Home ଜିଲ୍ଲା ପରିକ୍ରମା ଜାତୀୟସ୍ତର ଖେଲୋଇଣ୍ଡିଆ ପ୍ରତିଯୋଗିତା ପାଇଁ ମାଲକାନଗିରି ଜିଲ୍ଲାର ୨ଆଦିବାସୀ ବାଳକ ମନୋନୀତ, ପୁନେ ...

ଜାତୀୟସ୍ତର ଖେଲୋଇଣ୍ଡିଆ ପ୍ରତିଯୋଗିତା ପାଇଁ ମାଲକାନଗିରି ଜିଲ୍ଲାର ୨ଆଦିବାସୀ ବାଳକ ମନୋନୀତ, ପୁନେ ଯିବାପାଇଁ ଅର୍ଥସାଜିଛି ବାଧକ

306

ମାଲକାନଗିରି,୨୩ ।୧୨ (ଓଡିଆ ପୁଅ ) ପୁନେ ଠାରେ ଆସନ୍ତା ଜାନୁଆରୀ ମାସ ୯ତାରିଖର ରେ ଅନୁଷ୍ଟିତ ହେବାକୁ ଯାଉଥିବା ଜାତୀୟସ୍ତର ଖେଲୋ ଇଣ୍ଡିଆ ୟୁଥ୍ ଗେମସ୍ ଜୁଡୋ ପ୍ରତି ଯୋଗୀତା ପାଇଁ  ମାଲାକନଗିରି ଜିଲ୍ଲା ର ୨ଜଣ ଆଦିବାସୀ ଛାତ୍ର  ମନୋନୀତ ହୋଇଛନ୍ତି । ଖେଲୋଇଣ୍ଡିଆ ୟୁଥ୍ ଗେମସ୍ ଜାତୀୟସ୍ତର ପ୍ରତି ଯୋଗୀତା ଏକ ମର୍ଯ୍ୟାଦା ପୁର୍ଣ୍ଣ କ୍ରୀଡା, ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରୁ ଦୁଇଜଣ ଛାତ୍ର ଏହି କ୍ରୀଡାପାଇଁ ମନୋନୀତ ହୋଇଥିବା ବେଳେ ସେମାନଙ୍କ  ପୁନେ ଯାତ୍ରା ପାଇଁ ଅର୍ଥ ସାଜିଛି ବାଧକ । ମାଲକାନଗିରି ଜିଲ୍ଲାରେ ପ୍ରତିଷ୍ଟିତ ଆଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏକାଡେମିର ସଂପାଦକ ବିନାଶକୁମାର ମିଶ୍ରଙ୍କ ଉଦ୍ୟମରେ ଅଧ୍ୟୟନରତ ସ୍ୱର୍ଣ୍ଣଦକ ବିଜୟୀ ଆଦାବାସୀ ବାଳକ ମାଶି ହନ୍ତାଳ, ଆଦିମ ବଣ୍ଡା ଆଦିବାସୀ ସଂପ୍ରଦାୟର ବାଳକ ନକୁଳ କ୍ରୀସାନୀ ଜାତୀୟସ୍ତର ଖେଲୋଇଣ୍ଡିଆ ପ୍ରତି ଯୋଗୀତା ପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗୀତା ରେ ଓଡିଶାରୁ ୭ଜଣ ପିଲା ଭାଗନେବେ ସେମାନଙ୍କ ମଧ୍ୟରେ ମାଲକାନଗିରିରୁ ଦୁଇଜଣ ଅଛନ୍ତି । ଏହି ଦୁଇଜଣ ଗରିବ ଆଦିବାସୀ ଛାତ୍ର ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀରେ ପିଲାଟି ବେଳୁ ରହି ତାଲିମ ନେବାସହିତ ସେମାନେ  ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତଦୁଇ ଶ୍ରେଣୀରେ ଅଧ୍ୟୟନକରୁଛନ୍ତି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ପାପରମେଟାଲା ଗ୍ରାମର ଗରିବ କନ୍ଧ ଆଦିବାସୀ ପରିବାରର ମାଶିହନ୍ତାଳ ଓ ଖଇରପୁଟ ବ୍ଲକସ୍ଥ ମୁଦୁଲିପଡା ବଡପଡା ଗ୍ରାମର ଆଦିମବଣ୍ଡା ଜନଜାତି ସଂପ୍ରଦାୟର ନକୁଳ କ୍ରୀସାନୀ  ଏହି ଦୁଇ ଆଦିବାସୀ ଯୁବକ ରାଜ୍ୟ ଓ ଜାତୀୟସ୍ତର  ବିଭିନ୍ନ କ୍ରୀଡା ପ୍ରତି ଯୋଗୀତାରେ ଭାଗନେଇ ସ୍ୱର୍ଣ୍ଣ,ରୌପ୍ୟ ପଦକ ହାସଲକରିଥିଲେ ମଧ୍ୟ ଏବେ ପୁନେ ଠାରେ ଅନୁଷ୍ଟିତ ଜାତୀୟସ୍ତର ପ୍ରତି ୋଗୀତା କୁ ଯିବା ପାଇଁ ତାଙ୍କ ନିକଟରେ ଅର୍ଥ ନଥିବାରୁ ହତାସ ହୋଇପଡିଛନ୍ତି । ସୁଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଲଓଡିଶା ମାର୍ଶଲଆର୍ଟ ଏକାଡେମୀ ଓ ଜୁଡୋ ଆସୋସିଏସନ ରେ ତାଲିମ ନେଇ ଶତାଧିକ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କାର ପାଇ ଜିଲ୍ଲାର ଗୌରବ ଆଣୁଥିବା ବେଳେ ବହୁ ପୁରାତନ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ପ୍ରତି ଜିଲପ୍ରଶାସନ କି ରାଜ୍ୟସରକାର ଗୁରୁତ୍ୱ ଦେଉନଥିବାରୁ ଉକ୍ତ ଏକେଡେମୀଟି ଚଳାଇବା ବହୁ କଷ୍ଟକର ହୋଇପଡୁଛି, ଏହି ଏକାଡେମୀ ପ୍ରତି ଜିଲ୍ଲାପ୍ରଶାନ ଓ ରାଜ୍ୟସରକାର ଙ୍କ କ୍ରୀଡାବିଭାଗ ପକ୍ଷରୁ  ଆର୍ଥିକ ଅନୁଦାନ ମିଳିଲେ ଏଠାରୁ ଅନେକ ଆଦିବାସୀ ଛାତ୍ର ଓ ଛାତ୍ରୀ ମାନେ ଜାତୀୟ, ଆନ୍ତର୍ଜାତୀୟସ୍ତର ଏସିଆନ ଗେମ୍ ପ୍ରତି ଯୋଗୀତାରେ ଭାଗନେଇ କୃତକାର୍ଯ୍ୟ ହାସଲକରି ରାଜ୍ୟ ତଥା ଜିଲ୍ଲାର ସୁନାମ ଆଣିପାରନ୍ତେ ବୋଲି ଜିଲ୍ଲାର କ୍ରୀଡାବିତ ମାନେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.