Home ଓଡ଼ିଶା କୋରାପୁଟ ବିଏସଏଫ ତରପରୁ ହର ଘର ତ୍ରିରଙ୍ଗା ମିନିମାରଥନ

କୋରାପୁଟ ବିଏସଏଫ ତରପରୁ ହର ଘର ତ୍ରିରଙ୍ଗା ମିନିମାରଥନ

21

କୋରାପୁଟ :୧୩/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ବିଏସଏଫ ତରପରୁ ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ ଏହି ମିନିମାରାଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଭାରତ ବର୍ଷ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯାହାକି ସ୍ୱାଧୀନ ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିଥାଏ। ଆୟୋଜିତ ମିନି ମାରାଥନକୁ ପ୍ଲାଗ ଅପ କରିଥିଲେ ୬୫ ବିଏନ ଶ୍ରୀ ଟି ଏନ ରେଡ୍ଡୀ, କୋରାପୁଟ ଆରକ୍ଷୀ ଅଧିକାରୀ ଶ୍ରୀ ବରୁଣ ଗୁଣ୍ଟପାଲ୍ଲୀ, ସେକ୍ଟର ବିଏସ ଏପ କମଣ୍ଡାଣ୍ଟ ଙ୍କ ସମେତ ୧୫୧ବିଏନ ବିଏସଏଫ କମଣ୍ଡାଣ୍ଟ ଶ୍ରୀ ଅଜୟ କୁମାର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ସାଇ ସ୍ପୋର୍ଟସ କ୍ଲବ ସୁନାବେଡ଼ା, କୋରାପୁଟ ଆଦର୍ଶ ବିଦ୍ୟାଳୟର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ନାଗରିକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଭାଗ ନେଇଥିଲେ। ମାରାଥନ ବିଜେତାଙ୍କୁ ୬୫ ବିଏନ ବିଏସଏଫ ତରପରୁ ନଗଦ ପୁରସ୍କାର ପ୍ରଦାନ କରିଥିଲେ କମାଣ୍ଡାଣ୍ଟ ଶ୍ରୀ ଟି ଏନ ରେଡ୍ଡୀ। ପ୍ରଥମ ବିଜେତା ରଶ୍ମି ରଞ୍ଜନଙ୍କୁ ୫, ୦୦୦ ଓ ଦ୍ୱିତୀୟ ବିଜେତା ଘାସିରାମ ଦୋରାଙ୍କୁ ୩, ୦୦୦ ତୃତୀୟ ବିଜେତା ଦିରିଶାନ୍ତ ପଣ୍ଡା ୨, ୦୦୦ଟଙ୍କା ଅର୍ଥ ରାଶି ପୁରସ୍କାର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.