Home ଓଡ଼ିଶା ‘କଲ୍ଲୋଳ ୨୦୧୯’- ଶିଶୁ ଅଧିକାର ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା

‘କଲ୍ଲୋଳ ୨୦୧୯’- ଶିଶୁ ଅଧିକାର ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା

188

ବିଷୟବସ୍ତୁ: ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର

ଭୁବନେଶ୍ୱର, ୬ ଅଗଷ୍ଟ ୨୦୧୯ (ଓଡ଼ିଆ ପୁଅ) : ଓଡିଶା ସ୍ଥିତ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଆଇନା ପକ୍ଷରୁ ୟୁନିସେଫ୍ ଓଡିଶା ସହଭାଗୀତାରେ, ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ସମ୍ବନ୍ଧିତ ଶିଶୁ ଅଧିକାର ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ‘କଲ୍ଲୋଳ ୨୦୧୯’ର ପଂଚମ ସଂସ୍କରଣ ଆଜି ଏଠାରେ ଉନ୍ମୋଚିତ ହୋଇଯାଇଛି। ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ଓ. ନିଲସନ୍, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ନାୟକ, ଅଳଙ୍କାର ଓ ତରଙ୍ଗ ମ୍ୟୁଜିକ୍ ର ମୁଖ୍ୟ ଶ୍ରୀଯୁକ୍ତ ଶ୍ୟାମାପ୍ରସାଦ ମିଶ୍ର, ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର, ଆଇନାର ସମ୍ପାଦିକା ଶ୍ରୀମତୀ ସ୍ନେହ ମିଶ୍ର ପ୍ରମୁଖ ଏହି ଉନ୍ମୋଚନ ସଭାରେ ଉପସ୍ଥିତ ଥିଲେ। ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ଅଳଙ୍କାର ଟିଭି/ ଓଟିଭି ଗଣମାଧ୍ୟମ ସହଭାଗୀତାରେ ଏହି ବର୍ଷର ପ୍ରତିଯୋଗିତା ଆୟୋଜନ କରାଯାଉଛି। ୟୁନିସେଫ୍ ର ଶ୍ରୀମତୀ ଅଳକା ଗୁପ୍ତା ଓ ଶ୍ରୀଯୁକ୍ତ ସୌରଭ ଭଟ୍ଟାଚାର୍ଯ୍ୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ଉପରେ ୩୦, ୬୦ ଏବଂ ୯୦ ସେକେଣ୍ଡର ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ନିମନ୍ତେ ‘କଲ୍ଲୋଳ ୨୦୧୯’ ଆଶାୟୀ ଅଂଶଗ୍ରହଣକାରୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରୁଛି। ଏହି ପ୍ରତିଯୋଗିତାର ଉପ ବିଷୟବସ୍ତୁଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି।

୧. ବଢୁଥିବା ଶିଶୁମାନଙ୍କ ନିମନ୍ତେ ସନ୍ତୁଳିତ ଆହାର
୨. ସୁପୋଷଣ ପ୍ରଦାନ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବର ପରିସମାପ୍ତି

ଆମେମାନେ ଏହା ଅବଗତ ଯେ ଆମେ ଖାଉଥିବା ପୋଷଣଯୁକ୍ତ ଖାଦ୍ୟ ଆମର ବୃଦ୍ଧି ଓ ବିକାଶରେ ସାହାଯ୍ୟ କରିବା ସହିତ ଆମକୁ ଶକ୍ତି ପ୍ରଦାନ କରିଥାଏ ଏବଂ ସୁସ୍ଥ ରଖିଥାଏ ବୋଲି ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନିଲସନ୍ ଏହି ଅବସରରେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତଥାପି କିଛି ଶିଶୁମାନେ କୁପୋଷଣର ଶିକାର ହେଉଛନ୍ତି ଯାହା ସେମାନଙ୍କର ଶାରୀରିକ ଓ ମାନସିକ ବିକାଶକୁ ପ୍ରତିହତ କରିବା ସହିତ ବିଦ୍ୟାଳୟ ଓ କର୍ମକ୍ଷେତ୍ରରେ ସେମାନଙ୍କର ଦକ୍ଷତାକୁ ମଧ୍ୟ ପ୍ରତିହତ କରୁଛି। ସୁପୋଷଣ କେବଳ ଖାଦ୍ୟ ଗ୍ରହଣ କରିବା ଏବଂ ବହୁମୁଖୀ ବିଷୟବସ୍ତୁ ଠାରୁ ବହୁ ଉଦ୍ଧ୍ୱର୍ରେ। ‘କଲ୍ଲୋଳ ୨୦୧୯’ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ମାଧ୍ୟମରେ ଉଚିତ୍ ପୋଷଣ ସମ୍ପର୍କିତ କିଛି ମହତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ।

