ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସମସ୍ତ ବ୍ଳକରେ ଅକ୍ଷି ମୁଠି ବାହି କାର୍ଯ୍ୟକ୍ରମ ପାଳିତ ହୋଇଥିବାବେଳେ ଭଦ୍ରକ ବ୍ଳକ ଗୋରାମାଟି ଠାରେ ପାରମ୍ପରିକ ରୀତିରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଳିତ ହୋଇଛି। କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ଏହି ପବିତ୍ର କୃଷିଭିତିକ ପର୍ବର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ବହୁ ଚାଷୀଙ୍କ ଗହଣରେ ଗୋରାମାଟି ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମେ ହଳ ବୁଲାଇବା ପରେ ଶ୍ରୀ ମହାନ୍ତି ଅକ୍ଷି ମୁଠି ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିବା ସହ ଚାଷୀଭାଇମାନଙ୍କ ଶୁଭ ମନାସିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପିତବାସ ଧଳ, ସମିତି ସଭ୍ୟ ଗୟାଧର ସେଠୀ, ସୁଶାନ୍ତ ପଲେଇ, କୁଳମଣି ଜେନା, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ବାରିକ, ମହେଶ କୁମାର ମିଶ୍ର, ବ୍ରଜ ଖୁଟିଂଆ, ଶଶିକାନ୍ତ ବେହେରା, ଗୌରାଙ୍ଗ ମଲିକ, ମାର୍କଣ୍ଡ ମହାଳିକ, ଟୁକୁନା ଜେନା, ଭାଗିରଥୀ ଜେନା, ବାଙ୍କ ନିଧି ବାରିକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।








