Home ଅନୁଗୁଳ ଏନ୍‌.ଟି.ପି.ସି ଏବଂ ଏନ.ଆଇ.ଆଇ.ଏଫ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଏନ୍‌.ଟି.ପି.ସି ଏବଂ ଏନ.ଆଇ.ଆଇ.ଏଫ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

61

ତାଳଚେର,୧୮/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଦେଶର ବୃହତମ ଶକ୍ତି ଉତ୍ପାଦନକାରୀ କମ୍ପାନୀ ଏନ୍‌.ଟି.ପି.ସି ଲିମିଟେଡ଼ ଜୁଲାଇ ୧୬ ତାରିଖରେ ଜାତୀୟ ପୁଞ୍ଜି ବିନିଯୋଗ ଏବଂ ଭିତିିଭୂମି ପାଣ୍ଠି (ଏନ୍‌.ଆଇ.ଆଇ.ଏଫ୍‌) ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛି । ଜାତୀୟ ପୁଞ୍ଜି ବିନିଯୋଗ ଏବଂ ଭିତିିଭୂମି ପାଣ୍ଠି ମାଧ୍ୟମରେ ଅକ୍ଷୟ ଉଜ୍ଜ୍ୱାର୍,ଭାରତରେ ପାରସ୍ପରିକ ଅଭିସନ୍ଧିର ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ଶକ୍ତି ବଂଟନ ଆଦି ସୁଯୋଗର ଅନୁସନ୍ଧାନ କରିବା ଏହା କାର୍ଯ୍ୟ କରିବ । ଏନ୍‌.ଟି.ପି.ସି.ର ସିଏମଡି ଗୁରୁଦୀପ ସିଂ ଏବଂ ଏନ.ଆଇ.ଆଇ.ଏଫ୍‌.ଏଲ.ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ସୁଜୟ ବୋଷଙ୍କଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଏନ୍‌.ଟି.ପି.ସି.ର ନିର୍ଦ୍ଦେଶକ(ବାଣିଜ୍ୟିକ) ଏ.କେ.ଗୁପ୍ତା,ଏନ.ଆଇ.ଆଇ.ଏଫ୍‌.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ପ୍ରତ୍ୟକ୍ଷ ନିବେଶ,ଅମ୍ବାଲିକା ବାନାର୍ଜୀ,ଏନ୍‌.ଟି.ପି.ସି.ର ନିର୍ଦ୍ଦେଶକ (ବିତ) ଏ.କେ.ଗୈାତମ, ଏନ.ଆଇ.ଆଇ.ଏଫ୍‌.ର ପରିଚାଳନା ସହଭାଗୀ,ମାଷ୍ଟର ଫଣ୍ଡ,ବିନୋଦ ଗିରି ଏବଂ ଉଭୟ ପକ୍ଷର ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ । ଏନ୍‌.ଟି.ପି.ସି.ର ଜିଏମ୍ (ବିଡି-ଡୋମେଷ୍ଟିକ) ସଙ୍ଗୀତା କୈାଶିକ ଏବଂ ଏନ.ଆଇ.ଆଇ.ଏଫ୍‌.ଏଲ.ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୂଖ୍ୟ ପରିଚାଳନା ଅଧିକାରୀ ରାଜୀବ ଧରଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଏହି ଏମଓୟୁ ଦ୍ୱାରା ଏନ୍‌.ଟି.ପି.ସି. ଏବଂ ଏନ.ଆଇ.ଆଇ.ଏଫ୍‌.ଏଲ. ଉଭୟ ଦେଶରେ ନିରନ୍ତର ତଥା ଶକ୍ତି ଭିତିଭୂମି ନିର୍ମାଣର ଦୃଷ୍ଟିକୋଣକୁ ଅଧିକ ସହାୟତା କରିବା ଲକ୍ଷ୍ୟ ରଖାଯାଇଛି । ଏନ୍‌.ଟି.ପି.ସି.ର ବୈଷୟିକ ଜ୍ଞାନକୈାଶଳ ଓ ଏନ.ଆଇ.ଆଇ.ଏଫ୍‌.ଏଲ.ର ପୁଞ୍ଜି ସଂଗ୍ରହ କରିବାର କ୍ଷମତା ଏବଂ ଅଗ୍ରଣୀ ସଂସ୍ଥାମାନଙ୍କର ସହ ଏହାର ବିଦ୍ୟମାନ ସମ୍ପର୍କକୁ ବ୍ୟବହାର କରି ବିଶ୍ୱସ୍ତରୀୟ ସର୍ବୋତମ କାର୍ଯ୍ୟ ହାସଲ କରିବା ଏହି ସହଭାଗିତାର ଲକ୍ଷ୍ୟ ରହିଛି । ଏନ୍‌.ଟି.ପି.ସି. ଗ୍ରୁପରେ ସମୁଦାୟ ସ୍ଥାପିତ କ୍ଷମତା ୬୨୧୧୦ ମେଗାୱାଟ ସହିତ ୭୦ଟି ପାୱାର ଷ୍ଟେସନ ରହିଛି । ଯେଉଁଥିରୁ ୨୪ଟି କୋଇଲା,୭ଟି ମିଳିତ ଚକ୍ର ଗ୍ୟାସ/ତରଳ ଇନ୍ଧନ,୧ଜଳଜ,୧୩ଟି ଅକ୍ଷୟ ଉଜ୍ଜ୍ୱାର୍ ୨୫ଟି ଅଂଶୀଦାର ଭିତିକ ଏବଂ ଜେଭି ଶକ୍ତି କେନ୍ଦ୍ର ରହିଛି । ୨୦୩୨ ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ ଏହାର ସାମଗ୍ରିକ ଶକ୍ତି ଉତ୍ପାଦନ କ୍ଷମତାର ପ୍ରାୟ ୩୨ଗିଗା ୱାଟ୍ ଏନ୍‌.ଟି.ପି.ସି. ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.