Home ଓଡ଼ିଶା ମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ମାମଲା;କଂଗ୍ରେସକୁ ନୋଟିସ୍ ଦେଇ ବିବାଦରେ ମନ୍ତ୍ରୀ ପଦ୍ମନାଭ

ମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ମାମଲା;କଂଗ୍ରେସକୁ ନୋଟିସ୍ ଦେଇ ବିବାଦରେ ମନ୍ତ୍ରୀ ପଦ୍ମନାଭ

58

ଭୁବନେଶ୍ୱର୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ୪ ଟି ନିର୍ବାଚନ ସମୟରେ ସତ୍ୟପାଠରେ ୩ପ୍ରକାର ତଥ୍ୟ ଉଲ୍ଲେଖ କରିବାକୁ ନେଇ ମନ୍ତ୍ରୀ ପଦ୍ମନାଭଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ଇସ୍ତଫା ଦେବାକୁ ଦାବି କରିଥିଲା କଂଗ୍ରେସ । ଜନ ପ୍ରତିନିଧି ଆଇନ୍ ୧୯୫୧ର ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ପାଇଁ କୈାଣସି ନିଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକ ନଥିବା ସ୍ଥଳେ । ପ୍ରାର୍ଥୀମାନେ ବିଭିନ୍ନ ସମୟରେ ନିଜକୁ ବଡ ଦେଖାଇବାକୁ ଶିକ୍ଷାଗତ ଯୋଗ୍ୟତାର ଭୁଲ ତଥ୍ୟ ଦେଇ ନିଜକୁ ଆଇନର କାଠଗଡାକୁ ଟାଣିବା ଦେଖିବାକୁ ମିଳିଛି । ଏପରି ଏକ ଘଟଣାର କଂଗ୍ରେସ ଦଳ ପକ୍ଷରୁ ଗତ ୧୬.୨ରେ କଂଗ୍ରେସ ଭବନରେ ପରଦା ଫ୍ଲାସ୍ କରାଯାଇଥିଲା । କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ତାଙ୍କର ଶିକ୍ଷାଗତ ଯୋଗ୍ୟତାର ୪ ଟି ନିର୍ବାଚନରେ ସତ୍ୟପାଠରେ  ୩ପ୍ରକାର ତଥ୍ୟ ପ୍ରଦାନ କରି ଗୃହର ଗାରିମା ନଷ୍ଟ କରିଥିବା କରଣରୁ ତାଙ୍କୁ ତୁରନ୍ତ ମୂଖ୍ୟ ମନ୍ତ୍ରୀ ବହିଷ୍କାର କରିବାକୁ ଦାବି କରାଯିବା ସହ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ଫୈାଜଦାରୀ ମାମଲା ରୁଜୁ କରିବାପାଇଁ କଂଗ୍ରେସ ପକ୍ଷରୁଦାବି କରାଯାଇଥିଲା । ଉକ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ  ମନ୍ତ୍ରୀ ଶ୍ରୀବେହେରା କଂଗ୍ରେସ ମୁଖପାତ୍ର ତଥା ଆଇନଜୀବି ନିଶିକାନ୍ତ ମିଶ୍ର  ଙ୍କୁ ନୋଟିସ ଦେଇଥିଲେ । ନୋଟିସରେ ମନ୍ତ୍ରୀ ଶ୍ରୀବେହେରା କଂଗ୍ରେସର ଏପରି ସମ୍ବାଦ ପରିବେଷଣ ଦ୍ୱାରା ତାଙ୍କର ଭାବମୂର୍ତ୍ତି ସାଧାରଣରେ କ୍ଷୂର୍ଣ୍ଣ ହେବା ଦର୍ଶାଇ ଏହାକୁ କଂଗ୍ରେସ ଦଳ ପ୍ରତ୍ୟାହାର ନକଲେ ମନ୍ତ୍ରୀ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ଉକ୍ତ ବିଷୟକୁ ନେଇ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର  ସରକାରଙ୍କୁ ପଶ୍ନ କରିଛନ୍ତି ଯେ କଂଗ୍ରେସ ଦଳ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଲା ପରେ ମନ୍ତ୍ରୀ ନିଜର ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ଅବଗତ ନକରାଇବା କାରଣ କଣ ।
(୧)ମାନ୍ୟବର ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶକୁ ଦୁଇ ମାସରୁ ଉର୍ଦ୍ଦକାଳ କାହା ଇଙ୍ଗିତରେ ଚାପିରଖିଛି ପୁଲିସ ।
(୨) ମୁଖ୍ୟମନ୍ତ୍ରୀ ଗୃହର ନେତା , ତାଙ୍କ କ୍ୟାବିନେଟ୍ ସହଯୋଗୀ ଥିବା ଜଣେ ମନ୍ତ୍ରୀ ମହୋଦୟଙ୍କ ଏତାଦୃଶ୍ୟ କାର‌୍ୟ୍ୟ ଗୃହର ଗାରିମା କ୍ଷୂର୍ଣ୍ଣ କରୁ ନାହକିଁ ।
(୩) ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କୁ କାହା ନିର୍ଦ୍ଦେଶରେ ବାରମ୍ବାର ଆକ୍ରମଣ କରାଯାଉଛି ।
ମନ୍ତ୍ରୀ  ମହୋଦୟ ଯେଉଁ ନୋଟିସ୍ ଜାରି କରିଛନ୍ତି ତାକୁ କଂଗ୍ରେସ ଦଳ ସାଦରେ ଗ୍ରହଣ କରୁଛି । ଯଦି ମନ୍ତ୍ରୀ  ମହୋଦୟ ଆଇନର ଆଶ୍ରୟ ନିଅନ୍ତି ଆମ୍ଭେ ତଥ୍୍ୟ ପ୍ରମାଣ ସହ ମାନ୍ୟବର ଆଦାଲତଙ୍କ ପାଖରେ ହାଜର ହେବୁ । ମାମଲା ଦାୟର କରିଥିବା ଆବେଦନକାରୀ  ଭଗବାନ ବାଗଙ୍କୁ ମାମଲା ସରିବା ପୂର୍ବରୁ ଗୁଣ୍ଡାମାନେ ଆକ୍ରମଣ କରୁଛନ୍ତି ଏବଂ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି । ମନ୍ତ୍ରୀ ମହୋଦୟ ବାହାନା କରିବା ଛାଡି ନିଜର ଶିକ୍ଷାଗତ ଯୋଗ୍ୟତା ସଠିକ୍ ତଥ୍ୟ ରାଜ୍ୟବାସୀଙ୍କୁ ଜଣାଇବା ସହ ମୁଖ୍ୟମନ୍ତ୍ରୀ  ତୁରନ୍ତ ମନ୍ତ୍ରୀ  ବିରୋଧରେ  କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀମିଶ୍ର ପଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ପ୍ରଶାନ୍ତ ଶତପଥି,ଜିନେଶ ଦାସ,ଅମିତା ବିଶ୍ୱାଳ ଓ ଆବେଦନକାରୀ ଭଗବାନ ବାଗ ଉପସ୍ଥିତ ଥିବା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.