Home ଜିଲ୍ଲା ପରିକ୍ରମା ଓଏଏସ ପ୍ରାପ୍ତ ପୁଲିସ ଏଏସଆଇ ଙ୍କୁ ସମ୍ବର୍ଦ୍ଦନା ଜଣାଇଲେ ମାଲଲାନଗରି ଏସ.ପି

ଓଏଏସ ପ୍ରାପ୍ତ ପୁଲିସ ଏଏସଆଇ ଙ୍କୁ ସମ୍ବର୍ଦ୍ଦନା ଜଣାଇଲେ ମାଲଲାନଗରି ଏସ.ପି

439

ମାଲକାନଗିରି,୨୩ା୧୨ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରୁ ୨୦୧୭-୧୮ ବର୍ଷ ପାଇଁ ଓଏଏସ ପରୀକ୍ଷାରେ ତିନିଜଣ କୃତକାର୍ଯ୍ୟ ହୋଇ ଜିଲ୍ଲାର ଗୌରବ ବଢାଇଛନ୍ତି । ସେମାନଙ୍କ ମଧ୍ୟରେ ନୀଳାଦ୍ରୀ ବିହାରୀ ଦାଡିଆ ଅନ୍ୟତମ ,ସେ ପୁଲିସ ବିଭାଗରେ ଏଏସଆଇ ଭାବେ କାର୍ଯ୍ୟକରନ୍ତି । ଜଣେ ପୁଲିସ କର୍ମଚାରୀ ହୋଇ କାର୍ଯ୍ୟବ୍ୟସ୍ତତା ଥିବା ସ୍ୱତ୍ୟେ ଓଏଏସ ପରୀକ୍ଷା ଦେବାପାଇଁ ପ୍ରସ୍ତୁତି ହୋଇଥିଲେ । ସେ ଓଏଏସ ପାସ କରି ମାଲକାନଗିରି ଜିଲ୍ଲାପୁଲିସ ବିଭାଗର ମର୍ଯ୍ୟଦା ବଢାଇ ଦେଇଥିବାରୁ ଖୁସି ହୋଇ ଜିଲ୍ଲାପୁଲିସ ବିଭାଗ ପକ୍ଷରୁ ନିଳାଦ୍ରୀ ଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଛି । ଆଜି ଜିଲ୍ଲାପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସସ୍ୱର୍ଦ୍ଦନା ସଭାରେ ମୁଖ୍ୟଅତିଥି ଭାବେ ଏସପି ଜଗମୋହନ ମୀନା ଯୋଗଦେଇ ଓଏଏସ ପ୍ରାପ୍ତ ପୁଲିସ ଏଏସଆଇ ନିଳାଦ୍ରୀ ବିହାରୀଙ୍କୁ ଫୁଲ ତୋଡା ମେଡେଲ ଦେଇ ସମ୍ବର୍ଦ୍ଦନା ଜଣାଇ ତାଙ୍କର ବହୁମୁଖି ପ୍ରତିଭା ସଂପର୍କରେ କହିବା ସହ ନିଳାଦ୍ରୀ ଙ୍କ ଉତୋରତର ଉନ୍ନତି ଓ ସଫଳାତା କାମନା କରିଥିଲେ । ଏହି ସମ୍ବର୍ଦ୍ଦନା ସଭାରେ ଏସଡିପିଓ ଶ୍ରବଣ ବିବେକ ଏମ,ଡିଏସପି ଦିଲୀପ ଦାଶ,ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀ,ପୁଲିସ ରିଜର୍ଭ ଇନିସପେକ୍ଟର ସ୍ୟାମସୁନ୍ଦର ସୋରେନ ପ୍ରମୁଖ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ନିଳାଦ୍ରୀ ବିହାରୀ ଦାଡିଆ ଜଣେ ଗରିବ ପରଜା ଆଦିବାସୀ ସଂପ୍ରଦାୟର ସେ ଗତ୨୦୦୨ ମସିହାରେ ମାଲକାନଗିରି ଜିଲ୍ଲାରେ କନେଷ୍ଟବଳ ଚାକିରୀ ଆରମ୍ଭ କରିଥିଲେ । ନିଜକାର୍ଯ୍ୟ ସଫଳତାର ତୁଲାଇବା ସହିତ ସେ ଇଗ୍ନୋରେ ସ୍ନାତକ ଡିଗ୍ରୀହାସଲ କରିବା ପରେ ଏଏଏସଆଇ ଭାବେ ପ୍ରମୋଶନ ପାଇଥିଲେ । ପରେ୨୦୧୭-୧୮ମସିହାରେ ସେ ପ୍ରଥମଥର କରି ଓଏଏସ ପରୀକ୍ଷା ଦେଇଥିଲେ । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ୯୭ରେଙ୍କରେ ଓଏଏସ ରେ ସ୍ଥାନରହିଛି । ମାଲକାନଗିରି ଜିଲ୍ଲାର ଜଣେ ପରଜା ଆଦିବାସୀ ଯୁବକ ଓଏଏସ ପାଇଥିବାରୁ ମାଲକାନଗିର ଜିଲ୍ଲାପୁଲିସ ମହଲ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଇଚ୍ଛାଶକ୍ତି ଉଦ୍ୟମ ବଳରେ ଅସାଧ୍ୟ କାମ ମଧ୍ୟ ସାଧ୍ୟ ହୋଇପାରେ, ସେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚାକିରି ପାଇଲେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ, ଗରିବଙ୍କ ସେବା ପ୍ରତି ଅଧିକ ଗୁରୁତ୍ୱ ଦେବେ ବୋଲି ନିଳାଦ୍ରୀ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.