ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ମହାନ୍ତିପଡା ପଚାଂୟତ ତ୍ରିସାଲିଆ ଗ୍ରାମର ମାଟ୍ରିକ ଟପ୍ପର ଅଭିଜିତ୍ ସାହୁଙ୍କୁ ଆଜି ସମ୍ବର୍ଦ୍ଧନା ଦିଆଯାଇଛି । ବିଜେପି ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ ଶ୍ରୀ ସାହୁଙ୍କୁ ତାଙ୍କ ତ୍ରିସାଲିଆସ୍ଥିତ ବାସ ଭବନରେ ଭେଟି ଜଗନ୍ନାଥଙ୍କ ଫଟୋଚିତ୍ର, ସାଲ୍ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଆମ ସମସ୍ତଙ୍କ ପାଇଁ ଗୌରବର ମୂହୁର୍ତ ବୋଲି କହି ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ପରବର୍ତୀ ସମୟରେ ସେ ଏହିପରି ସଫଳତାର ପାହାଚ ଚଢି ଶୀର୍ଷରେ ପହଂଚୁ ଥାଆନ୍ତୁ ବୋଲି କହିଥିଲେି । ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ,ମଣ୍ଡଳ ସାଧାରଣ ସମ୍ପାଦକ ସୁବାଷ ପଣ୍ଡା, ମହାନ୍ତିପଡା ସମିତିସଭ୍ୟ ନିର୍ମଳ ନାୟକ, ଆଇନଜିବୀ ମାଧବାନନ୍ଦ ଦାସ, ମଣ୍ଡଳ କୋଷାଧ୍ୟକ୍ଷ ଗୋପାଳ କୃଷ୍ଣ ଦାଶ, ବିଟିପୁର ପଚାଂୟତ ପ୍ରମୁଖ ଚିିନ୍ମୟ ମହାପାତ୍ର, ଅଗଣା ସାହୁ, ବିଜ୍ଞାନ ଭୂଷଣ ମହାନ୍ତି, ଟିକି ବେହେରା, ଚିନ୍ତାମଣି ମହାରଣା,ଶୁଭେନ୍ଦୁ ବେହେରା, ଶୁସାନ୍ତ ରଣା,ପ୍ରତିମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଜିତଙ୍କ ପିତା ଜଗନ୍ନାଥ ସାହୁ ଓ ମାତା ଅବନ୍ତୀଲତା ସାହୁ ଉପସ୍ଥିତ ଥିବା ବେଳେ ଦଳ ପକ୍ଷରୁ ମିଷ୍ଠାନ ବଟଂନ କରାଯାଇଥିଲା ।







