Home ଜିଲ୍ଲା ପରିକ୍ରମା ବନ୍ଧୁକ ସହ ୩ ଜଣ ଡକାୟତ ଗିରଫ

ବନ୍ଧୁକ ସହ ୩ ଜଣ ଡକାୟତ ଗିରଫ

163

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏକ ବଡଧରଣର ଡକାୟତି ଉଦ୍ୟମ ଯୋଜନା ହୋଇଛି ପଣ୍ଡ । ୧୬ନଂ ଜାତୀୟ ରାଜପଥ ଡାହାଣୀଗଡିଆ ନିକଟରେ ୩ ଜଣ ଡକାୟତଙ୍କୁ ଟାଉନ୍ ଥାନା ପୁଲିସ୍ ଗିରଫ କରିଛି । ତେବେ ଅନ୍ୟ ୨ ଜଣ ଡକାୟତ ଫେରାର ହୋଇଯାଇଥିବା ପୁଲିସ୍ ସୂଚନା ଦେଇଛି । ଭଦ୍ରକ ଟାଉନ୍ ପୁଲିସ୍ ଗତକାଲି ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ପାଟ୍ରୋଲିଂ କରୁଥିବାବେଳେ ଡକାୟତି ଯୋଜନା କରୁଥିବା ସନ୍ଦେହ କରି ପୁଲିସ୍ ଏମାନଙ୍କୁ କାବୁ କରିଥିଲା । ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ୪ଟି ମୋବାଇଲ୍‌, ୨ଟି ମୋଟର ସାଇକେଲ୍ ଜବତ କରିଛି ପୁଲିସ୍ । ଗିରଫ ହୋଇଥିବା ଡକାୟତ ହେଉଛନ୍ତି ପ୍ରଦୀପ ସେଠୀ, ତପନ ଦଳାଇ, ପାଗୁଲୁ ସେଠୀ । ଫେରାର ଥିବା ଦୁଇଜଣ ଡକାୟତଙ୍କୁ ଧରିବା ପାଇଁ ଟାଉନ୍ ଥାନା ପୁଲିସ୍ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଧରାଯିବା ସହ ଏମାନଙ୍କର ଅପରାଧିକ ମାମଲା ସଂପର୍କରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି ବୋଲି ଅତିରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.