Home Top News ପୁଣି ଏକ ଲାଇଭ୍‌ ମୃତ୍ୟୁ : ଦିନକୁ ଦିନ ବଢ଼ୁଛି ଏପରି ଘଟଣା, କାରଣ କ’ଣ...

ପୁଣି ଏକ ଲାଇଭ୍‌ ମୃତ୍ୟୁ : ଦିନକୁ ଦିନ ବଢ଼ୁଛି ଏପରି ଘଟଣା, କାରଣ କ’ଣ ? ଦେଖନ୍ତୁ ଭିଡ଼ିଓ

85

ଉତ୍ତପ୍ରଦେଶ ୧୨-୧୦ (ଓଡ଼ିଆ ପୁଅ) ଦିନକୁ ଦିନ ବଢ଼ୁଛି ଲାଇଭ ମୃତ୍ୟୁ। ଅର୍ଥାତ୍ ତୁରନ୍ତ ଦୃଦଘାତରେ ମୃତ୍ୟୁ। ଏ କେଉଁ ପ୍ରକାରର ମୃତ୍ୟୁ ? ପୂର୍ବରୁ କେବେ ଏହି ପରି ଘଟଣା ଦେଖିନଥିଲେ କି ପ୍ରାୟତଃ ଶୁଣି ନଥିଲେ। ଏହିପରି ପୁନଃ ଏକ ଲାଇଭ ମୃତ୍ୟୁର ଘଟଣାର ଭିଡ଼ିଓ ଆସିଛି।

ଦେଖନ୍ତୁ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରୁଥିବା ୫୦ ବର୍ଷୀୟ ରାମପ୍ରସାଦ ପାଣ୍ଡେ ନିଜେ ମଞ୍ଚ ଉପରେ କିପରି ପଡ଼ିଗଲେ। ହୃଦଘାତ ହେତୁ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କଲେ।

ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବା ରାମ ପ୍ରସାଦ ପାଣ୍ଡେଙ୍କର ଆରତୀ କରାଯାଉଥିଲା ସମୟରେ ସେ ପଛପଟକୁ ଟଳିପଡ଼ିଲେ। ଆରତୀ ସମୟରେ ହୃଦଘାତ ଆସିଥିଲା।

ଏହି ଦୁର୍ଘଟଣା ଘଟିଛି ୟୁପିର ଜୌନପୁର ଜିଲ୍ଲାର ରାମଲୀଳାରେ। ମାଖଲିଶାହର ତହସିଲ ଅଞ୍ଚଳର ବାଲାସିନ୍ ଗାଁର ଏହି ଦୁର୍ଘଟଣା। ରାମ ପ୍ରସାଦ ପାଣ୍ଡେ ଆଦର୍ଶ ରାମଲିଲା ସମିତିର ସଦସ୍ୟ ଥିଲେ। ସେ ଭଗବାନ ଶିବ ଭାବରେ ଦୀର୍ଘ ବର୍ଷଧରି ଅଭିନୟ କରୁଥିଲେ। ବସିଥିବା ସାଥୀ କଳାକାରମାନେ ତାଙ୍କୁ ଉଠାଇ ଥିଲେ। ତାଙ୍କୁ ଡାକ୍ତରଖାନା ନେଇଥିଲେ, ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ରାମ ପ୍ରସାଦଙ୍କୁ ପୁତୁରା ସଞ୍ଜୟ କୁହନ୍ତି, ୫୨ ବର୍ଷ ଧରି ଆମ ଗାଁରେ ରାମଲୀଳା ମଞ୍ଚସ୍ଥ ହେଉଛି। ଆମ ପରିବାର ଏହାକୁ ସମ୍ପୂର୍ଣ୍ଣ ଦାୟିତ୍ତ୍ବରେ ମଞ୍ଚସ୍ଥ କରିଆସୁଛନ୍ତି। ମୋର ଜେଜେବାପା ତଥା ପୂର୍ବତନ ପ୍ରିନ୍ସପାଲ ଡକ୍ଟର ରାମ ଶ୍ରୀରଙ୍ଗ ଶୁକ୍ଲା ୫୦ ବର୍ଷ ଧରି ସଫଳତାର ସହ ମଞ୍ଚ ପରିଚାଳନା କରିଥିଲେ। କିନ୍ତୁ, ଗତ ବର୍ଷ ହେଲା ସେ ସ୍ୱାସ୍ଥ୍ୟଗତ କାରଣରୁ ଅପରେସନ୍ ହେବା ପରେ ଏହା କରି ପାରୁନାହାଁନ୍ତି। କିନ୍ତୁ ମୋର କକା ରାମପ୍ରସାଦ ୨୬ ବର୍ଷ ବୟସରୁ ରାମଲାଲା ଷ୍ଟେଜରେ ପ୍ରଭୁ ଶିବଙ୍କ ଭୂମିକା କରିଆସୁଥିଲେ। ତାଙ୍କର ହଠାତ୍ ମୃତ୍ୟୁ ଯୋଗୁଁ ସମଗ୍ର ଗାଁ ଆଶ୍ଚର୍ଯ୍ୟ ହୋଇଯାଇଛି।

ମଞ୍ଚ ସମୟରେ ମୃତ୍ୟୁ ହେତୁ ରାମ ଲୀଳା ବନ୍ଦ ହୋଇଯାଇଥିଲା ଏବଂ ଗାଁରେ ଶୋକ ପ୍ରକାଶ ପାଇଛି।

ଏଠାରେ ସୂଚନାଯୋଗ୍ୟଯେ, ଏହା ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଛି ଆପଣ ନିମ୍ନ ଲିଖିତ ଖବରରେ ଏହି ଘଟଣାକ୍ରମ ଜାଣିପାରିବେ।

ଚାଲିଥିଲା ରାମଲୀଳା, ହନୁମାନ ଭୁମିକାରେ ଥିଲେ : ଡାକିନେଲା ଯମ, ଆଉ ଏକ ଲାଇଭ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.