Home ଓଡ଼ିଶା କମୁନି ବର୍ଷା: ଜନ ଜୀବନ ପ୍ରଭାବିତ

କମୁନି ବର୍ଷା: ଜନ ଜୀବନ ପ୍ରଭାବିତ

145

କୋରାପୁଟ ୦୭-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ)ଗତ କିଛି ଦିନ ହେବ କୋରାପୁଟ ଜିଲାର ସମସ୍ତ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବାବେଳେ ତଳିଆ ଅଂଚଳ ଲୋକେ ବିଭିନ୍ନ ଆଶଙ୍କା ଭିତରେ ରହିଛନ୍ତି। ବିଶେଷ କରି ଜିଲାର କୋଟପାଡ, ବୋରିଗୁମ୍ମା, ଜୟପୁର, ଲମତାପୁଟ ବ୍ଲକ ଅଧିକ ପ୍ରଭାବୀତ ହୋଇଛି। କୋଟପାଡର ସଡରଂଗା, ସୁରଲୀ, ଢାମଣାହାଣ୍ଡିରେ ପ୍ରବଳ ବର୍ଷା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ରହିଥିବାବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ନଦୀ ନାଳକୁ ନଯିବା ନିମନ୍ତେ ପରାମର୍ଶ ଦିଆ ଯାଇଛି। ସୁରଲୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବିପଦ ସଙ୍କେତ ତଳେ ଜଳ ପ୍ରବାହୀତ ହେଉଥିବାବେଳେ ବର୍ତମାନ୍ ସୁଦ୍ଧା କୌଣସି ସ୍ଥାନକୁ ଯାତାୟତରେ ସମସ୍ୟା ଉପୁଜିନଥିବା ଜିଲା ଜରୁରୀ କାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି। ତଳିଆ ଅଂଚଳ ଗ୍ରାମବାସୀଙ୍କୁ ମାଇକ୍ ଯୋଗେ ସତର୍କ ସୂଚନା ଦିଆ ଯିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରା ଯାଇ ରନ୍ଧା ଖାଦ୍ୟ ଦେବା ପାଇଁ ପ୍ରଶାସନ ପ୍ରସ୍ତୁତି ରହିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ଜଳସ୍ତର ବୃଦ୍ଧି ପାଉଥିବାରୁ ଜଲାପୁଟ ଡ୍ୟାମର ୫, ମାଛକୁଣ୍ଡ ଡ୍ୟାମର ୩ଟି ଗେଟ, ତେଲେଙ୍ଗିରି ପ୍ରକଳ୍ପର ୨ଟି ଗେଟ୍ ଖୋଲା ଯାଇ ବର୍ଷାଜଳ ଛଡା ଯାଉଛି। ଅନ୍ୟ ପକ୍ଷରେ ଉପର କୋଲାବ୍ ଜଳ ଭଣ୍ଡାରର ବିପଦ ସଙ୍କେତ ୮୫୮ମିଟର ଥିବାବେଳେ ବର୍ତମାନ ଜଳସ୍ତର ୮୫୫ ମିଟର ରହିଛି। ତେବେ କୋଲାବ୍ ଜଳ ଭଣ୍ଡାରର କୌଣସି ଗେଟ ଖୋଲା ଯାଇ ନାହିଁ। ଜିଲା ଜରୁରୀ କାଳୀନ ବିଭାଗ ଠାରୁ ହସ୍ତଗତ ସୂଚନା ଅନୁଯାୟୀ ଗତ ୨୪ ଘଂଟାରେ କୋରାପୁଟରେ ୧୭.୨ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୨୩, ପଟ୍ଟାଙ୍ଗିରେ ୧୨.୨, ନନ୍ଦପୁରରେ ୧୭.୪, ଦଶମନ୍ତପୁରରେ ୨୦ ମିମି ବର୍ଷା ହୋଇଥିବାବେଳେ ବନ୍ଧୁଗାଁରେ ଆଦୌ ବର୍ଷା ହୋଇ ନାହିଁ। ସେହିପରି ନାରାୟଣପାଟଣାରେ ୪.୨ ମିମି ବର୍ଷା ହୋଇଥିବାବେଳେ ଲକ୍ଷ୍ମୀପୁରରେ ୯, ସେମିଲିଗୁଡାରେ ୩୫, ଜୟପୁରରେ ୨୫.୪, କୋଟପାଡରେ ୨୯, କୁନ୍ଦ୍ରାରେ ୧୫.୬, ବୋରିଗୁମ୍ମାରେ ୧୫.୪ ଓ ବୈପାରିଗୁଡାରେ ୧୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.