Home ଅପରାଧ ଗୁଳି ମାଡରେ କନେଷ୍ଟବଲ ମୃତ୍ୟୁ

ଗୁଳି ମାଡରେ କନେଷ୍ଟବଲ ମୃତ୍ୟୁ

355

ଢେଙ୍କାନାଳ୧୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଢେଙ୍କାନାଳ ଜିଲ୍ଲା ଚାଉଳିଆ ଗ୍ରାମରେ ଦୋଳଯାତ୍ରା ସମୟରେ ଉକ୍ତ ଗ୍ରାମର ଜଣେ ଯୁବକ ଗୁଳି ମାଡରେ ଶାନ୍ତି ଶୃଙ୍ଖଳା ଦାଇତ୍ୱରେ ଥିବା ପୁଲିସ କନେଷ୍ଟବଲ ମୃତବରଣ କରିବା ପୁଲିସ ନିକଟରୁ ସୁଚନା ମିଳିଛି । ମୃତ କନଷ୍ଟେବଳଙ୍କ ନାମ ରାମ ସାହୁ ବୋଲି ଜଣାପଡିଛି । ପୁଲିସ କନଷ୍ଟେବଲଙ୍କ ଉପରକୁ ଗୁଳିମାଡ କରିଥିବା ଯୁବକ ଚାଉଳିଆ ଗ୍ରାମର ଗ୍ରାମ ସଭାପତି ଶ୍ରୀକାନ୍ତ ସାହୁ ବୋଲି ଜଣାପଡିଛି ।ଦୋଳଯାତ୍ରା ଚାଲିଥିବା ସମୟରେ ବଚସାକୁ ନେଇ ପାଖ ଗ୍ରାମର ଜଣେ ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ରାମ ସାହୁଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ରେଫର କରିଥିଲେ ଡାକ୍ତର । ତେବେ କଟକ ନେବା ବାଟରେ କନଷ୍ଟେବଲ ମୃତବରଣ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.