Home ଆନ୍ତର୍ଜାତୀୟ ଭାରତର ସିରିଜର ବିଜୟ

ଭାରତର ସିରିଜର ବିଜୟ

1154

ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ତୃତୀୟ ଦିନିକିଆରେ ଘରୋଇଓ୍ଵଷ୍ଟଇଣ୍ଡିଜ୍‌କୁ ୬ ଓ୍ଵିକେଟ୍‌ରେ ହରାଇ ଭାରତୀୟ ଦଳ ଦିନିକିଆ ଆନ୍ତର୍ଜାତିକ ସିରିଜ୍‌ ବିଜୟୀ ହୋଇଛି । ଗତକାଲି ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ବି ବର୍ଷା ବାଧକ ସାଜିଥିଲା । ଫଳରେ ମ୍ୟାଚ୍‌କୁ ୩୫ ଓଭରକୁ କମାଇ ଦିଆଯାଇଥିଲା । ଏଥିରେ ଇଣ୍ଡିଜ୍‌ ଦଳ ୭ ଓ୍ଵିକେଟ୍‌ ହରାଇ ୨୪୦ ରନ୍‌ କରିଥିଲା । ହେଲେ ପରବର୍ତ୍ତୀ ସମୟରେ ଡକଓ୍ଵର୍ଥ ଲୁଇସ୍‌ ନିୟମରେ ଭାରତ ପାଇଁ ବଦଳି ଯାଇଥିଲା ଟାର୍ଗେଟ୍‌ । ୩୫ ଓଭର୍‌ରେ ୨୫୫ ରନ୍‌ର ଲକ୍ଷ୍ୟ ରହିଥିଲା । ଯାହାକୁ ଭାରତ ଆଉ ୧୫ଟି ବଲ୍‌ ବାକି ଥାଇ ହାସଲ କରିନେଲା ।

ଇଣ୍ଡିଜ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କ୍ରିସ୍‌ ଗେଲ୍‌ଙ୍କ ୪୧ ବଲ୍‌ରୁ ବିସ୍ଫୋରକ ୭୨ ରନ୍‌ ଏବଂ ଲୁଇସ୍‌ ୪୩ ଓ ପୁରନ୍‌ ୩୦ ରନ୍‌ କରିଥିଲେ ।

ଓପନିଂ ଯୋଡ଼ିରେ ଗେଲ୍‌ ଓ ଲୁଇସ୍‌ ଯୋଡ଼ିଥିଲେ ୧୧୫ ରନ୍‌ । ଭାରତ ପକ୍ଷରୁ ଯୁବ ପେସ୍‌ ବୋଲର୍‌ ଖଲିଲ ଅହମଦ ୩ଟି ଏବଂ ମହମ୍ମଦ ସାମି ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।
ପରେ ଟିମ୍‌ ଇଣ୍ଡିଆ ଶହେ ରନ୍‌ ଭିତରେ ଦୁଇ ଓପନରଙ୍କୁ ହରାଇବା ପରେ କୋହଲି ଓ ଶ୍ରେୟଶ ଆୟରଙ୍କ ଚମତ୍କାର ବ୍ୟାଟିଂ ବଳରେ ୩୨.୩ ଓଭରରେ ୪ ଓ୍ଵିକେଟ୍‌ରେ ୨୫୬ ରନ୍‌ କରି ଜିତି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.