ପେଶାଦାର ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ରର ଜଗତର ଛାତ୍ରଛାତ୍ରୀ, ଚଳଚ୍ଚିତ୍ର ଦକ୍ଷତା ଥିବା ସୌଖୀନ ବ୍ୟକ୍ତିବିଶେଷ, ନୂତନ ଚିନ୍ତାଧାରାର ବ୍ୟକ୍ତିବିଶେଷ କିମ୍ବା ଚଳଚ୍ଚିତ୍ର ନିର୍ମାଣରେ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷଙ୍କ ସମେତ ସମସ୍ତ ବର୍ଗର ବ୍ୟକ୍ତିମାନଙ୍କ ନିମନ୍ତେ ଏହି ପ୍ରତିଯୋଗିତା ସଦାସର୍ବଦା ଉନ୍ମୁକ୍ତ। ପ୍ରତିଯୋଗିତା ସମ୍ପର୍କିତ ଅଧିକ ବିବରଣୀ, ସମସ୍ତ ନିୟମାବଳୀ, ବିଷୟବସ୍ତୁ ଏବଂ ପ୍ରବେଶିକା ପତ୍ର ସମ୍ବନ୍ଧିତ ସବିଶେଷ ବିବରଣୀ ପାଇଁ ଇଚ୍ଛୁକ ଅଂଶଗ୍ରହଣକାରୀମାନେ ଙ୍ଗଙ୍ଗଙ୍ଗ.ବବସଦ୍ଭବ.କ୍ଟକ୍ସଶ.ସଦ୍ଭ/ଳବକ୍ଷକ୍ଷକ୍ଟକ୍ଷବ ୱେବ୍ ସାଇଟ୍ ରେ ଲଗ୍ ଅନ୍ କରିପାରିବେ। ଏକ ବିଷୟଗତ ଓ ବୈଷୟିକ କର୍ମଶାଳା ୮ ସେପ୍ଟେମ୍ବର ୨୦୧୯ ତାରିଖ ଦିନ ଭୁବନେଶ୍ୱର ଠାରେ ଆୟୋଜିତ ହେବ। ଏହି କର୍ମଶାଳାରେ ଯୋଗଦେବାକୁ ଇଚ୍ଛୁକ ଥିବା ଅଂଶଗ୍ରହଣକାରୀମାନେ (http://aaina.org.in/kallola/registration.asp) ୱେବ୍ ସାଇଟ୍ ରେ ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ। ଏହି

ଏହି ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଆବେଦନ କରିବାର ଶେଷ ତାରିଖ ୧୧ ଅକ୍ଟୋବର ୨୦୧୯ ଅଟେ। ପ୍ରତିଯୋଗିତାରେ ଶ୍ରେଷ୍ଠ ୫ ଗୋଟି ଚଳଚ୍ଚିତ୍ରକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ, ବିଚାରପତିଙ୍କ ପସନ୍ଦ ଏବଂ ଶିଶୁମାନଙ୍କ ପସନ୍ଦର ପୁରସ୍କାର ଭାବରେ ସମ୍ବର୍ଦ୍ଧିତ କରାଯିବ।

