ଅଗସ୍ଥି ପାତ୍ର ଓ ସୁରେନ୍ଦ୍ର ଗଣ୍ଡା ଏକ ବାଇକ୍ ରେ ବସାଇ ଆଣୁଥିବା ବେଳେ ଏହାର ସୁଯୋଗ ନେଇ ଚୋର ବାଇକ ଚଲାଉଥିବା କନେଷ୍ଟବଳ ମୁହଁରେ ଗାମୁଛା ପକାଇ ଚମ୍ପଟ ମାରିବାକୁ ବସିଥିଲା ।

କିନ୍ତୁ ଦୁର୍ଭାଗ୍ୟକୁ ସେ ଏଥିରେ ସଫଳ ହୋଇପାରିନଥିଲା । ସେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ତାକୁ ମାଡ଼ିବସି କାବୁ କରିନେଇଥିଲେ । ଅଭିଯୁକ୍ତ ଜଣକ ଜଣେ ପେସାଦାର ଚୋର ହୋଇଥିବା ବେଳେ ତାକୁ କିପରି ବାଇକରେ ପଠା ଯାଉଥିଲା ତାହା ଏବେ ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.