Home ଓଡ଼ିଶା କ୍ରମାଗତ ୭ମ ଦିନ ବଢ଼ିଲା ତୈଳ ଦର

କ୍ରମାଗତ ୭ମ ଦିନ ବଢ଼ିଲା ତୈଳ ଦର

410

ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ପେଟ୍ରୋଲ-ଡିଜେଲର ଦରରେ ଲାଗିଛି ନିଆଁ ! କ୍ରମାଗତଭାବେ ସପ୍ତମ ଦିନ ବଢ଼ିଛି ତୈଳ ଦର।

ପେଟ୍ରୋଲ-ଡିଜେଲର ଦର ଆଜି ପୁଣି ବଢ଼ିଛି। ସୋମବାରଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଦାମରେ ୨୯ ପଇସା ଏବଂ ଡିଜେଲର ଦରରେ ୧୯ ପଇସା ବୃଦ୍ଧି ହୋଇଛି।

ସାଉଦୀ ଆରବ ଆରବର ସରକାରୀ ତେଲ କମ୍ପାନୀ ପ୍ଲାଣ୍ଟରେ ୧୪ ସେପ୍ଟେମ୍ବରରେ ହୋଇଥିବା ଆକ୍ରମଣ ପରେ ଭାରତରେ ତେଲର ଦାମରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳିଛି। ଅପରପକ୍ଷରେ ରବିବାରଦିନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୨୭ ପଇସା ପ୍ରତି ଲିଟର ଏବଂ ଡିଜେଲ ୨୧ ପଇସା ପ୍ରତି ଲିଟର ମହଁଗା ହୋଇଥିଲା। ଗତ ୭ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦରରେ ୧ ଟଙ୍କା ୮୮ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ଡିଜେଲର ଦର ୧.୫୦ ଟଙ୍କା ପ୍ରତି ଲିଟର ବଢ଼ିଛି।

ଇଣ୍ଡିଆନ୍ ଅଏଲର ୱେବସାଇଟ ମୁତାବକ ସୋମବାରଦିନ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ଦାମ ବଢ଼ିକରି କ୍ରମଶ: ୭୩.୯୧ ଟଙ୍କା, ୭୯.୫୭ ଟଙ୍କା, ୭୬.୬୦ ଟଙ୍କା, ୭୬.୮୩ ଟଙ୍କା ଏବଂ ୭୨.୯୬ ଟଙ୍କା ପ୍ରତି ଲିଟର ହୋଇଛି। ସେହିପରି ଡିଜେଲର ଦାମ ମଧ୍ୟ ବଢ଼ିକର କ୍ରମଶ: ୬୬.୯୩ ଟଙ୍କା, ୭୦.୨୨ ଟଙ୍କା, ୬୯.୩୫ ଟଙ୍କା, ୭୦.୭୬ ଟଙ୍କା ଏବଂ ୭୧.୮୪ ଟଙ୍କା ପ୍ରତି ଲିଟର ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.