Home ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ

ପ୍ରଦେଶ କଂଗ୍ରେସ ସେବାଦଳର ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ

183

ଭୁବନେଶ୍ୱର ୭.୬ (ଓଡ଼ିଆ ପୁଅ) – ଆଜି ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳର ନିର୍ବାଚନ ସମୀକ୍ଷା ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ସେବାଦଳ ରାଜ୍ୟ ମୁଖ୍ୟ ସଂଗଠକ ବିରେନ୍ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ଦେଶରେ ଗତ ନିର୍ବାଚନ ଏକ ଭିନ୍ନ ବିଚାରଧାରାରେ ହୋଇଛି। କେନ୍ଦ୍ରର ବିଜେପି ସରକାର ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରିଛନ୍ତି। ପାକିସ୍ଥାନ ବିରୁଦ୍ଧରେ ମୋଦି ସ୍ୱର ଉତୋଳନ କରି ଜନମତକୁ ବିଭ୍ରାନ୍ତ କରିଛନ୍ତି। ଯାହା ଭବିଷ୍ୟତରେ ଭାରତର ଗଣତନ୍ତ୍ର ପ୍ରତି ବିପଦ ଅଟେ। ସେହିଭଳି ଓଡିଶାରେ ବିଜେଡି ଦଳ ସରକାରୀ କଳ, ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ନିର୍ବାଚନକୁ ହାତେଇବାରେ ସକ୍ଷମ ହୋଇଛି। ରାଜ୍ୟରେ ସେବାଦଳ ପୂର୍ବଭଳି ସଂଗଠିତ ହୋଇ କାର୍ଯ୍ୟ କରିବା ପାଇଁ ନିର୍ବାଚନମଣ୍ଡଳୀ ସ୍ତରୀୟ ପ୍ରଶିକ୍ଷଣ ଶିବିରମାନ ଅନୁଷ୍ଠିତ ହେବା ଦରକାର ବୋଲି ସେ ପ୍ରକାଶ କରିଥିଲେ।

ବୈଠକରେ ଉପସ୍ଥିତ ନେତୃମଣ୍ଡଳୀ ବକ୍ତବ୍ୟରେ କହିଥିଲେ ଯେ, ଗତ ନିର୍ବାଚନରେ ଖୁବ୍ କମ୍ ସ୍ଥାନରେ ଦଳୀୟ ପ୍ରାର୍ଥୀମାନେ ସେବାଦଳର କର୍ମୀମାନଙ୍କୁ ବିଶ୍ୱାସକୁ ନେଇ ନିର୍ବାଚନ କାର୍ଯ୍ୟରେ ସାମିଲ କରାଇଥିବା ବେଳେ ବହୁ ସ୍ଥାନରେ ସେବାଦଳକୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିଥିଲେ ଯାହା ଅତ୍ୟନ୍ତ କ୍ଷୋଭର ବିଷୟ। ବାରମ୍ବାର ଦାବି ସତ୍ୱେ ଗତ ନିର୍ବାଚନରେ ସେବାଦଳର କାହାକୁ ପ୍ରାର୍ଥୀ କରାଯାଇ ନାହିଁ ବୋଲି ବୈଠକରେ ଦୁଃଖ ପ୍ରକାଶ ପାଇଥିଲା। ଗତ ନିର୍ବାଚନର ବିବରଣୀ ସେବାଦଳ ପକ୍ଷରୁ ଏଆଇସିସି କର୍ମକର୍ତା, ଅଖିଳ ଭାରତ କଂଗ୍ରେସ ସେବାଦଳ ଓ ରାଜ୍ୟ ତଥ୍ୟ ଅନୁଧ୍ୟାନ କମିଟିର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ବୈଠକର ପ୍ରାରମ୍ଭରେ ବନ୍ଦେ ମାତରମ୍ ଗାନ କରାଯିବା ସହ ଶେଷରେ ଜାତୀୟ ସଂଗୀତ ଗାନ କରାଯାଇ ବୈଠକ ସାଂଗ କରାଯାଇଥିଲା। ବୈଠକ ଶେଷରେ ରାଜ୍ୟ ସେବାଦଳ ମହିଳା ସଂଗଠିକା ଉଷାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ବୈଠକରେ ସେବାଦଳ ରାଜ୍ୟ କର୍ମକର୍ତା, ଜିଲ୍ଲା ମୁଖ୍ୟ ସଂଗଠକ ଓ ସଂଗଠିକା ସର୍ବଶ୍ରୀ ଜ୍ୟୋତିଷ କୁମାର ସାହୁ, ନିଲେଶ ପାତ୍ର, ମହମ୍ମଦ ଶାହାଦୁଲ୍ଲା, କୁଳମଣି ସାହୁ, ରଂଜିତା ମଲ୍ଲିକ, ମୂରଲୀ ଯାଦବ, ଜୟଦେବ ପରିଡା, ଛବି ମହାନ୍ତି, ବିରେନ୍ଦ୍ର ମହନ୍ତ, ନିରୁପମା ଜଗତ, ଲଳିତ କୁମାର ସାହୁ, ସୁବାଷ ମଲ୍ଲିକ, ବାଲାଜୀ ମାଦଳା, ଜାନକୀ ବଲ୍ଲଭ ରାଉତ ଓ କିଶୋର କପୁର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.