Home ଓଡ଼ିଶା ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯିବ

ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯିବ

126

ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ଦେଶରେ ବନ୍ଦ ପଡିରହିଥିବା ୫ଟି ସାର କାରଖାନକୁ ସରକାର ପୁନରୁଦ୍ଧାର କରିବା ଲାଗି ସ୍ଥିର କରିଛନ୍ତି। ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ) ଅଧୀନରେ ଥିବା ତାଳଚେର, ରାମଗୁଣ୍ଡମ, ଗୋରଖପୁର ଏବଂ ସିନ୍ଦ୍ରୀ ସହିତ ହିନ୍ଦୁସ୍ତାନ ଫର୍ଟିଲାଇଜର କର୍ପୋରେସନ ଲିମିଟେଡ (ଏଫସିଆଇଏଲ) ଅଧୀନରେ ଥିବା ବରୌନୀ ସାର କାରଖାନାର ପୁନରୁଦ୍ଧାର କରାଯିବ। ମନୋନୀତ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ନେଇ ଯୌଥ ଉଦ୍ୟୋଗ ଗଠନ କରାଯାଇ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ୟୁରିଆ ଆମୋନିଆ କାରଖାନା ପ୍ରତିଷ୍ଠା କରାଯିବ। ସେପ୍ଟେମ୍ବର ୨୦୨୩ ସୁଦ୍ଧା ଏଗୁଡିକ କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି।

ଏହି କାରଖାନାଗୁଡିକୁ ପୁନରୁଦ୍ଧାର କରାଯିବା ଦ୍ୱାରା ୟୁରିଆର ସ୍ୱଦେଶୀ ଉତ୍ପାଦନ ବାର୍ଷିକ ୬୩.୫ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇବା ସହିତ ୟୁରିଆ ଆମଦାନୀ ହ୍ରାସ ପାଇବ।

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତରରେ ଆଜି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି.ସଦାନନ୍ଦ ଗୌଡା ଏହି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.