Home କଳାହାଣ୍ଡି କୋକସରା ବିଡିଓ ବଦଳିଲେ, ଉପାଧ୍ୟକ୍ଷ ମହଲରେ ଖୁସ, ୪୬ ଜଣ ଓଏଏସ ଅଧିକାରୀଙ୍କ ବଦଳି କଲେ...

କୋକସରା ବିଡିଓ ବଦଳିଲେ, ଉପାଧ୍ୟକ୍ଷ ମହଲରେ ଖୁସ, ୪୬ ଜଣ ଓଏଏସ ଅଧିକାରୀଙ୍କ ବଦଳି କଲେ ସରକାର

57

କଳାହାଣ୍ଡି ତା.୧୩.୦୮ (ଓଡିଆ ପୁଅ) ( କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବିଡିଓ ମନିଷା ଦାସଙ୍କର ବଦଳି ହୋଇଯାଇଛି। ପଂଚାୟତିରାଜ ବିଭାଗ ବଦଳି ଆଦେଶ ସଂଖ୍ୟା ୧୫୫୩୩/ପିଆର ତା. ୧୨.୦୮.୨୦୨୨ ଅନୁସାରେ କୋକସରା ବିଡିଓ ମନିଷା ଦାସଙ୍କର ରାଜସ୍ୱ ବିଭାଗକୁ ଫେରସ୍ତ କରାଯାଇ କାଶୀନଗର ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ଭବାନୀପାଟନା ବିଡିଓ ବିନୟ ଭୋଇଙ୍କୁ କୋକସରା ବିଡିଓ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଗୋଲାମୁଣ୍ଡା ବିଡିଓଙ୍କୁ ଜୟପାଟଣା, ମରାମପୁର ବିଡିଓଙ୍କୁ କର୍ଲାମୁଣ୍ଡା, ଜୟପାଟଣା ବିଡିଓଙ୍କୁ ଅମ୍ବାଭୋନା, କର୍ଲାମୁଣ୍ଡା ବିଡିଓଙ୍କୁ ତିଳେଇବଣି ବିଡିଓ ଭାବେ ବଦଳି କରାଯାଇଥିବା ଜଣାପଡିଛି। ମୋଟ ୪୬ ଜଣ ଓଏଏସ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ତନ୍ମଧ୍ୟରୁ ୧୨ ଜଣଙ୍କୁ ରାଜସ୍ୱ ବିଭାଗକୁ ଫେରସ୍ତ କରିଦିଆଯାଇ ବିଭିନ୍ନ ସ୍ଥାନରେ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି।

କୋକସରା ବିଡିଓ ମନିଷା ଦାସଙ୍କର ବଦଳି ହେବାପରେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ ଶିବିରରେ ଆସ୍ୱସ୍ତି ପ୍ରକାଶ ପାଇଥିବା କୁହାଯାଉଛି। ବିଭିନ୍ନ ଉନ୍ନୟନ ମୂଲକ କାର‌୍ୟ୍ୟକୁ ନେଇ ଉପାଧ୍ୟକ୍ଷ ଓ ବିଡିଓଙ୍କର ମତପାର୍ଥକ୍ୟ ସୃଷ୍ଟି ହୋଇଥିବା ସମଗ୍ର ଅଂଚଳରେ ଆଲୋଚନା ହେଉଥିଲା। ଉନ୍ନୟନ ମୂଲକ କାର‌୍ୟ୍ୟ ସବୁ ବିଭାଗୀୟ ସୂତ୍ରରେ ବ୍ଲକ ଜେଇ ମାନଙ୍କ ମାନଙ୍କ ନାମରେ କାର‌୍ୟ୍ୟାଦେଶ ଦିଆଯିବା ନିୟମକୁ ବିଡିଓ ମନିଷା ଦାସ କଡା କଡି ଭାବେ ପାଳନ କରିବାକୁ ଚାହୁଁଥିବା ବେଳେ ଉପାଧକ୍ଷ ରାଜୀବ ଅଗ୍ରୱାଲ ନିଜ ମନଇଚ୍ଛା ନିଜ ସମର୍ଥକ ଠିକାଦାର ମାନଙ୍କ ଦ୍ୱାରା କାର୍ଯ୍ୟ କରାଇବାକୁ ବିଡିଓଙ୍କ ଉପରେ ଚାପ ପକାଇ ଆସୁଥିବା ହେତୁ ମତପାର୍ଥକ୍ୟ ସୃଷ୍ଟି ହୋଇଥିବା ଜଣାପଡିଥିଲା। ନିକଟ ଅତୀତରେ ସ୍ମାର୍ଟ ସ୍କୁଲ ଯୋଜନାରେ ବ୍ଲକର କେତେକ ସ୍କୁଲ କୁ ୩୦ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ସଂପୃକ୍ତ ସ୍କୁଲ କୁ ଆସିଥିବା ବେଳେ ସେସବୁ ଉନ୍ନୟନ ମୂଲକ କାର‌୍ୟ୍ୟ ବିଡିଓଙ୍କ ତତ୍ୱାବଧାନରେ ହେବାକୁ ଥିବା ବେଳେ ଉପାଧ୍ୟକ୍ଷ ନିଜ ସମର୍ଥକ ମାନଙ୍କ ଦ୍ୱାରା ଉକ୍ତ କାର‌୍ୟ୍ୟ ସଂପାଦନ କରିବାକୁ ଚାହୁଁଥିବା ହେତୁ ମଧ୍ୟ ମତପାର୍ଥକ୍ୟ ସୃଷ୍ଟି ହୋଇଥିଲା। ନିଜପତ୍ନୀଙ୍କୁ ଅଧ୍ୟକ୍ଷା କରାଇଥିବା ହେତୁ ଉପାଧ୍ୟକ୍ଷ ବ୍ଲକର ପ୍ରାୟ ସମସ୍ତ ଉନ୍ନୟନ ମୂଲକ କାର‌୍ୟ୍ୟରେ ହସ୍ତକ୍ଷେପ କରି ନଜ ସମର୍ଥକ ମାନଙ୍କୁ ହିଁ ଠିକା କାମ ଦେବାର ଯୋଜନା କରିବା ସହ ନିଜ ହାର୍ଡୱେର ଦୋକାନରୁ ସମସ୍ତ ସାମଗ୍ରୀ ବ୍ୟବହାର କରାଯିବାକୁ ଏକପ୍ରକାର ବାଧ୍ୟ କରୁଥିବା ମଧ୍ୟ ସମଗ୍ର ଅଂଚଳରେ ଚର୍ଚ୍ଚା ହେଉଥିଲା।

