Home ଜିଲ୍ଲା ପରିକ୍ରମା କିଶୋର ନ୍ୟାୟ ଅଧିନିୟମ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ

କିଶୋର ନ୍ୟାୟ ଅଧିନିୟମ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ

6

ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦୋବଲ କାଞ୍ଜିଆପାଳସ୍ଥିତ ମହାପୁରୁଷ ଆଶ୍ରମ ପରିସରରେ କିଶୋର ନ୍ୟାୟ ଅଧିନିୟମ (ଯତ୍ନ ଏବଂ ସୁରକ୍ଷା) ଆଇନ ୨୦୨୫ ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଶୋର, କିଶୋରୀ ମାନେ କମ ବୟସରେ ସେମାନଙ୍କ ମାନସିକତା ସ୍ତରରେ ପରିପକ୍ୱତା ଆସିନଥାଏ ତେଣୁ ସେମାନେ ଆଗକୁ କଣ ହେବ ବା ସମାଜ ସେମାନଙ୍କୁ କେଉଁ ଦୃଷ୍ଟିରେ ଦେଖିବ ସେସବୁକୁ ବୁଝିବାର ଧୈର୍ଯ୍ୟ କିମ୍ବା ମାନସିକତା ସେହି କିଶୋର କିଶୋରୀମାନଙ୍କର ନଥାଏ । ତେଣୁ ସେମାନେ କରୁଥିବା ଅପରାଧକୁ କିଶୋର ନ୍ୟାୟ ଅଧିନିୟମ ମଣ୍ଡଳୀ ଜରିଆରେ ସେମାନଙ୍କ ଠାରୁ ସତ୍ୟଘଟଣାମାନ ବାହାରକୁ ଅଣାଯାଇଥାଏ । ତେଣୁ ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୟସର ପରିପକ୍ୱତା ନହୋଇଥିବାରୁ କୌଣସି ଅନୈତିକ, ଅସାମାଜିକ ଭଳି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରୁହ ନାହିଁ ବୋଲି ଉପସ୍ଥିତ ବିଭିନ୍ନ ବର୍ଗର ଅତିଥିମାନେ ମତବ୍ୟକ୍ତ କରିବା ସଂଗେ ସଂଗେ ପିଲାମାନଙ୍କୁ ବୁଝାଇଥିଲେ । ଏହାସହ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ପୂଣ୍ୟଶ୍ଲୋକ ରଥ ପରିଚାଳନା କରିଥିଲେ । ଶିଶୁ କଲ୍ୟଣ ମୁଖ୍ୟ ଦେବରାଜ ପାଣିଗ୍ରାହୀ, ଜିଲ୍ଲା ଶିଶୁଯତ୍ନ ବିଭାଗର ମୁଖ୍ୟ ଅବିନାଶ ମହାନ୍ତି, କିଶୋରନ୍ୟାୟ ପରିଷଦର ସଦସ୍ୟ ବନମାଳୀ ଯେନା, ଏଲ୍‌.ଏ.ଡ଼ିସ୍‌.ଏସ୍‌ର ମୁଖ୍ୟ ତାପସ କୁମାର ମହାନ୍ତି ଏବଂ ମହାପୁରୁଷ ଆଶ୍ରମର ଅଧିକ୍ଷକ ନକୁଳ ଚରଣ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.