Home ଓଡ଼ିଶା ଧୋଇଗଲା କଲଭର୍ଟ, ଭାରରେ ବୁହା ହେଲେ ରୋଗୀ

ଧୋଇଗଲା କଲଭର୍ଟ, ଭାରରେ ବୁହା ହେଲେ ରୋଗୀ

88

କୋରାପୁଟ ୦୭-୦୯ (ଓଡିଆ ପୁଅ /ରଂଜନ କୁମାର ଦାସ) ଲଗାଣ ବର୍ଷା ଯୋଗୁଁ ସମଗ୍ର ଜିଲା ପ୍ରଭାବିତ ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଏପରିକି ଲଗାଣ ବର୍ଷା ଯୋଗୁଁ ନଦୀ ନାଳରେ ପ୍ରଖୋର ଜଳ ସ୍ରୋତ ଆସିବାରୁ କେତେକ ସ୍ଥାନରେ ଅସ୍ଥାୟୀ ପୋଲ ଓ କଲଭର୍ଟ ଧୋଇ ହୋଇ ଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଥିବା ଜଣା ପଡିଛି। ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡା ପଂଚାୟତର ଗାଈଘାଟ ଓ ବୁଡିଝୋଲା ନଦୀର କଲଭର୍ଟ ଧୋଇ ଯିବାରୁ ଝାଡା ବାନ୍ତିରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ୫କିଲୋମିଟର ବାଟ ଭାରରେ ବୋହି ଗ୍ରାମବାସୀ ଡାକ୍ତରଖାନାରେ ପହାଂଚାଇଛନ୍ତି। ସୂଚନା ମୂତାବକ ସଲପଗୁଡା ଗ୍ରାମର ଜଗବନ୍ଧୁ ମାଳି ନାମକ ଜଣେ ବ୍ୟକ୍ତି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକ ଜଗବନ୍ଧୁଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ବାହାରିଥିଲେ। ତେବେ ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ଫୁଲବେଡା-ସଲପଗୁଡା ରାସ୍ତାର ମଝିରେ ପଡୁଥିବା ଗାଈଘାଟ ଏବଂ ବୁଡିଝୋଲା ନଦୀରେ ଥିବା କଲଭର୍ଟ ଧୋଇ ହୋଇ ଯାଇଥିବାରୁ ଆମ୍ବୁଲାନସ ଗାଁରେ ପହଂଚି ପାରିନଥିଲା। ତେଣୁ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ଜଗବନ୍ଧୁଙ୍କୁ ଭାରରେ ବୋହି ଗାଁ ଠାରୁ ୫କିଲୋମିଟର ଦୂର ଫୁଲବେଡା ଛକକୁ ଆଣିବା ପରେ ଆମ୍ବୁଲାନସ ଯୋଗେ ଦଶମନ୍ତପୁର ହସ୍ପିଟାଲରେ ପହଂଚାଇଥିଲେ। ଏହା ଫଳରେ କେବଳ ସଲପଗୁଡା ନୁହେଁ ପଂଚାୟତର ଝପରାପଦର, ମାଳତିଗୁଡା, ମଧୁବିଶ୍ୱାଳି ଓ ତେନ୍ତୁଳିଗୁଡା ଗ୍ରାମବାସୀ ମଧ୍ୟ ପ୍ରଭାବୀତ ହୋଇଥିବାରୁ ତୂରନ୍ତ ରାସ୍ତା ମରାମତି ସହ କଲଭର୍ଟ ନିର୍ମାଣ ନିମନ୍ତେ ଗ୍ରାମର ପଲବ ମାଳି, ଉର୍ଦ୍ଧବ ମାଳି, ଅର୍ଜୁନ ମାଳି, ଘନ ମାଳି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.