ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆଜି ବିଡବ୍ଲ୍ୟୁଡି ମିଡ଼ିଆ ସଂଘର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମ୍ବାଦ ଓ ସାମ୍ବାଦିକତା ଉପରେ ବିଶେଷ ଆଲୋଚନା ହୋଇଥିଲା। ସଂଘର ସମସ୍ତ ସଦସ୍ୟ ମାନଙ୍କୁ ସଦସ୍ୟତା ଗ୍ରହଣ କରାଯାଇ ସାଙ୍ଗଠନିକ ପରିଚାଳନା କମିଟି ଗଠନ କରାଯାଇଥିଲା। ସମାଜର ଅବହେଳିତ ଓ ନିଷ୍ପେସିତଙ୍କ ସହ ରହିବା ଅନ୍ୟାୟୀ ଅତ୍ୟାଚାର ବିରୋଧ ରେ ସ୍ୱର ଉତୋଳନ କରିବା ଏହି ସଂଘର ମୂଳ ଲକ୍ଷ। ସାମାଜିକ ଗଣମାଧ୍ୟମ ମିଡ଼ିଆ ଜରିଆରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ଓ ସମସ୍ୟାର ସମାଧାନ ପାଇଁ ଦାବି ରଖିବା ବୋଲି ସଂଗଠନର ସଭାପତି ଅପୂର୍ବ ରଞ୍ଜନ ବେହେରା କହିଛନ୍ତି। ଏହି ସଭାର ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଉଦଘାଟନ ଅତିଥି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଣୀ ମଧୁସ୍ମିତା ସଥପତି ଯୋଗ ଦେଇ ସାମ୍ବାଦିକ ମାନଙ୍କୁ ଉତ୍ସାହ କରିଥିଲେ, ସମ୍ପାଦକ ପ୍ରଶାନ୍ତ ସାହୁ, ସଂଘର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଦୈତାରି ମହାପାତ୍ର, ସଂଘର ଉପଦେଷ୍ଟା ସାମ୍ବାଦିକ ଶୁଭେନ୍ଦୁ ରାୟମହାପାତ୍ର, ଉପଦେଷ୍ଟା ବସନ୍ତ ରାଉତ, ସାମ୍ବାଦିକ ଜ୍ଞାନ ରଞ୍ଜନ ପାଣି, ସଙ୍ଗଠନ କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ପ୍ରକାଶ ସ୍ୱାଇଁ , ସହ ସମ୍ପାଦକ ଜାହିଦ୍ ଖାଁ, ଉପ ସଭାପତି ସୁବ୍ରତ ପାଲ, ସଙ୍ଗଠନ ସମ୍ପାଦକ ମନୋରଞ୍ଜନ ବାରିକ ଅତିଥି ପରିଚୟ ଦେଇଥିଲେ । ସଂଘର କାର୍ଯ୍ୟକାରୀ ସଦସ୍ୟ ରାଜେଶ ବେହେରା, ଶରତ ନାଥ, ସନ୍ତୋଷ ଜେନା, ସଞ୍ଜୀବ ଦାସଙ୍କ ସମେତ ଅନେକ ସଦସ୍ୟ ଯୋଗ ଦେଇଥିଲେ।ଶେଷରେ ଅତିଥି ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଘ କରିଥିଲେ ଶ୍ରଦ୍ଧାଞ୍ଜଳି ମିଶ୍ର।







