Home ଆନ୍ତର୍ଜାତୀୟ ପିଲାଟି ଦେହରେ ଗୁଡ଼େଇ ହେଲେ ୬ ଅଜଗର ସାପ, ହେଲେ ସେ ଦେଖିଚାଲିଥିଲା କାର୍ଟୁନ, ଦେଖନ୍ତୁ...

ପିଲାଟି ଦେହରେ ଗୁଡ଼େଇ ହେଲେ ୬ ଅଜଗର ସାପ, ହେଲେ ସେ ଦେଖିଚାଲିଥିଲା କାର୍ଟୁନ, ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ

4457

ନୂଆ ଦିଲ୍ଲୀ ୬-୭ (ଓଡ଼ିଆ ପୁଅ) ସାପକୁ ପାଖରେ ଦେଖି ଆମମାନଙ୍କର ହାତ ଗୋଡ଼ ଥରିବା ଆରମ୍ଭ କରିବ ଏବଂ ଯଦି ଅନେକ ସାପ ପୁଣି ଅଜଗର, ଆପଣଙ୍କ ପାଖରେ ବେଡ ଉପରକୁ ଆସିଯାଏ ତେବେ ଆପଣଙ୍କର କ’ଣ ହେବ ତାହା ଆପଣ ଅନୁଭବ କରିପାରୁଥିବେ। କିନ୍ତୁ ତେଳେ ଦିଆଯାଇତିବା ଭିଡ଼ିଓରେ କିଛି ଏହିପରି ଅଜବ ଘଟଣା ଦେଖିବାକୁ ମିଳିବ। ଏବେ ଇଣ୍ଡୋନେସିଆର ଏକ ଶିଶୁର ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ୍ ହେଉଛି। ଭିଡ଼ିଓରେ ଦେଖା ଯାଉଛି କି ବେଡ ଉପରେ ଶୋଇଥିବା ଝିଅ ଉପରେ ଅନେକ ଅଜଗର ଚଢ଼ୁଛନ୍ତି, କିଛି ତା’ ଶରୀରରେ ଗୁଡ଼େଇ ହେଉଛନ୍ତି, କିନ୍ତୁ ସେ ଝିଅଟି ସେଠାରୁ ପଳେଇବା, ହଲ୍ଲା କରିବା ପରିବର୍ତ୍ତେ ମୋବାଇଲରେ କାର୍ଟୁନ ଭିଡ଼ିଓ ଦେଖିବାରେ ସମ୍ପୂର୍ଣ୍ଣ ଭାବରେ ବ୍ୟସ୍ତ ଅଛି।

https://twitter.com/odiapuanews/status/1147459001279324163

Al Sukorejoi ଏହି ଭିଡ଼ିଓ ୟୁଟ୍ୟୁବରେ ଅପଲୋଡ କରିଛନ୍ତି। ଏହି ଭିଡ଼ିଓ ରାଜଧାନୀ ଜାକର୍ତାର ତାଂଗରେଂଗରେ ସୁଂଟି କରାଯାଇଛି। ମହାରାଣୀ ନାମକ ଏହି ଝିଅ ସେହି ସମୟରେ “Upin & Ipin” ନାମକ ଆନିମେଟେଡ ଶୋ ଦେଖୁଥିଲା। ଭିଡ଼ିଓ ରେ ଯେଉଁ ଛଅଟି ସାପ ଶିଶୁ ସହିତ ବେଡ ଉପରେ ଅଛନ୍ତି ସେଗୁଡ଼ିକ ମଧ୍ୟରେ ଗ୍ରୀନ ଟ୍ରି ପାୟଥନ, ରିଟିକୁଲେଟେଡ ପାୟଥନ ଏବଂ ୟେଲୋ ବର୍ମୀଜ ପାୟଥନ ମଧ୍ୟ ସାମିଲ ଅଛନ୍ତି।

ପୁଣି ଥରେ ଅଜଗର ଶିଶୁର ମୁଁହକୁ ମଧ୍ୟ ନିଜର ଶୀରରେ ଗୁଡ଼ାଇବାକୁ ଚେଷ୍ଟା କରୁଥାଏ କିନ୍ତୁ ଏହି ଶିଶୁ କାର୍ଟୁନ ଦେଖିବାରେ ଏତେ ବୁଡ଼ି ରହିଥିଲା ଯେ, ତାକୁ କୌଣସି ଫରକ ପଡ଼ୁନଥିଲା। ସେହିପରି ସ୍ଥିତିରେ ମଧ୍ୟ ଦେଖିବା ପାଇଁ ଜାଗା ବନାଉଥିଲା।

ସୋସିଆଲ୍ ମିଡ଼ିଆରେ ୟୁଜର୍ସ ଏହି ଭିଡ଼ିଓକୁ ନେଇକରି ଅନେକ କମେଣ୍ଟ୍ସ ଆସୁଛି। କିଛି ୟୁଜର୍ସ ଝିଅଟିର ଜୀବନ ବିପଦରେ ପକାଇବା ପାଇଁ ତା’ର ମାତା ପିତାଙ୍କୁ ଦୋଷ ଦେଉଛନ୍ତି।

 

https://youtu.be/MW210KR1YK8

https://twitter.com/odiapuanews/status/1147459001279324163

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.