Home ଜିଲ୍ଲା ପରିକ୍ରମା କୁମାର କବିଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ନରାଡମ୍ବର ସହିତ ପାଳିତ

କୁମାର କବିଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ନରାଡମ୍ବର ସହିତ ପାଳିତ

59

ପୁରୀ, ୨୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -କୁମାର କବି ଥିଲେ ମାଟି ଓ ମଣିଷର କବି। କୁମାର କବି ଥିଲେ ଯୋଗଜନ୍ମା ସିଦ୍ଧ ସାଧକ। ବ୍ରହ୍ମଗିରି ତା ୨୫/୦୯/୨୦୨୦ ଓଡିଶାର ବିଶିଷ୍ଟ କବି, ସାହିତ୍ୟକ, ଲେଖକ, ସଂସ୍କତି ଗବେଷକ, ଅନନ୍ୟ ବାଗ୍ନୀ ଓ ସାରସ୍ୱତ ସାଧକ କୁମାର କବି ଅରକ୍ଷିତ ପ୍ରଧାନ ଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ତାଙ୍କ ସାଧନା ପୀଠ ରେ ଚିଲିକା ଚିତ୍ରକଳ୍ପ ଠାରେ କୋଭିଡ୍ କଟକଣା କୁ ଦୃଷ୍ଟିରେ ରଖି ନିରାଡମ୍ବର ସହକାରେ ପାଳନ କରାଯାଇଛି। କୁମାର କବି ଫାଉଣ୍ଡେସନ ତରଫରୁ ଆୟୋଜିତ ଏହି ସ୍ମୃତି ଚାରଣ ସଭାରେ ଗବେଷକ ନୀଳମଣି ସୁଆର ସଭାପତିତ୍ୱ କରିଥିଲେ। ପୂର୍ବାହ୍ନ ରେ ସୁନାମୁହିଁ ଠାରେ ଥିବା କବି ଙ୍କ ପ୍ରତିମୂର୍ତିରେ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ପୁଷ୍ପ ମାଲ୍ୟାର୍ପଣ, ବସ୍ତ୍ରାଭରଣ କରିବା ସହିତ କବି ଙ୍କ ସ୍ମୃତିରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ପରେ ସାଧନା ପୀଠ ଖଣ୍ଡୁଆଳ ପୁର ସ୍ଥିତ ଚିଲିକା ଚିତ୍ରକଳ୍ପ ଠାରେ ଥିବା ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଧୂପ, ଦୀପ ଓ ମନ୍ତ୍ର ଉଚ୍ଚାରଣରେ କବି ଙ୍କ ସାଧନା ପୀଠ ସଂସ୍କୃତି ମୟ ଲାଗୁଥିଲା। କୁମାର କବି ଙ୍କ ଅମ୍ଲାନ ସ୍ମୃତି ଉଦେଶ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୁଗଜ୍ୟୋତି ସାହିତ୍ୟ ସଂସଦ, ମାଣିକ ପାଟଣା ସାଂସ୍କୃତିକ ପରିଷଦ ଓ କୁମାର କବି ଫାଉଣ୍ଡେସନ ତରଫରୁ ବିଶିଷ୍ଟ ବ୍ୟକ୍ତିଗଣ ସ୍ମୃତି ଚାରଣ କରିଥିଲେ। କୁମାର କବି ମାଟି, ମଣିଷ ଓ ପ୍ରକୃତି ସହିତ ସଂସ୍କୃତିକୁ ଭଲ ପାଉଥିଲେ। ତାଙ୍କର ସମଗ୍ର ଅଠରଖଣ୍ଡ କାଳଜୟୀ ପୁସ୍ତକ ଓଡିଆ ବାଣୀ ଭଣ୍ଡାର କୁ ଅମୂଲ୍ୟ ଦାନ ବୋଲି ତରୁଣ କବିର ଦାମୋଦର ପରିଡା କହିଛନ୍ତି। ସଂସ୍କୃତି ଓ ସାହିତ୍ୟର ସେବା କରିବା ପାଇଁ କବି ଯୁଗଜ୍ୟୋତି ସାହିତ୍ୟ ସଂସଦ ଓ ମାଣିକ ପାଟଣା ସାଂସ୍କୃତିକ ପରିଷଦ ଗଢିଥିଲେ। ସାଧନା ପୀଠ ର ବିକାଶ ସମେତ କବିଙ୍କ ସମସ୍ତ ସାହିତ୍ୟ କୃତିକୁ କୁମାର କବି ଗ୍ରନ୍ଥ ଆକାରରେ ପ୍ରକାଶ କରିବାକୁ ଗୁଣନିଧି ବରାଳ ଙ୍କ ପ୍ରସ୍ତାବ କୁ ସଭାରେ ସମର୍ଥନ କରାଯାଇଛି। ସ୍ଥାନୀୟ ବ୍ଲକ ପ୍ରଶାସନ ଓ ସରପଂଚ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା କୁ ସଭାରେ ମତ ପ୍ରକାଶ ପାଇଛି। ଏହି ସଭାରେ କୁମାର କବି ଙ୍କ ସୁପୁତ୍ର ଆଲୋକ କୁମାର ପ୍ରଧାନ, ଲେଖକ ଗୁଣନିଧି ବରାଳ, ପାଲା ଗାୟକ ପର୍ଶୁରାମ ସାସମଲ, ବାଙ୍କୀର ସାହିତ୍ୟିକ ତଥା କଟକ ଜିଲା ପୂଜ୍ୟପୂଜା ସଂସଦ ର ସଭାପତି ସୁନୀଲ କୁମାର ମିଶ୍ର, କବି ସୁଶାନ୍ତ କୁମାର ଜେନା, ବ୍ରହ୍ମଗିରି ଐତିହ୍ୟ ପରିଷଦର ସଭାପତି କାଶୀନାଥ ନାୟକ, ପ୍ରଧାନ ଶିକ୍ଷକ ବନମାଳୀ ଜେନା, ଶ୍ରୀଧର ଦଳାଇ, ଯୁବନେତା ପ୍ରକାଶ ଚନ୍ଦ୍ର ମହାନ୍ତି, ସମାଜସେବୀ ବାବୁଲି ଦାସ, ସତ୍ୟ ପଲାଇ, ଡାକୁ ସାର, ବିରଂଚି ବାରିକ, ବାବନ କାଣ୍ଡି, ଶାନ୍ତିଲତା ମହାପାତ୍ର, ଆଶିଷ ଅମିତାଭ ମହାପାତ୍ର, ସମୀର ପାଟଯୋଶୀ, ସନ୍ତୋସ ପତି ପ୍ରମୁଖ ଯୋଗଦାନ କରି ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭ ରେ ପର୍ଶୁରାମ ସାସମଲ ବେଦପାଠ ଓ ମଙ୍ଗଳାଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.