ଅନ୍ୟପକ୍ଷରେ ବିଡିଓଙ୍କ ସ୍ୱାମୀ ବିଭିନ୍ନ କାର‌୍ୟ୍ୟରେ ହସ୍ତେକ୍ଷପ କରୁଥିବା ଏପରିକି ବୁଦ୍ଧିଜୀବି ମାନଙ୍କୁ ଗାଳିଗୁଲଜ କରୁଥିବା ମଧ୍ୟ ଚର୍ଚ୍ଚା ହେଉଥିବା ବେଳେ ଠିକା କାମକୁ ନେଇ ଅତୀତରେ ଅନେକ ଘଟଣା ଘଟିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ଇତି ମଧ୍ୟରେ ଆଗାମୀ ଦିନରେ ଧର୍ମଗଡ ବିଧାୟକ ହେବାର ଯୋଜନା ରେ ଲାଗିଥିବା ଉପାଧ୍ୟକ୍ଷ କାଳିଆ ଭରସାରେ ଶୀର୍ଷ ନେତୃତ୍ୱ ପାଖରେ ପହଂଚି ନିଜର ରାଜନୈତିକ ସ୍ଥିତି ସଜାଡୁଥିବା ବେଳେ ବିଡିଓ ଙ୍କୁ ହଟାଇବାକୁ ଯୋଜନା କରିଥିବା ମଧ୍ୟ ଆଲୋଚନା ହେଉଥିଲା। ଏସବୁ ବିଷୟ ସବୁ ଯଦିଓ ସତ୍ୟ ହୋଇଥାଏ ତେବେ ପ୍ରଶାସନିକ ବିଧି ବ୍ୟବସ୍ଥାରେ ରାଜନୈତିକ ଚାପରେ କୋକସରା ବିଡିଓଙ୍କୁ ବଦଳି କରାଯାଇଥିବା ସ୍ପଷ୍ଟ ମନେହୁଏ। ବିଭିନ୍ନ ବିଭାଗରେ ଠିକା କାମରେ ନିମ୍ନ ମାନର କାମ କରୁଥିବା କାଳିଆ ଓରଫ ଗୌତମ ସଂପ୍ରତି ନେଇଆଣି ଥୋଇଜାଣିବା ବିଦ୍ୟାରେ ପାରଙ୍ଗମ ହୋଇ ନିଜ ଦୋଷ ଦୁର୍ବଳତା କୁ ଏଡାଇଦେବାକୁ ଶୀର୍ଷ ନେତୃତ୍ୱ ପାଖରେ ପହଂଚି ପାରୁଥିବା ହେତୁ କାଳିଆ ମାଧ୍ୟମରେ ହିଁ ସ୍ୱାଧିନ ଭାବେ ଜିତିଥିବା ବ୍ଲକ ଅଧ୍ୟକ୍ଷ/ଉପାଧ୍ୟକ୍ଷ ରାଜନୈତିକ ଶରଣାପନ୍ନ ହୋଇଥିବା ଆଲୋଚନା ହେଉଛି।

ଏହା ଯଦିଓ ସତ୍ୟ ହୋଇଥାଏ ତେବେ ଆଗାମୀ ଦିନରେ କୋକସରା ବ୍ଲକରେ ଯୋଗ ଦେବାକୁଥିବା ବିନୟ ଭୋଇ ବିଡିଓ ଭାବରେ ଉପାଧ୍ୟକ୍ଷଙ୍କର ରାଜନୈତିକ କ୍ଷମତାର ବୋଲକରା ହୋଇରହିବେ କି ସ୍ୱଚ୍ଛତାର ସହ ନିରପେକ୍ଷ ଭାବେ ଦାୟୀତ୍ୱ ନିର୍ବାହ କରିବେ ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.