Home ଜିଲ୍ଲା ପରିକ୍ରମା ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପରେ ଭଦ୍ରକ ଜିଲା ସାମିଲ, ଜିଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ...

ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପରେ ଭଦ୍ରକ ଜିଲା ସାମିଲ, ଜିଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀ କୃତଜ୍ଞତା

48

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଇତିମଧ୍ୟରେ ବିଜୁଜନତା ଦଳ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟର ୪ଟି ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ପୁରୀରେ ମୋଟ ୧୯୮.୮୧ କିଲୋମିଟର ଦୀର୍ଘ ୩୬ଟି ଲୁଣାବନ୍ଧର ସୁଦୃଢୀକରଣ କାର୍ଯ୍ୟ କରିବାର ଯୋଜନା ୭୬୩ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ‘ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପ’ ମଂଜୁର କରିଛନ୍ତି। ଏହା ୨୦୨୨-୨୩ ଆର୍ଥିକ ବର୍ଷରେ ଆରମ୍ଭ କରାଯାଇ ୨୦୨୪-୨୫ ଆର୍ଥିକ ବର୍ଷରେ ସଂପୂର୍ଣ୍ଣ କରାଯିବ। ଏହି ଲୁଣାବନ୍ଧ ଗୁଡିକୁ ବାତ୍ୟା ପ୍ରତିରୋଧକ ସ୍ତରକୁ ଅଣାଯାଇ ଘଣ୍ଟା ପ୍ରତି ୨୫୦ କିମି ବେଗରେ ବୋହୁଥିବା ବାତ୍ୟା, ଉଚ୍ଚ ଜୁଆର, ଲୁଣାପାଣି ମାଡିଯିବା ତଥା ବାତ୍ୟା ଦାଉରୁ ନିକଟସ୍ଥ ସ୍ଥଳଭାଗ ଓ ଜନବସତିକୁ ସୁରକ୍ଷା କରିବ। ବାତ୍ୟା ପ୍ରବଣ ଭଦ୍ରକ ଜିଲାକୁ ଉପରୋକ୍ତ ବିପର୍ଯ୍ୟୟ ମୁକାବିଲା ଯୋଜନାରେ ଅନ୍ତର୍ଭୁକ୍ତ କରି ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପରେ ସାମିଲ କରିଥିବାରୁ ଆଜି ଭଦ୍ରକ ଜିଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ଜିଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଛି।

ଏଥିରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ସମେତ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲାପରିଷଦ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ବିଜେଡି ଉପସଭାପତି ତଥା ଜିଲା ପରିଷଦ ସଭ୍ୟ ମଳୟ ଜେନା, ଜିଲା ବିଜେଡି ସାଧାରଣ ସଂପାଦକ ଅଶୋକ ବଳ, ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ରାକେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେଲେ ବାଲେଶ୍ୱର ଜଳସେଚନ ବିଭାଗ ଅଧୀନରେ ୨୦ଟି ପ୍ରକଳ୍ପ ୩୭୫୩୨.୦୦ ଲକ୍ଷ ଟଙ୍କାର ୮୫.୩୦ କିମି ଅଂଚଳରେ ଥିବା ୪୩ଟି ଗ୍ରାମର ୨୦୩୩୦୦ ଲୋକ ଉପକୃତ ହେବା ୧୧୬୦ ହେକ୍ଟର ଚାଷଜମି ସୁରକ୍ଷିତ ହୋଇପାରିବ। ଅନୁରୂପ ଭଦ୍ରକ ଜିଲା ସାଳନ୍ଦୀ କେନାଲ ଡିଭିଜନ ଅଧୀନରେ ୨ଟି ପ୍ରକଳ୍ପ ୫୦୩୦.୦୦ ଲକ୍ଷ ଟଙ୍କାର ୨୫.୧୫ କିମି ଅଂଚଳରେ ଥିବା ୧୦ଟି ଗ୍ରାମର ୧୪୪୫୦ ଲୋକ ଉପକୃତ ହେବା ୩୫୦୦ ହେକ୍ଟର ଚାଷଜମି ସୁରକ୍ଷିତ ହୋଇପାରିବ। ସେହିଭଳି କେନ୍ଦ୍ରାପଡ ଜିଲାର ଆଳି ଏମ୍‌ବାକମେଣ୍ଟ ଡିଭିଜନ ଅଧୀନରେ ୬ଟି ପ୍ରକଳ୍ପ ୨୦୫୪୫.୪୭ ଲକ୍ଷ ଟଙ୍କାର ୪୭.୦୭ କିମି ଅଂଚଳରେ ଥିବା ୨୮ଟି ଗ୍ରାମର ୩୫୫୦୦ ଲୋକ ଉପକୃତ ହେବା ୩୬୮୦ ହେକ୍ଟର ଚାଷଜମି ସୁରକ୍ଷିତ ହୋଇପାରିବ। ଅନୁରୂପ ପୁରୀ ଜିଲାର ନିମାପଡା ଇରିଗେସନ ଡିଭିଜନ ଅଧୀନରେ ୫ଟି ପ୍ରକଳ୍ପ ୫୪୦୧.୩୪ ଲକ୍ଷ ଟଙ୍କାର ୧୩.୨୯ କିମି ଅଂଚଳରେ ଥିବା ୨୮ଟି ଗ୍ରାମର ୨୧୨୫୦ ଲୋକ ଉପକୃତ ହେବା ୧୨୦୫୦ ହେକ୍ଟର ଚାଷଜମି ଓ ପୁରୀ ଜିଲାର ୩ଟି ଅନ୍ୟ ଯୋଜନାରେ ୭୮୪୦.୦୦ ଲକ୍ଷ ଟଙ୍କାର ୨୮.୦୦ କିମି ଅଂଚଳରେ ଥିବା ୨୭ ଟି ଗ୍ରାମର ୧୮୦୦୦ ଲୋକ, ୧୩୦୦ ହେକ୍ଟର ଚାଷଜମି ସୁରକ୍ଷିତ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.