Home ଜିଲ୍ଲା ପରିକ୍ରମା ଭଦ୍ରକର ଯୁବପିଢ଼ିଙ୍କୁ ନିଶାମୁକ୍ତ କରିବା ପାଇଁ ଏନ୍‌କର୍ଡ ବୈଠକ

ଭଦ୍ରକର ଯୁବପିଢ଼ିଙ୍କୁ ନିଶାମୁକ୍ତ କରିବା ପାଇଁ ଏନ୍‌କର୍ଡ ବୈଠକ

2

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ସେବନରୁ ଦୂରେଇ ରଖିବା ଏବଂ ନିଶାଦ୍ରବ୍ୟର ଅବୈଧ କାରବାର ଉପରେ କଡ଼ା ନଜର ରଖିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ଏନ୍‌କର୍ଡ ନାର୍କୋ କୋଅର୍ଡିନେସନ୍ ସେଂଟର, ବୈଠକ ଆଜି ଜ଼ିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ନିଶାଦ୍ରବ୍ୟ ଚୋରା ଚାଲାଣ ଓ ବିକ୍ରି ରୋକିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି, ଶିକ୍ଷାନୁଷ୍ଠାନ ଓ ଗ୍ରାମସ୍ତରରେ ସଚେତନତା କାର୍ଯ୍ୟକ୍ରମ ଜୋରଦାର କରିବା, ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ବ୍ୟାପକ ପ୍ରଚାର-ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୁଲିସ ଅଧୀକ୍ଷକ ଜିଲ୍ଲାରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ଦିଗରେ ଚାଲିଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରିବା ସହ ସମସ୍ତ ସମ୍ପୃକ୍ତ ବିଭାଗକୁ ସଚେତନତା ଓ ପ୍ରତିରୋଧମୂଳକ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ, ଶିକ୍ଷା, ଆଇନ ସେବା ପ୍ରାଧିକରଣ ଓ ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ମିଳିତ ଉଦ୍ୟମ ଉପରେ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.