ଏହି ଅବସରରେ ଶ୍ରୀମତୀ ସ୍ନେହ ମିଶ୍ର କହିଥିଲେ ଯେ କଲ୍ଲୋଳ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟରେ ଥିବା ଚଳଚ୍ଚିତ୍ର ନିର୍ମାତା ଏବଂ ଚଳଚ୍ଚିତ୍ର ନିର୍ମାଣରେ ରୁଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏହା ଏକ ସଫଳ ମଂଚ ଭାବରେ ଉଭା ହୋଇଥିବା ଦେଖି ବହୁତ ଖୁସି ଲାଗୁଛି। ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣରେ ରୁଚି ରଖୁଥିବା ଚଳଚ୍ଚିତ୍ର ନିର୍ମାତା ଏବଂ ଚଳଚ୍ଚିତ୍ର ଦକ୍ଷତା ଥିବା ସୌଖୀନ ବ୍ୟକ୍ତିବିଶେଷଙ୍କ ଠାରୁ କଲ୍ଲୋଳର ଏହି ପଂଚମ ସଂସ୍କରଣରେ ଆମେ ଅଧିକ ସଂଖ୍ୟକ ଉତ୍କର୍ଷ ଚଳଚ୍ଚିତ୍ରର ଆଶା ରଖୁଛୁ।

ଏହି ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର କହିଥିଲେ ଯେ ପାଂଚ ବର୍ଷ ବୟସ ସୁଦ୍ଧା ଗୋଟେ ଶିଶୁର ବୁଦ୍ଧିର ବିକାଶ ଜୀବନର ଅନ୍ୟ କୌଣସି ସମୟ ଠାରୁ ଅଧିକ ହୋଇଥାଏ। ଏହା ପାଇଁ ସୁପୋଷଣ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଯାହା ପ୍ରତ୍ୟେକ ଶିଶୁର ଅଧିକାର ଅଟେ।

ପୃଷ୍ଠଭୂମି: ୟୁନିସେଫ୍ ଓଡିଶା ପକ୍ଷରୁ ରାଜ୍ୟରେ ଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନାର ସହଭାଗୀତାେରେ ୨୦୧୫ ମସିହାରେ ଶିଶୁ ଅଧିକାର ସମ୍ପର୍କିତ ଏକ ବାର୍ଷିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳର ଶୁଭାରମ୍ଭ କରାଯାଇଥିଲା। ବିଗତ ଚାରିଗୋଟି ସଂସ୍କରଣରେ ଥିବା ବିଷୟବସ୍ତୁଗୁଡିକ ହେଲା- ଶିଶୁମାନଙ୍କ ଉପରେ ହେଉଥିବା ହିଂସା ପରିସମାପ୍ତି, ଝିଅମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବର ପରିସମାପ୍ତି, ଶିଶୁମାନଙ୍କ ଉପରେ ହେଉଥିବା ହିଂସା ପରିସମାପ୍ତି…… ବିଚାରଧାରାରେ ପରିବର୍ତ୍ତନ, ଜଳ ଏବଂ ଶିଶୁ। ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ସମସ୍ତ ଚଳଚ୍ଚିତ୍ର ୩୦, ୬୦ ଏବଂ ୯୦ ସେକେଣ୍ଡର ଅବଧି ବିଶିଷ୍ଟ ଲୋକ ସେବା ବିଜ୍ଞାପନ ଶ୍ରେଣୀର ଅଟେ ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ନିଶୁଳ୍କ ଭାବରେ ନିର୍ମାଣ କରାଯାଇଥାଏ। ବାର୍ଷିକ ୫ଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଥାଏ। ବର୍ତମାନ ପର୍ଯ୍ୟନ୍ତ ୧୫୫ ଜଣ ଚଳଚ୍ଚିତ୍ର ନିର୍ମାତା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି ଏବଂ ୨୦ଟି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି।

ଅଧିକ ସୂଚନା ନିମନ୍ତେ ଦୟାକରି ଯୋଗାଯୋଗ କରନ୍ତୁ।

ଶ୍ରୀମତୀ ଅଳକା ଗୁପ୍ତା: ଯୋଗାଯୋଗ ବିଶେଷଜ୍ଞ, ୟୁନିସେଫ୍ ଓଡିଶା

ଦୂରଭାଷ: ୯୯୩୭୨୮୫୫୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.