Home ଓଡ଼ିଶା ଚାଷୀଙ୍କୁ ଅଣଦେଖା:ପୋତି ହୋଇପଡ଼ିଲାଣି ଡାହୁକା ଆନିକଟ

ଚାଷୀଙ୍କୁ ଅଣଦେଖା:ପୋତି ହୋଇପଡ଼ିଲାଣି ଡାହୁକା ଆନିକଟ

367

ନୟାଗଡ଼, ୬ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଚାଷୀ ଓ ଚାଷକୁ ଏବଂ ଜମିକୁ ଜଳସେଚନର ସୁବିଧା ଦେବାରେ ସରକାର ଅବିରତ ଚେଷ୍ଟା ଚଳାଇଆସୁଥିଲେ ମଧ୍ୟ ନୟାଗଡ଼ ଜିଲ୍ଲାରେ କିନ୍ତୁ ବିଭାଗୀୟ ଉଦାସୀନତାରୁ ଚାଷୀ ସବୁ କ୍ଷେତ୍ରରେ ଉପେକ୍ଷିତ ହେଉଥିବା ଅଭିଯୋଗ ହେଉଛି। ଜମିକୁ ଜଳସେଚନର ସୁବିଧା ପାଇଁ ଜିଲ୍ଳାର ବିଭିନ୍ନ ସ୍ଥାନରେ ଜଳ ବିଭାଜିକା ପ୍ରକଳ୍ପରେ ବିଭିନ୍ନ ପ୍ରକାର ଡ୍ୟାମ ହୋଇଥିଲେ ମଧ୍ୟ ଚାଷୀ ଓ ଚାଷକୁ ଗୁରୁତ୍ୱ ଦିଆନଯାଇ ଠିକାଦାରଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇ ଡ୍ୟମାମାନ ନିର୍ମାଣ କରାଯାଉଥିବାରୁ ଏବଂ ଡ୍ୟାମ କୌଣସି କାମରେ ଆସୁନଥିବାରୁ ଚାଷୀ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି। ସେଥିମଧ୍ୟରୁ ନୟାଗଡ଼ ୍ବ୍ଳକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ପଂଚାୟତର ବଡ଼ ଡ୍ୟାମ ଢାମଣେଇ ଆନିକଟ ସମସ୍ୟା ଏବେ ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହି ଆନିକଟକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ମଂଜୁର ହୋଇ ରକ୍ଷଣାବେକ୍ଷଣ ପାଇଁ ଆସୁଥିଲାବେଳେ ରାଧେ ରାଧେ ନ୍ୟାୟରେ ଚଳୁ କରାଯାଇ ଆନିକଟର ଉନ୍ନତି କରାଯାଇ ପାରୁନାହିଁ ବୋଲି ଚାଷୀ ମହଲରୁ ଅଭିଯୋଗ ହେଉଛି। ଲକ୍ଷ୍ମୀପ୍ରସାଦ, ବାଲୁଗାଁ, କ୍ରିଦାଶପୁର, ଖଣ୍ଡୁଗାଁ, ଗଦାଧରପ୍ରସାଦ ପଂଚାୟତର ହଜାର ହଜାର ଚାଷୀଙ୍କ ସୁବିଧାପାଇଁ ଲକ୍ଷ୍ମୀପ୍ରସାଦ ପଂଚାୟତର ଢାମଣେଇ ଠାରେ ୧୯୭୭ ମସିହାରେ ଏକ ଆନିକଟ ନିର୍ମାଣ ହୋଇଥିଲା। ଡାହୁକା ଓ ବାଘମାରୀ ନଦୀକୁ ବନ୍ଧାଯାଇ ଏହି ଆନିକଟ ନିର୍ମାଣ କରାଯାଇଥିଲାବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହି ଆନିକଟକୁ ଉଦଘାଟନ କରିଥିଲେ। ଏହି ଆନିକଟ ନିର୍ମାଣ ହେବାପରେ ଏହି ପାଂଚ ପଂଚାୟତରେ ଜମିରେ ଚାଷ ପାଇଁ ମରୁଡ଼ିର କୌଣସି ଭୟ ନଥିଲା। ଧାନ ଚାଷ ଏପରିକି ଅନ୍ୟାନ୍ୟ ଫସଲ କରିବାକୁ ଚାଷୀ ତତ୍ପର ହୋଇ ଉଠୁଥିଲା। କେନାଲ ମାଧ୍ୟମରେ ଜମିରେ ଆବଶ୍ୟକ ମୁତାବକ ପାଣି ମାଡ଼ୁଥିଲାବେଳେ ଚାଷୀ ଜମିରେ ସୁନାର ଫସଲ ଫଳାଉଥିଲା। ଆନିକଟରେ ଏତେ ପରିମାଣରେ ଜଳ ଜମି ରହୁଥିଲାଯେ ବିସ୍ତାର ପାଣିକୁ ଭୟ କରି ସ୍ଥାନୀୟ ଅଂଚଳରେ ଏକ ପ୍ରବାଦ ରହିଥିଲା ‘ଢାମଣେଇ ଆନିକଟ ଛାତି ହୁଏ ଦକ୍ ଦକ୍’। ହେଲେ ଏବେ ଏହି ଆନିକଟର ଉନ୍ନତିକରଣ କରିବା ଅଲଗା କଥା ଆନିକଟର ରକ୍ଷଣାବେକ୍ଷଣ ଅଭାବରୁ ଏମିତି ପୋତି ହୋଇ ପଡ଼ିଲାଣିଯେ ସେ ଆନିକଟର ପ୍ରବାଦ ଆଉ ନାହିଁ କି ଆନିକଟ ଊପରେ ନିର୍ଭର କରି ଚାଷୀ ଚାଷକାର୍ଯ୍ୟ କରିବା ସମ୍ଭବ ହୋଇ ପାରୁନାହିଁ। ଆନିକଟରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଆନିକଟ ଗର୍ଭରେ ଭରପୁରହୋଇ ଅମରବଣି ହୋଇଥିଲାବେଳେ ମାଟି, ବାଲି ପଙ୍କରେ ଏବେ ସମ୍ପୁର୍ଣ୍ଣ ପୋତି ହୋଇପଡ଼ିଲାଣି। ଆନିକଟରେ ଦୁଇ ପାଶ୍ୱର୍ରେ ଦୁଇଟି କେନାଲ ହୋଇଥିବାବେଳେ ଗର୍ଭ ପୋତି ହୋଇପଡ଼ିଥିବା ଯୋଗୁଁ କେନାଲରେ ମଧ୍ୟ ଆବଶ୍ୟକ ପାଣି ବାହାରି ପାରୁନାହିଁ କି ବର୍ଷାଦିନେ ବି ପାଣି ମହଜୁଦ୍ ହୋଇ ପାରୁନାହିଁ। ଯେତିକି ପାଣି ନଦୀରେ ଆସୁଛି ତାହା ନିଷ୍କାସନ ହୋଇ ଯାଉଛି। ଆନିକଟ ଗର୍ଭକୁ ଠିକ୍ ଭାବରେ ଖୋଳାଯାଇ ଚାଷୀଙ୍କ ସ୍ୱାର୍ଥକୁ ଦେଖାଯାଉନଥିଲାବେଳେ ଆନିକଟର ବନ୍ଧ ଏବଂ ଦୁଇ ନଦୀର ମାଳବନ୍ଧକୁ ପଥର ପ୍ୟାଚିଙ୍ଗ୍ରେ ଯାହି ତାହିରେ ସାରିଦେଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ କୌଣସି ପଥର ପ୍ୟାଚିଙ୍ଗ୍ କାର୍ଯ୍ୟକୁ ନଦେଖି ଭାଗବଂଟା କାର୍ଯ୍ୟରେ ସନ୍ତୁଷ୍ଟି ହେଉଥିବା କୁହାଯାଉଛି। ଆନିକଟର ରକ୍ଷଣାବେକ୍ଷଣ ଓ ଉନ୍ନତିକରଣ ପାଇଁ ୯କୋଟି ୮୭ଲକ୍ଷ ୬୭ ହଜାର ଟଙ୍କା ଟେକ୍ନିକାଲ ଆଡଭାଇଜର କମିଟି ମାଧ୍ୟମରେ ଅନୁମୋଦନ ପାଇଁ ପଠାଯାଇଥିଲାବେଳେ ଏହି ଟଙ୍କା ମଂଜୁର ହେଲେ ଯଦି ପ୍ରକୃତ ନିର୍ମାଣ କାର୍ଯ୍ୟକୁ ତଦାରଖ କରାନଯାଏ ତେବେ ଚାଷୀଙ୍କ ସମସ୍ୟାକୁ ଉପେକ୍ଷା କରାଯାଇ ରାଧେ ରାଧେ ନ୍ୟାୟରେ ଚଳୁ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଚାଷୀ ମହଲରରୁ ଗୁରୁତର ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.