Home ଓଡ଼ିଶା କେନ୍ଦ୍ରାପଡାରେ ଗୁଳିକାଣ୍ଡ

କେନ୍ଦ୍ରାପଡାରେ ଗୁଳିକାଣ୍ଡ

451

କେନ୍ଦ୍ରାପଡା,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): କେନ୍ଦ୍ରାପଡ଼ା ସହର ଥାନା କଳପଡ଼ା ଲୁଣାନଦୀ ପୋଲ ଉପରେ ଆଜି ଗୁଳିକାଣ୍ଡ ହୋଇଛି । ଫଳରେ ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନେ  ପାଟକୁରା ଥାନା ବଛରାଇ ଗାଁର ରାଜେଶ ମୁଦୁଲି ଓ ସଦର ଥାନା ଅଙ୍ଗୁଳାଇ ବରେଇ ଗାଁର ବିନୋଦ ସାହୁ ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ରାଜେଶ ଅନ୍ୟ ଦୁଇ ଜଣ ସାଙ୍ଗଙ୍କ ସହ ଏକ ମୋଟର ସାଇକଲରେ ମାର୍ଶାଘାଇରୁ ବଛରାଇ ଫେରୁଥିଲେ। ଏତିକିବେଳେ ସେମାନଙ୍କ ଉପରକୁ  ୩ ଜଣ ଦୁର୍ବୃତ୍ତ ୩ ରାଉଣ୍ଡ ଗୁଳାଇ ଫେରାର୍‌ ହୋଇଯାଇଥିଲେ।

ପରେ ଆହତ ଦୁଇ ଜଣଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ଗୁଳିକାଣ୍ଡ ପଛରେ ଗ୍ୟାଙ୍ଗ ଓ୍ଵାର୍‌ ସନ୍ଦେହ କରୁଛି ପୋଲିସ। କେନ୍ଦ୍ରାପଡ଼ା ସ୍ପେଶାଲ୍‌ ସ୍କ୍ଵାଡ୍‌ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ଖୋକା ଜବତ କରି ଖୋଳତାଡ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.