Home କଳାହାଣ୍ଡି କଳାହାଣ୍ଡି ଜିଲ୍ଲା ବଳଦିଆମାଳ ଠାରେ ୧୩ ବର୍ଷ ହେବ ଭିତିଭୂମି ନଥାଇ ବିନା ଏନଓସିରେ ଚାଲିଛି...

କଳାହାଣ୍ଡି ଜିଲ୍ଲା ବଳଦିଆମାଳ ଠାରେ ୧୩ ବର୍ଷ ହେବ ଭିତିଭୂମି ନଥାଇ ବିନା ଏନଓସିରେ ଚାଲିଛି ସ୍କୁଲ

628

କଳାହାଣ୍ଡି – ୨୨/୧୨/୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବିଭାଗ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିବା ସାଧାରଣରେ ଆଲୋଚନା ହେଉଛି । କେଉଁଠି ଶିକ୍ଷକ ବର୍ଷ ବର୍ଷ ଧରି ସ୍କୁଲ କୁ ଯାଉନଥିବା ବେଳେ ଆଉ କେଉଁଠି ବର୍ଷ ବର୍ଷ ଧରି ସ୍କୁଲ ଖୋଲାଯାଉନଥିବା ବେଳେ ଆଉ କେଉଁଠି ଶିକ୍ଷକ ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଉଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଶିକ୍ଷକ ମାନେ ବର୍ଷ ବର୍ଷ ଧରି ଗୋଟିଏ ସ୍କୁଲରେ ବର୍ଷ ବର୍ଷ ଧରି ଗୋଟିଏ ସ୍କୁଲରେ ରହି ନା ନା କାରନାମା ଚଳାଇଆସୁଥିବା ଅଭିଯୋଗ ହେଉଛି । ସେହିଭଲି ଆବଶ୍ୟକୀୟ ଭିତିଭୂମି ନଥାଇ କୌଣସି ଏନଓସି ପାଇନଥିବା ବେଳେ ଗତ ୧୩ ବର୍ଷ ଧରି ସ୍କୁଲ ଚାଲିଥିବା ଘଟଣା ଲୋକଲୋଚନକୁ ଆସିଛି ।
ଗତ ଗୁରବାର ୨୦ ତାରିଖ ଦିନ ଜୁନାଗଡ ନିକଟସ୍ଥ ବଳଦିଆମାଳ ସ୍ଥିତ ମହାରାଣୀ କସ୍ତୁରିକା ମେଦିନୀ ଇଂରାଜୀ ମିଡିୟମ ସ୍କୁଲ ର ଜନୈକ ଚତୁର୍ଥ ଶ୍ରେଣୀର ଛାତ୍ର ପବିତ୍ର (୧୦) ର ଅସ୍ୱାଭାବିକ ମୃତୁ୍ୟ ହୋଇଯାଇଥିବା ବେଳେ ଶିକ୍ଷା ବିଭାଗ କିମ୍ବା ଶିଶୁ ସୁରକ୍ଷା କମିଟୀ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ବିଷୟରେ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଘଟଣାରୁ ପ୍ରକାଶ ଯେ, ବଳଦିଆମାଲ ଏନଏଚ୨୬ ପାଶ୍ୱର୍ରେ ଗତ ୧୩ ବର୍ଷ ତଳେ ଏହି ସ୍କୁଲ ଖୋଲାଯାଇ ଷ୍ଟାଣ୍ଡାର୍ଡ ୨ ରୁ ୧୦ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତମାନ ୪୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବର୍ତମାନ ୧୯ଜଣ ଛାତ୍ରଙ୍କୁ ରଖି ହଷ୍ଟେଲ ପରିଚାଲନା କରାଯାଉଛି । କଲୋପଲା ଗ୍ରାମର ରଘୁନାଥ ଚଲାନଙ୍କ ଏକମାତ୍ର ପୁଅ ପବିତ୍ର (୧୦) ଗତ ଦୁଇ ବର୍ଷ ହେବ ହଷ୍ଟେଲ ରେ ରହି ଏହି ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ । ଗତ ବୁଧବାର ଦିନ ଅପରାହ୍ନରେ ଖେଳ ଖେଳୁଥିବା ବେଳେ କୌଣସି କାରନ ବଶତଃ ପଡିଯାଇଥିବା କୁହାଯାଉଥିବା ବେଳେ ରାତିରେ ସମସ୍ତେ ଖାଇସାରି ଶୋଇଥିବା ବେଳେ ଖଟରୁ ପବିତ୍ର ତଳେ ପଡିଯାଇ କାନ୍ଦିବା ପରେ ସାଙ୍ଗମାନେ ୱାଡେନ ବିଜୟକାନ୍ତ ମେହେରଙ୍କୁ ଡାକିବାରୁ ସେ ପିଲାଙ୍କୁ ପାଟିନକରି ଚୁପଚାପ ଶୋଇଯିବାକୁ କହିଥିବା ପିଲାମାନଙ୍କ ସୂତ୍ରରୁ ପ୍ରକାଶ । ଗୁରବାର ସକାଳ ୬ଟାରେ ଏନେଇ ୱାଡେନ ଶିକ୍ଷକ ଓ ପରିଚାଲନା କମିଟୀ ସଭ୍ୟ ମାନଙ୍କୁ ଜଣାଇବା ପରେ ପବିତ୍ରକୁ ଜୁନାଗଡ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା କୁହାଯାଉଛି । ଏସଂପର୍କରେ ପିଲର ମାମୁଁ ବଳଭଦ୍ର ମାଝୀ ଜୁନାଗଡ ଥାନାରେ କେଶ ଦାଏର କରିଥିବା ବେଳେ ପୋଲିସ ଅପମୃତୁ୍ୟ ମାମଲା କେଶ ନଂ୨୮/୧୮ ରୁଜ୍ଜୁ କରି ଅନୁସନ୍ଧାନ କରୁଥିବା ଜଣାପଡିଛି ।
ଅନ୍ୟପକ୍ଷରେ କୌଣସି ପ୍ରକାର ଭିତିଭୂମି ନଥାଇ କିପରି କୁନି କୁନି ପିଲାଙ୍କୁ ରଖାଯାଇ ହଷ୍ଟେଲ ପରିଚାଲନା କରାଯାଉଛି ତାହା ମଧ୍ୟ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଆଲୋଚନା ହେଉଛି । ଏପରିକି ସ୍କୁଲ ପରିଚାଲନା କରିବା ପାଇଁ ବିଭାଗୀୟ ଏନଓସି ମଧ୍ୟ ନଥିବା ବେଳେ କିପରି ଭାବେ ସ୍କୁଲ ଚାଲୁଥିଲା ତାହା ମଧ୍ୟ ତଦନ୍ତ ସାପେକ୍ଷ । ସେହିପରି ଭାବେ ଭିତିଭୂମି ନଥାଇ ହଷ୍ଟେଲ ଏବଂ ଏନଓସି ନଥାଇ ସ୍କୁଲ ଚଳାଇବା ବେଆଇନ ହୋଇଥିବା ବେଳେ କିପରି ଭାବେ ଦୀର୍ଘ ୧୩ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ଚାଲିଥିଲା ସେସଂପର୍କରେ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି । ଶିକ୍ଷାଦାନ ନାମରେ ଚଢାମୂଲ୍ୟ ନିଆଯାଇ ଏପରି ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ଅବହେଲା କରୁଥିବା ହେତୁ ସ୍କୁଲ ପରିଚାଲନା କର୍ତୃପକ୍ଷଙ୍କ ସ୍ୱଚ୍ଛତା ପ୍ରତି ମଧ୍ୟ ଅଭିଭାବକ ମହଲରେ ସନେ୍ଦହ ବଢିବାରେ ଲାଗିଛି । ବିଭାଗୀୟ ତଦନ୍ତରେ ବିଲମ୍ବ ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.