Home Top News ଏ କିପରି ମୃତ୍ୟୁ? ପୁଣି ଏପରି ନାଚୁନାଚୁ ମୃତ୍ୟୁ ହେଉଛି କାହିଁକି?

ଏ କିପରି ମୃତ୍ୟୁ? ପୁଣି ଏପରି ନାଚୁନାଚୁ ମୃତ୍ୟୁ ହେଉଛି କାହିଁକି?

66

ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଦିନକୁ ଦିନ ବଢ଼ୁଛି ଲାଇଭ ମୃତ୍ୟୁ। ଅର୍ଥାତ୍ ତୁରନ୍ତ ଦୃଦଘାତରେ ମୃତ୍ୟୁ। ଏ କେଉଁ ପ୍ରକାରର ମୃତ୍ୟୁ ? ପୂର୍ବରୁ କେବେ ଏହି ପରି ଘଟଣା ଦେଖିନଥିଲେ କି ପ୍ରାୟତଃ ଶୁଣି ନଥିଲେ। ଏହିପରି ପୁନଃ ଏକ ଲାଇଭ ମୃତ୍ୟୁର ଘଟଣାର ଭିଡ଼ିଓ ଆସିଛି। ଏହିପରି ପୁନଃ ନାଚୁଥିବା ସମୟରେ ଏକ ହୃଦଘାତରେ ମୃତ୍ୟୁର ଭିଡ଼ିଓ ଗୁଜୁରାଟର ଦାହୋଡ଼ରୁ ଆସିଛି। ଏହି ଭିଡ଼ିଓରେ ଦେଖାଯାଉଛିଯେ, ଦୁଇଜଣ ବ୍ୟକ୍ତି ନାଚୁଥିବାବେଳେ ଜଣେ ବ୍ୟକ୍ତି ହଠାତ୍ ଟଳିପଡ଼ୁଛନ୍ତି ଏବଂ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି, ଗରବା କରୁଥିବା ସମୟରେ ଦେଖାଯାଉଛିଯେ, ଜଣେ ବ୍ୟକ୍ତି କିଛି ସମୟ ରୋକିଯାଉଛନ୍ତି ଏବଂ ତାଙ୍କଠାରୁ ଦାଣ୍ଡିଆ ବାଡ଼ି ଅନ୍ୟ ଜଣେ କେହି ନେଇ ଗରବା ନାଚିବା ପାଇଁ ଯାଉଛନ୍ତି କିନ୍ତୁ ପୂର୍ବରୁ ଯେଉଁ ବ୍ୟକ୍ତି ଗରବା ନାଚୁଥିଲେ ସେ ହଠାତ୍‌ ଟଳିପଡ଼ୁଛନ୍ତି। ତାଙ୍କର ହଠାତ୍ ହୃଦଘାତରେ ମୃତ୍ୟୁ ହୋଇଯାଉଛି। ଏହି ପରି ଅନେକ ମୃତ୍ୟୁ ସାମନାକୁ ଆସିଲାଣି। ଏଠାରେ କୁହାଯାଉଛିଯେ, ବୃଦ୍ଧ ହୁଅନ୍ତୁ କିମ୍ବା ଯୁବକ ପ୍ରାୟ ସମସ୍ତଙ୍କର ହୃଦୟ କ’ଣ ଦୁର୍ବଳ ହୋଇଆସିଲାଣି ? ଏପରି କାହିଁକି ହେଉଛି ଏହାର ଅନୁସନ୍ଧାନ କରିବା ଆବଶ୍ୟକ।

https://twitter.com/IMinakshiJoshi/status/1582256893665611776

ଏହା ପୂର୍ବରୁ ମଧ୍ୟ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରୁଥିବା ୫୦ ବର୍ଷୀୟ ରାମପ୍ରସାଦ ପାଣ୍ଡେ ନିଜେ ମଞ୍ଚ ଉପରେ କିପରି ପଡ଼ିଗଲେ। ହୃଦଘାତ ହେତୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କଲେ।

ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବା ରାମ ପ୍ରସାଦ ପାଣ୍ଡେଙ୍କର ଆରତୀ କରାଯାଉଥିଲା ସମୟରେ ସେ ପଛପଟକୁ ଟଳିପଡ଼ିଲେ। ଆରତୀ ସମୟରେ ହୃଦଘାତ ଆସିଥିଲା।

ଏହି ଦୁର୍ଘଟଣା ଘଟିଥିଲା ୟୁପିର ଜୌନପୁର ଜିଲ୍ଲାର ରାମଲୀଳାରେ। ମାଖଲିଶାହର ତହସିଲ ଅଞ୍ଚଳର ବାଲାସିନ୍ ଗାଁର ଏହି ଦୁର୍ଘଟଣା। ରାମ ପ୍ରସାଦ ପାଣ୍ଡେ ଆଦର୍ଶ ରାମଲିଲା ସମିତିର ସଦସ୍ୟ ଥିଲେ। ସେ ଭଗବାନ ଶିବ ଭାବରେ ଦୀର୍ଘ ବର୍ଷଧରି ଅଭିନୟ କରୁଥିଲେ। ବସିଥିବା ସାଥୀ କଳାକାରମାନେ ତାଙ୍କୁ ଉଠାଇ ଥିଲେ। ତାଙ୍କୁ ଡାକ୍ତରଖାନା ନେଇଥିଲେ, ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଏହା ପୂର୍ବରୁ ମଧ୍ୟ ଅନେକ ଏପରି ଘଟଣାର ଦୃଶ୍ୟ ଆପଣ ଦେଖିପାରିବେ ନିମ୍ନ ଖବରରେ …

ପୁଣି ଏକ ଲାଇଭ୍‌ ମୃତ୍ୟୁ : ଦିନକୁ ଦିନ ବଢ଼ୁଛି ଏପରି ଘଟଣା, କାରଣ କ’ଣ ? ଦେଖନ୍ତୁ ଭିଡ଼ିଓ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.