Home କନ୍ଧମାଳ ଶିକ୍ଷା ନିକେତନ ରେ ଅଭିଭାବକ ସମ୍ମିଳନୀ

ଶିକ୍ଷା ନିକେତନ ରେ ଅଭିଭାବକ ସମ୍ମିଳନୀ

68

ବାଲିଗୁଡା,୨୩-୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଅଗ୍ରଣୀ ଶିକ୍ଷ୍ୟlନୁଷ୍ଠାନ ଶିକ୍ଷା ନିକେତନ ପରିସର ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ରାଜ କିଶୋର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଶିକ୍ଷା ନିକେତନ ର ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ, ରେଖାରାଣୀ ମହାପାତ୍ର ଏବଂ ସମସ୍ତ ଅଭିଭାବକ ଓ ଅଭିଭାବିକା ଯୋଗ ଦେଇ ଛାତ୍ରୀ ଛାତ୍ର ମାନଙ୍କର ସୁବିଧା ଅସୁବିଧା ସମସ୍ୟା ପଚାରି ବୁଝିବା ସହ ଛାତ୍ରୀ ଛାତ୍ରଙ୍କ ପ୍ରତି ଅଭିଭାବକ ଓ ଅଭିଭାବିକା ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ବିଭିନ୍ନ ପ୍ରକାର ମତ ଶ୍ରୀପାଢ଼ୀ ପ୍ରକାଶ କରିଥିଲେ। ଏତଦ ବ୍ୟତୀତ ନନ୍ଦ ଉତ୍ସବ, ଗଣେଷ ପୂଜା ମଧ୍ୟ କିପରି ସମସ୍ତଙ୍କ ସହଯୋଗ ରେ ସମାପନ ହେବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଏଥିରେ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଶ୍ରୀପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.