Home ଓଡ଼ିଶା ଏମଏସଏମଇକୁ ସୁଦୃଢ଼ କରିବା ନେଇ ବଜେଟରେ ପ୍ରସ୍ତାବ

ଏମଏସଏମଇକୁ ସୁଦୃଢ଼ କରିବା ନେଇ ବଜେଟରେ ପ୍ରସ୍ତାବ

283

– ଏମଏସଏମଇ ପାଇଁ ଋଣ ପ୍ରଦାନକୁ ସହଜ ଓ ସୁଗମ କରିବା ଲାଗି ଉତ୍ସର୍ଗୀକୃତ ଅନଲାଇନ ପୋର୍ଟାଲ
– ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନା ଅଧୀନରେ ବାର୍ଷିକ ୧.୫ କୋଟିରୁ କମ ଆୟ ଥିବା ୩ କୋଟି ଖୁଚୁରା ବିକ୍ରେତା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ପେନସନ ସୁବିଧା
– ସ୍ଫୂର୍ତି ଯୋଜନାରେ ପ୍ରତିଷ୍ଠା ହେବ ୧୦୦ ନୂତନ କ୍ଲଷ୍ଟର, ଲାଭବାନ ହେବେ ୫୦ ହଜାର କାରିଗର
– ଗ୍ରାମୀଣ କୃଷି ଉଦ୍ୟୋଗ କ୍ଷେତ୍ରରେ ୭୫ ହଜାର ଦକ୍ଷ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ

ଚଳିତ ବର୍ଷ କେନ୍ଦ୍ର ବଜେଟ “ମେକ ଇନ ଇଣ୍ଡିଆ” ଉପରେ ବିଶେଷ ଗୁରୁତ୍ୱ ଦେଉଛି। ବିଶେଷ କରି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ଗୁଡିକ ଉପରେ ଧ୍ୟାନ ଦିଆଯାଉଛି। ଆଜି ସଂସଦରେ ତାଙ୍କର ସବୁଠାରୁ ବଡ ବକ୍ତବ୍ୟ ରଖି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏହି କ୍ଷେତ୍ରକୁ ସୁଦୃଢ଼ କରାଯିବ ନେଇ ଲକ୍ଷ୍ୟ ରଖାଯାଇଥିବାର ଘୋଷଣା କରିଛନ୍ତି। ଏମଏସଏମଇଗୁଡିକ ପାଇଁ ଋଣ ପ୍ରଦାନକୁ ସହଜ ଓ ସୁଗମ କରାଯିବା ଲାଗି ସରକାର ଏକ ଉତ୍ସର୍ଗୀକୃତ ଅନଲାଇନ ପୋର୍ଟାଲ ମାଧ୍ୟମରେ ୫୯ ମିନିଟରେ ୧ କୋଟି ଟଙ୍କା ପ୍ରଦାନ କରିବା ଲାଗି ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସଟି ପଞ୍ଜିକୃତ ସମସ୍ତ ଏମଏସଏମଇଗୁଡିକୁ ନୂତନ ଓ ବଢ଼ିଥିବା ଋଣ ଉପରେ ଶତକଡା ୨ ପ୍ରତିଶତ ହାରରେ ୩୫୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯିବ।

ସରକାରୀ ଦେୟରେ ବିଳମ୍ବ ଦୂର କରିବା ପାଇଁ ବିଲ୍ ଓ ଦେୟ ଫାଇଲ କରିବା ଲାଗି ଏମଏସଏମଇ ଗୁଡିକୁ ସମର୍ଥ କରିବା ପାଇଁ ଏକ ଦେୟ ପ୍ଲାଟଫର୍ମ ନିର୍ମାଣ କରିବା ଲାଗି ସରକାର ଆଗ୍ରହୀ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ।

ଅର୍ଥମନ୍ତ୍ରୀ ପୁନଶ୍ଚ ସୂଚନା ପ୍ରଦାନ କରିଥିଲେ ଯେ, ସରକାର ବାର୍ଷିକ ୧.୫ କୋଟିରୁ କମ କାରବାର କରୁଥିବା ଛୋଟ ଦୋକାନୀ ଓ ଖୁଚୁରା ବିକ୍ରେତା ମାନଙ୍କୁ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନା ଅଧୀନରେ ପେନସନ ପ୍ରଦାନ କରିବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି। ଏହି ଯୋଜନାରେ ଅନ୍ତର୍ଭୁକ୍ତି ପ୍ରକ୍ରିୟାକୁ ସରଳ ରଖାଯାଇଛି। ଏଥିପାଇଁ କେବଳ ଆଧାର, ବ୍ୟାଙ୍କ ଖାତା ଓ ନିଜ ଦ୍ୱାରା ଏକ ଘୋଷଣନାମା ଆବଶ୍ୟକ।

ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ଯେ, ସ୍କିମ ଅଫ ଫଣ୍ଡ ଫର ଅପଗ୍ରେଡେସନ ଆଣ୍ଡ ରିଜେନେରେସନ ଅଫ ଟ୍ରାଡିସନାଲ ଇଣ୍ଡଷ୍ଟି୍ରଜ୍ (ସ୍ଫୂର୍ତି) ଅଧୀନରେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୦୦ଟି ନୂତନ କ୍ଲଷ୍ଟର ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୫୦ ହଜାର କାରିଗର ଅର୍ଥନୈତିକ ମୂଲ୍ୟ ଶୃଙ୍ଖଳ ସହିତ ଜଡିତ ହେବେ। ସ୍ଫୂର୍ତିର ଲକ୍ଷ୍ୟ ରହିବ ସାଧାରଣ ସହାୟକ କେନ୍ଦ୍ର (ସିଏଫସି) ପ୍ରତିଷ୍ଠା କରିବା। ଏହା କ୍ଲଷ୍ଟର ଆଧାରିତ ବିକାଶ ପାଇଁ ସହାୟକ ହେବ। ଏହା ଫଳରେ ପାରମ୍ପରିକ ଶିଳ୍ପ ଅଧିକ ଉତ୍ପାଦକକ୍ଷମ, ଲାଭପ୍ରଦ ହେବା ସହିତ ସ୍ଥାୟୀ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏଥି ଅନ୍ତର୍ଗତ ବାଉଁଶ, ମହୁ ଓ ଖଦୀ ଶିଳ୍ପ ବିଶେଷ ଭାବେ ଧ୍ୟାନ ଦିଆଯାଉଛି।

ମନ୍ତ୍ରୀ ପୁନଶ୍ଚ ଘୋଷଣା କରିଥିଲେ ଯେ ସ୍କିମ ଫର ପ୍ରମୋସନ ଅଫ ଇନୋଭେସନ, ରୁରାଲ ଇଣ୍ଡଷ୍ଟି୍ରଜ୍ ଆଣ୍ଡ ଏଂଟରପ୍ରେନ୍ୟୁଅରସିପ (ଆସପାୟାର) ଅନ୍ତର୍ଗତ ୨୦୧୯-୨୦ ଆର୍ଥିିକ ବର୍ଷରେ କୃଷି-ଗ୍ରାମୀଣ ଶିଳ୍ପ କ୍ଷେତ୍ରରେ ୭୫ ହଜାର ଦକ୍ଷ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ୮୦ଟି ଜୀବିକା ବ୍ୟବସାୟ ଇନକ୍ୟୁବେଟର୍ସ (ଏଲବିଆଇ) ଓ ୨୦ଟି ପ୍ରଯୁକ୍ତି ବ୍ୟବସାୟ ଇନକ୍ୟୁବେଟର୍ସ (ଟିବିଆଇ) ପ୍ରତିଷ୍ଠା କରାଯିବ।

ବଜେଟରେ ବ୍ୟବସ୍ଥା ରହିଛି କି କୃଷକ ଏହାର ଜମିରୁ ଉତ୍ପାଦନ କରୁଥିବା ଶସ୍ୟ ଓ ଏଥି ସହିତ ସମ୍ପୃକ୍ତ ସହାୟକ କାର୍ଯ୍ୟଧାରାକୁ ସହାୟତା ପ୍ରଦାନ କରିବା ପାଇଁ ସରକାର ଘରୋଇ ଉଦ୍ୟୋଗ ଗୁଡିକୁ ସମର୍ଥନ କରିବେ। ଗୋରୁ ଗାଈ ମାନଙ୍କ ପାଇଁ ଖାଦ୍ୟ ନିର୍ମାଣକାରୀ ଭିତିଭୂମି ସୃଷ୍ଟି, ଅମଳ, ପ୍ରକ୍ରିୟାକରଣ ଓ ବିକ୍ରୟକୁ ପ୍ରୋତ୍ସାହିତ କରି ଗୋ-ପାଳନ କରୁଥିବା ସମବାୟ ଗୁଡିକୁ ପ୍ରୋତ୍ସାହିତ କରାଯିବ।

ପରୋକ୍ଷ କର ମାଧ୍ୟମରେ ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ବଜେଟରେ ମଧ୍ୟ ପ୍ରସ୍ତାବ ରହିଛି। ଏହା ଏମଏସଏମଇ କ୍ଷେତ୍ରକୁ ମଧ୍ୟ ସହାୟକ ହୋଇପାରେ। ଉଦାହରଣ ସ୍ୱରୁପ ଘରୋଇ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି କାଜୁ ବାଦାମର ମଞ୍ଜି, ପିଭିସି, ଭିନିଲ ଫ୍ଲୋରିନ, ଟାଇଲ୍ସ, ମେଟାଲ ଫିଟିଂ, ଆସବାସ ପତ୍ର, ଅଟୋ ପାର୍ଟ, କେତେକ ପ୍ରକାରର ସିନ୍ଥେଟିକ ରବର, ମାର୍ବଲ ସ୍ଲାବ, ଅପ୍ଟିକାଲ ଫାଇବର କେବୁଲ, ସିସିଟିଭି କ୍ୟାମେରା, ଆଇପି କ୍ୟାମେରା, ଡିଜିଟାଲ ଓ ନେଟୱର୍କ ଭିଡିଓ ରେକର୍ଡର ଇତ୍ୟାଦି ଉପରେ ସୀମା ଶୁଳ୍କ ଧାର୍ଯ୍ୟ କରାଯାଇଛି। ଭାରତରେ ନିର୍ମାଣ କରାଯାଉଥିବା କେତେକ ବୈଦ୍ୟୁତିକ ଉପରକରଣ ଉପରୁ ସୀମା ଶୁଳ୍କ ଛାଡ କରାଯାଇଛି। ପାମ ଷ୍ଟେରାଇନ୍, ଫ୍ୟାଟି ଅଏଲ ଏବଂ ବିଭିନ୍ନ ପ୍ରକାରର କାଗଜ ଉପରୁ ଶୁଳ୍କ ଛାଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.