Home କୋରାପୁଟ କୋରାପୁଟ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ମାସିକ ବୈଠକ ଓ ସମ୍ବର୍ଦ୍ଧନା ସଭା

କୋରାପୁଟ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ମାସିକ ବୈଠକ ଓ ସମ୍ବର୍ଦ୍ଧନା ସଭା

147

କୋରାପୁଟ:୨୪/୯/୧୯(ଓଡିଆ ପୁଅ/ଅଭିନାଶ ଜାନାମ) ଉତ୍କଳ ସାମ୍ବାଦିକ ସଙ୍ଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ନନ୍ଦପୁର ବ୍ଲକର ପାଡୁଆଡାକ ବଙ୍ଗଳାଠାରେ ମାସିକ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରି ସଭାପତି ଶ୍ରୀ ନିରଜ ଶତପଥୀଙ୍କ ସ୍ୱଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଉପାଧକ୍ଷ ଶ୍ରୀ ନାରସୁଲ କାମୁଡି ସମ୍ମାନୀତ ଅତିଥି ଭାବେ ଯୋଗ ସାଧକ ଆଧ୍ୟାତ୍ମିକ ଚିନ୍ତକ ଗୋପାଳ କୃଷ୍ଣ ମହାନ୍ତି କୂଳବିର ସରପଞ୍ଚ ସୁନିତା କିରିସାନି ପାଡ଼ୁଆ ସରପଞ୍ଚ ସହଦେବ ଖରା ପୂର୍ବତନ ସରପଞ୍ଚ ପର୍ଶୁରାମ ହଳଙ୍ଗ, ଚଣ୍ଡାଳ କୁରେସି, ଶଶୀ ପଟ୍ଟନାୟକ, ପ୍ରମୁଖ ଯୋଗ ଦେଇଥିଲେ। ଜନସାଧାରଣଙ୍କ ସମସ୍ୟା ଗୁଡ଼ିକ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା, ନିରପେକ୍ଷ ସମ୍ବାଦ ପରିବେଷଣ, ଉଭୟ ପକ୍ଷର ବିଚାରକୁ ନେଇ ସତ୍ୟ ଖବର ପରିବେଷଣ କରିବା ବିଷୟରେ ଜିଲ୍ଲା ସାଧାରଣ ସମ୍ପାଦକ ମାନସ ରଞ୍ଜନ କର ପ୍ରବର୍ତାଇ ଥିଲେ ଓ ଉତ୍କଳ ସାମ୍ବାଦିକ ସଙ୍ଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଭିଡିଓ କନପ୍ରେସଙ୍ଗ ମାଧ୍ୟମରେ ପରାମର୍ଶ ଦେଇଥିଲେ। ସାମ୍ବାଦିକମାନଙ୍କ ଆଚରଣ ନୀତି ଆଦର୍ଶ କୁ ଗୁରୁତ୍ୱ ଦେବା, ଲୋକମାଙ୍କ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା, ଗ୍ରାମଞ୍ଚଳ, ମଫସଲ, ଓ ପଲ୍ଲୀ ଅଞ୍ଚଳରେ ଥିବା ସମସ୍ୟା ଗୁଡିକ ସରକାରଙ୍କ ଆକର୍ଷଣ କରିବା ବିଷୟରେ ଆଲୋକପାତ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଯୋଗ ସାଧକ ଗୋପାଳ କୃଷ୍ଣ ମହାନ୍ତି, ସମାଜସେବୀ ରାଜନୀତିଜ୍ଞ ଶ୍ରୀ କାର୍ତିକ ଖେମୁଣ୍ତଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ନୂତନ ସଦସ୍ୟ ଭାବେ ମେଘା ଗୁଣ୍ଠା ସଦସ୍ୟତା ଗ୍ରହଣ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଞ୍ଚଳରୁ ଆସିଥିବା କାର୍ଯ୍ୟରତ ସାମ୍ବାଦିକ ସୁନାମ ହନ୍ତାଳ, ଅଭିନାଶ ଜାନାମ, ପତି ମୁତାଇ, ଦିଲୀପ ଖରା, ଜୁଳିଅସ ନାୟକ, ଗୋପୀନାଥ କାର୍ତୁଲ,ଓ ପଡୁଆ ଅଞ୍ଚଳର ଜନସାଧାରଣ ବୁଦ୍ଧିଜୀବି ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଆସନ୍ତା ଅକ୍ଟୋବର ମାସରେ ପଟାଙ୍ଗି ଠାରେ ମାସିକ ବୈଠକ କରାଯିବାକୁ ସ୍ଥିର କରାଗଲା। ସଭା ଶେଷରେ ସାଧାରଣ ସମ୍ପାଦକ ମାନସ ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.