Home ଅପରାଧ ମହିଳା ସଶକ୍ତିକରଣ ନାଁ ମଦୁଆ ଆସକ୍ତିକରଣ ଯୋଜନା? ଡ୍ୟାନ୍ସ ବାରକୁ ନେଇ ପିଙ୍କିଙ୍କ ପ୍ରଶ୍ନ

ମହିଳା ସଶକ୍ତିକରଣ ନାଁ ମଦୁଆ ଆସକ୍ତିକରଣ ଯୋଜନା? ଡ୍ୟାନ୍ସ ବାରକୁ ନେଇ ପିଙ୍କିଙ୍କ ପ୍ରଶ୍ନ

585

ଭୁବନେଶ୍ୱର: ରାଜଧାନୀରେ ଏବେ ବର୍ଷକ ପାଇଁ ୭ଟି ଡ୍ୟାନ୍ସ ବାର୍ ଖୋଲାଯିବା ନେଇ କିଛି ସର୍ତ୍ତ ସହ ଅନୁମତି ମିଳିଛି।ଏହାକୁ ନେଇ ବାର ଆସୋସିଏସନ ସ୍ୱାଗତ ଜଣାଇଥିବା ବେଳେ ରକ୍ଷଣଶୀଳ ଏବଂ ସଂସ୍କୃତିବାଦୀ ମାନେ ଏହାକୁ ନାପସନ୍ଦ କରୁଛନ୍ତି।ତେବେ ଏହାକୁ ନେଇ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ କଟାକ୍ଷ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ପିଙ୍କି ଲେଖିଛନ୍ତି, “ଡିୟର ବିଜେଡି, ମହିଳାଙ୍କ ପିଙ୍କ୍ ଅଟୋ ଗଲା କୁଆଡ଼େ?ପରୀ ରଥ କୁଆଡେ ଗଲା?ହେଲେ ଏବେ ରାଜଧାନୀରେ ଡ୍ୟାନ୍ସ ବାର୍ ଖୋଲିବାକୁ ଅନୁମତି ଦେଲେଣି।ଏଇଟା ଆମ ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ କେଉଁ ଟି” ଅନ୍ତର୍ଗତ ମହିଳା ସଶକ୍ତିକରଣ ଯୋଜନା?ନାଁ, ମଦୁଆଙ୍କ ପାଇଁ ନୂଆ ଆସକ୍ତିକରଣ ଯୋଜନା..।ପିଙ୍କିଙ୍କର ଏପରି ପୋଷ୍ଟ ଉପରେ କେହି ସମର୍ଥନ କରି ମନ୍ତବ୍ୟ ଦେଉଥିବା ବେଳେ ଆଉ କେହି କେହି ବିରୋଧ କରି ମଧ୍ୟ ମନ୍ତବ୍ୟ ଦେଉଛନ୍ତି।//ଦେବଦତ୍ତ ରଥ

ଦାଦନ ଖଟିବାକୁ ଯାଉଛନ୍ତି ଗଞ୍ଜାମର ମଜୁରିଆ; ବାଂଲାଦେଶୀ ମାରୁଛନ୍ତି ପେଟକୁ ଲାତ: ବିଜେପି ମୌନ!

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.