Home ଓଡ଼ିଶା ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୨ ନାବାଳକ ଗିରଫ

ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୨ ନାବାଳକ ଗିରଫ

225

ରାଉରକେଲା ୬-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳିକାଙ୍କୁ ୨ ଜଣ ନାବଳକ ଦୁର୍ଷ୍ମମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଦକ୍ଷିଣ ରାଉରକେଲା ଟାଙ୍ଗରପାଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣ ନାବାଳକଙ୍କୁ ଗିରଫ କରିବା ପରେ ବାଳସୁଧାର ଗୃହକୁ ପଠାଇ ଦେଇଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ଜଣେ ଯୁବକ ଫେରାର୍ ଥିବା ସୂଚନା ମିଳିଛି।

ପ୍ରକାଶ ଥାଉକି, ଜୁଲାଇ ୩୧ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ନାବାଳିକା ଜଣକ ଦୋକାନରୁ ଜିନିଷ ନେଇ ଘରକୁ ଫେରୁଥିବା ବେଳେ ଏହି ତିନି ଅଭିଯୁକ୍ତ ତାଙ୍କୁ ଜୋବରଦସ୍ତ ଟେକିନେଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଗଷ୍ଟ ୨ ତାରିଖରେ ନାବାଳିକାଙ୍କ ପରିବାର ଲୋକେ ଟାଙ୍ଗରପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଦୁଇ ନାବାଳକଙ୍କୁ ଧରିଥିବା ବେଳେ ଆଉ ଜଣେ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.