Home ଓଡ଼ିଶା ଗୁରୁଙ୍କ ନାଁ ରେ କଳଙ୍କ, ଥାନାରେ ଏତଲା

ଗୁରୁଙ୍କ ନାଁ ରେ କଳଙ୍କ, ଥାନାରେ ଏତଲା

227

କନ୍ଧମାଳ,୨୪/୦୯,(ଓଡ଼ିଆ ପୁଅ ପି ନାଏକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ହୋଇଛି । ଏ ନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଲତେସବାନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ । ନିଜ ଘରେ ଟ୍ୟୁସନ୍‌ କରୁଥିବା ବେଳେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ । ଛାତ୍ରୀ ଜଣକ ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଜଣାଇବା ପରେ ଏନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ କହିଛନ୍ତି ।

ମହିଳା ସଶକ୍ତିକରଣ ନାଁ ମଦୁଆ ଆସକ୍ତିକରଣ ଯୋଜନା? ଡ୍ୟାନ୍ସ ବାରକୁ ନେଇ ପିଙ୍କିଙ୍କ ପ୍ରଶ୍ନ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.