Home ଜିଲ୍ଲା ପରିକ୍ରମା ବେଗୁନିଆ ୟୁଜିୟୁପିକୁ ମିଳିଲା ପ୍ରକୃତିମିତ୍ର ସମ୍ମାନ

ବେଗୁନିଆ ୟୁଜିୟୁପିକୁ ମିଳିଲା ପ୍ରକୃତିମିତ୍ର ସମ୍ମାନ

150

ଖଇରା, ୮/୬/୨୦୧୯(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଅଧୀନ ବେଗୁନିଆ ୟୁଜିୟୁପି ସ୍କୁଲକୁ ଓଡିଶା ସରକାରଙ୍କ ତରଫରୁ ପ୍ରକୃତିମିତ୍ର ସମ୍ମାନ ପ୍ରଦାନ କରାଯାଇଛି। ଏହି ଘଟଣାରେ ସ୍କୁଲ ଛାତ୍ରୀଛାତ୍ର ଅବିଭାବିକା ଅବିଭାବକ, ଶିକ୍ଷୟତ୍ରୀଶିକ୍ଷକଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ଜୁନ ୫ତାରିଖ ପରିବେଶ ଦିବସ ପାଳନ ଅବସରରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଡେପୁଟି ସଚୀବ ସୁରେଶ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବାଲେଶ୍ୱର ଜିଲାର ୮ଟି ବ୍ଲକରୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ସଂଗଠନ ଓ ଶିକ୍ଷାନୁଷ୍ଠାନକୁ ମାନପତ୍ର ଏବଂ ୧୦ହଜାର ଲେଖାଏଁ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ବେଗୁନିଆ ସ୍କୁଲର ସହକାରୀ ଶିକ୍ଷକ ପ୍ରତାପ ଚନ୍ଦ୍ର ଲେଙ୍କା ଏବଂ ସେହି ଗ୍ରାମରୁ ୨୦୧୨ରେ ପ୍ରକୃତି ବନ୍ଧୁ ସମ୍ମାନ ପାଇଥିବା ପୂର୍ଣ୍ଣଚନ୍ଦ୍ର ସେଣ୍ଡ ମନ୍ତ୍ରୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.