Home ଓଡ଼ିଶା ଘରୋଇ ଟିଉସନ୍ ରେ ପଢିବାକୁ ଛାତ୍ରଛାତ୍ରୀଙ୍କୁ ଧମକ

ଘରୋଇ ଟିଉସନ୍ ରେ ପଢିବାକୁ ଛାତ୍ରଛାତ୍ରୀଙ୍କୁ ଧମକ

643

ପୋଲସରା ୨୩-୮ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) କୌଣସି ସରକାରୀ କର୍ମଚାରୀ କିମ୍ବା ଶିକ୍ଷକ, ଅଧ୍ୟାପକ ଘରୋଇ ଟିଉସନ କରି ପାରିବେ ନାହିଁ ବୋଲି ସରକାରୀ ନିର୍ଦ୍ଧେଶ ରହିଛି। କିନ୍ତୁ ସରକାରଙ୍କ ଏହି ନିର୍ଦେଶକୁ ଅବମାନନା କରୁଛନ୍ତି ଖୋଦ ସରକାରୀ ଅଧ୍ୟାପକ। ଏମିତି ଏକ ସମ୍ବେଧନଶୀଳ ପ୍ରସଙ୍ଗ ସାମ୍ନା କୁ ଆସିଛି ପୋଲସରା ଆଞ୍ଚଳିକ ବିଜ୍ଞାନ ମହା ବିଦ୍ୟାଳୟ ରେ।ମହା ବିଦ୍ୟାଳୟ ର ଅଧ୍ୟାପକ ଗୋପୀନାଥ ପାଣିଗ୍ରାହୀ ନିଜ ଅଧୀନରେ ଅଧ୍ୟାୟନରତ ଛାତ୍ରଛାତ୍ରୀଙ୍କୁ ଏକ ନିର୍ଦ୍ଧିଷ୍ଠ ଘରୋଇ ଶିକ୍ଷାନୁଷ୍ଠାନରେ ପଢିବାକୁ ବାଧ୍ୟକରୁ ଥିବାର ଅଭିଯୋଗ ରହିଛି। ଛାତ୍ରଛାତ୍ରୀ ମାନେ ଏପରି ନକଲେ ସେମାନଙ୍କୁ ପରୀକ୍ଷାରେ ଫେଲ କରାଯିବ ବୋଲି ଧମକ ଦିଆ ଯାଉଛି। ଏପରିକି କିଛି ଛାତ୍ରଛାତ୍ରୀ ଙ୍କୁ ସେମାନଙ୍କ ଦୁର୍ବଳ ଆର୍ଥିକ ଅବସ୍ଥାର ବିଦୁପ କରୁଛନ୍ତି ସମ୍ପୃକ୍ତ ଅଧ୍ୟାପକ। ଅଧ୍ୟାପକ/ଅଧ୍ୟାପିକା ମାନେ ଘରୋଇ ଟିଉସନ କରିଲେ ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ଏହା ପାଇଁ ଉତ୍ତରଦାୟୀ ରହିବାକୁ ନିର୍ଦ୍ଧେଶ ଅଛି। କିନ୍ତୁ ଏ ପ୍ରସଙ୍ଗରେ ପୋଲସରା ଅଧ୍ୟକ୍ଷ ଡା. ଦିବାକର ମିଶ୍ର ଅଧ୍ୟାପକ ଙ୍କୁ ତାଗିଦ କରିବା ପରିବର୍ତ୍ତେ ପିଲା ମାନଙ୍କୁ ଧମକାଉ ଥିବାର ଦେଖା ଦେଇଥିଲା। ଏ ଘଟଣାକୁ ନେଇ ମହା ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା।ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.