Home ଜିଲ୍ଲା ପରିକ୍ରମା ଘରେ ବସି ଜନସାଧାରଣ ଜିଲ୍ଲାପାଳଙ୍କୁ କରିବେ ଅଭିଯୋଗ

ଘରେ ବସି ଜନସାଧାରଣ ଜିଲ୍ଲାପାଳଙ୍କୁ କରିବେ ଅଭିଯୋଗ

218

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ପ୍ରତି ସୋମବାର ଜିଲ୍ଲାପାଳ ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଶିବିର କରି ଜନସାଧାରଣଙ୍କ ଅଭିଯୋଗ ଶୁଣୁଥିଲେ । ମାତ୍ର କରୋନା ମହାମାରୀ ଜନିତ ବିଭିନ୍ନ କଟକଣା ଲାଗୁ ହେବା ପରେ ଏହି ଶିବିରକୁ ବନ୍ଦ କରି ଦିଆଯାଇଛି । ତେବେ ଦୀର୍ଘ ଦିନ ଧରି ଏହି ଶିବିର ବନ୍ଦ ରହିବା ପରେ ଏବେ ଏହି ଶୁଣାଣି ନିମନ୍ତେ ଜିଲ୍ଲାପାଳ ଆଗଭର ହୋଇଛନ୍ତି । ଏଥିଲାଗି ଜିଲ୍ଲାପାଳ ଡ. ଜ୍ଞାନ ଦାସ ହ୍ୱାଟ୍‌ସଅପ, ଇମେଲ ଏବଂ ଫୋନ ଯୋଗେ ଅଭିଯୋଗ ଗ୍ରହଣ କରିବା ବ୍ୟବସ୍ଥା କରିଛନ୍ତି । ଏଣିକି ଜନସାଧାରଣ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ନ ଆସି ଘରେ ବସି ଅଭିଯୋଗ କରିବେ । ଏଥି ନିମନ୍ତେ ଫୋନ ନଂ- ୦୬୭୮୪-୨୫୧୮୮୧, ହ୍ୱାଟସ୍‌ଅପ ନଂ-୮୭୬୩୦୦୪୦୧୧ ଏବଂ ଇମେଲ – [email protected] ମାଧ୍ୟମରେ ମେଲ କରି ଅଭିଯୋଗ ପଠାଇ ପାରିବେ । ଅଭିଯୋଗକାରୀଙ୍କ ଅଭିଯୋଗକୁ ସମ୍ପୃକ୍ତ ବିଭାଗକୁ ପଠାଯିବା ସହିତ ଏ ସଂକ୍ରାନ୍ତୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.