ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜୀବନବ୍ୟାପୀ ଶିକ୍ଷା ଦାନ କରି ଦୁଇ ଆଦର୍ଶ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା ଏବଂ ଜ୍ୟୋସ୍ନାମୟୀ ପଣ୍ଡା ଏକକାଳୀନ ଗୋଟିଏ ବିଦ୍ୟାଳୟରୁ ଅବସର ନେବା ଦିବସରେ ସ୍ଥାନୀୟ ଅଂଚଳରେ ସ୍ୱତନ୍ତ୍ର ଭାବାବେଗ ସୃଷ୍ଟି ହୋଇଛି। ଭଦ୍ରକ ମିର୍ଜାପୁର ନାଥ ସାହିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଂଚଳିକ ସାଧନା କେନ୍ଦ୍ର ସଂଯୋଜିକା ତଥା ପ୍ରଧାନଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ କରଙ୍କ ସଂଯୋଜନାରେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ସଭାପତିତ୍ୱରେ ଦୁଇ ଆଦର୍ଶ ଶିକ୍ଷୟିତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଜୀବନାଦର୍ଶ ଉପରେ ବହୁମୂଲ୍ୟ ବକ୍ତବ୍ୟ ରଖିଥିବା ବେଳେ ଶିଶୁ ସାହିତ୍ୟିକ ଇଂ ଅଭୟ ସୂତାର ମୁଖ୍ୟବକ୍ତା, ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର ବରେଣ୍ୟ ଅତିଥି, ଶିକ୍ଷାବିତ୍ ଗୀତାରାଣୀ ଆଇଚ, ହରେକୃଷ୍ଣ ଜେନା, ପୂର୍ବତନ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ ସ୍ୱତନ୍ତ୍ର ଅତିଥି, ଭାସ୍କର ଚନ୍ଦ୍ର ପଣ୍ଡା, ଦ୍ରୌପଦୀ ସାହୁ, କୈଳାସ ଚନ୍ଦ୍ର ଜେନା, ମହେଶ୍ୱର ନାଥ, ଅରୁଣ କୁମାର ମଲ୍ଲିକ, ରଶ୍ମିତା ଦାଶ , ରତ୍ନାକର ପଣ୍ଡା, ସମୀର କୁମାର ଜେନା, ମୀନା କୁମାରୀ ଦାସ, ମଧୁମିତା ପାଣି, ସନ୍ତୋଷ କୁମାର ବେହେରା , ଗୀତାଞ୍ଜଳି ବେହେରା, ମଧୁମିତା ମାଝୀ, ଲକ୍ଷ୍ମୀପ୍ରୀୟା ମୁର୍ମୁ, ମଧୁସ୍ମିତା ମହାନ୍ତି, ଗୌରୀ ଶତପଥୀ, ଗୀତାଞ୍ଜଳି ମହାନ୍ତି, ଜାନକୀ ପାଢ଼ୀ, ମନୋରମା ରାୟ, ପ୍ରଣତୀ ମଲ୍ଲିକ, ଗୋପୀନାଥ ଦାଶ, ଦେବସ୍ମିତା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କର ପ୍ରିୟ ଦୁଇ ଆଦର୍ଶ ଶିକ୍ଷୟିତ୍ରୀଙ୍କ ବିଦାୟକାଳୀନ ଜୀବନାଦର୍ଶ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିବା ସହିତ ଶିକ୍ଷଣୀୟ ପାଲା ପରିବେଷଣ କରି କିଛି ସମୟ ପାଇଁ ସଭାକୁ ମନ୍ତ୍ରମୁଗ୍ଧ କଲା ପରି ଉପସ୍ଥିତ ସମସ୍ତଙ୍କୁ ମୋହିତ କରିଥିଲେ।ଏହି ଅବସରରେ ଜୀବନବ୍ୟାପୀ ଶିକ୍ଷା ପ୍ରଦାନ କରି ସମସ୍ତଙ୍କ ନିକଟରେ ପ୍ରିୟ ହୋଇଥିବା ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କୃତି ଓ କୃତିତ୍ୱ ପାଇଁ ଓଡ଼ିଶା ରାଜ୍ୟ ପୂଜ୍ୟ ପୂଜା ପରିଷଦ ପକ୍ଷରୁ ଶ୍ରୀମତୀ ଦ୍ରୌପଦୀ ସାହୁ ଏବଂ ଅରୁଣ କୁମାର ମଲ୍ଲିକଙ୍କୁ ଶିକ୍ଷା ରତ୍ନ ସମ୍ମାନ , ବିଜୟଲକ୍ଷ୍ମୀ ପଣ୍ଡା, ଜ୍ୟୋସ୍ନାମୟୀ ପଣ୍ଡା ଏବଂ ରଶ୍ମିତା ଦାଶଙ୍କୁ ଆଦର୍ଶ ଶିକ୍ଷୟିତ୍ରୀ ସମ୍ମାନ ଓ ରମାପଦ ରଣାଙ୍କୁ ଆଦର୍ଶ ଗୁରୁଜୀ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟା, ଗ୍ରାମବାସୀ, ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମିର୍ଜାପୁର ନାଥ ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପ୍ରିୟ ଆଦର୍ଶ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା ଏବଂ ଜ୍ୟୋସ୍ନାମୟୀ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ଭାବମୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ କର ଧନ୍ୟବାଦ ଅର୍ପଣ କରିବା ପରେ ଦୁଇ ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ସମ୍ମାନର ସହିତ ବିଦାୟ ଦେଇଥିଲେ।







