Home ଜିଲ୍ଲା ପରିକ୍ରମା ଚାଷୀବାପାଙ୍କ ମୁହଁରେ ହସ କମାଲ ଦେଖାଇଲେ ଦିବ୍ୟାଙ୍ଗ ଛାତ୍ରୀ ମଞ୍ଜୁ

ଚାଷୀବାପାଙ୍କ ମୁହଁରେ ହସ କମାଲ ଦେଖାଇଲେ ଦିବ୍ୟାଙ୍ଗ ଛାତ୍ରୀ ମଞ୍ଜୁ

512

ଖଇରା, ୮/୬/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ୭ଜଣ ଛାତ୍ରଛାତ୍ରୀ ନବୋଦୟ ପରୀକ୍ଷାରେ ଉତ୍ତୀଣ୍ଣ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ରାଇକୁଳା ମୌଳିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ ମଞ୍ଜୁ ବେହେରା। ସେ ଶତକଡା ୭୫ପ୍ରତିଶତ ମାର୍କରଖି ଏହି ଯୋଗ୍ୟତା ହାସଲ କରିଛନ୍ତି। ରାଇକୁଳା ଗ୍ରାମର ବାପା ରାମଚନ୍ଦ୍ର ଓ ମା ଅତଶିଙ୍କର ବଡଝିଅ ଜନ୍ମ ପରେ ଦିବ୍ୟାଙ୍ଗ (ଗୋଡ ଛୋଟ)ହୋଇଥିବାର ଜାଣି ମାବାପାଙ୍କର ଦୁଃଖ ବଢି ଯାଇଥିଲା। ସେହି ଦୁଃଖ ମଧ୍ୟରେ ସେ ନିକଟସ୍ଥ ରାଇକୁଳା ମୌଳିକ ବିଦ୍ୟାଳୟରେ ନାମ ଲେଖାଇଥିଲେ। ପ୍ରଥମ ଶ୍ରେଣୀରୁ ସେ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ବ୍ଲକ ସ୍ତରରେ ପ୍ରଥମ ହୋଇ ନିଜର ପାରଦର୍ଶୀତା ଦେଖାଇଥିଲେ। ଏ ସମ୍ପର୍କରେ ମା ଅତଶୀଙ୍କୁ ଯୋଗାଯୋଗ କରିବାରେ ତାଙ୍କର ଇଛା ଝିଅଟି ଡାକ୍ତର ହୋଇ ରୋଗୀ ସେବା କରୁ। ବାପାଙ୍କର ମାତ୍ର ୪ଗୁଣ୍ଠ ଜମିଥିବା ବେଳେ ସେ ଭାଗଚାଷ କରି ପରିବାର ପୋଷଣ କରୁଥିଲେ। ଝିଅ ନବେଦୟ ପାଇବା ଖବର ତାଙ୍କୁ ମିଳିବା ପରେ ସେ ଖୁସିରେ ଆତ୍ମହରା ହୋଇ ପଡିଥିଲେ ବୋଲି କହିଛନ୍ତି। ମା ଅତଶୀ ଝିଅ ପାଠପଢାରେ ସହଯୋଗ ପାଇଁ ଗୋଷ୍ଠୀ ସମବଳ ଶିକ୍ଷକ ମନୋଜ ମହାପାତ୍ର ଓ ଭାଗିରଥି ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.