Home ଓଡ଼ିଶା ତହସିଲ୍‌ଦାରଙ୍କ ଦ୍ୱାରା ବ୍ୟାପକ ଖଣି ଚଢାଉ ୩ ପାୱାର ଟିଲର ଜବତ

ତହସିଲ୍‌ଦାରଙ୍କ ଦ୍ୱାରା ବ୍ୟାପକ ଖଣି ଚଢାଉ ୩ ପାୱାର ଟିଲର ଜବତ

137

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୭-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅନ୍ତର୍ଗତ ଝାରପଡା ଆର.ଆଇ ସର୍କଲ ଅଧିନରେ ଥିବା ଜଙ୍କିଆ ପଂଚାୟତ ଅଂଚଳରେ ଅନେକ ଲଘୁଜାତ ଖଣିଜ ପଦାର୍ଥ ଖଣି ଥିବାବେଳେ ସେଥିରୁ ଚୋରାରେ ଲଘୁଜାତ ଖଣିଜ ପଦାର୍ଥ ପରିବହନ ଦ୍ୱାରା ସରକାର ଅନେକ ରାଜସ୍ୱ ହରାଉଛନ୍ତି । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷଙ୍କ ନିର୍ଦ୍ଧେଶରେ ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ବ୍ୟାପକ ଖଣି ଚଢାଉ କରିଥିବା ଜଣା ପଡିଛି ।  ଜୁଲାଇ ୧୮ ତାରିଖ ସକାଳ ୧୦ଘଟିକା ସମୟରେ ଝାରପଡା ଆର.ଆଇ ସର୍କଲ ଓସ୍ତପଡାର ଏକ ଖଣି ଉପରେ ଚଢାଉ  କରିଥିଲେ । ଚଢାଉ ସମୟରେ ମାଙ୍କଡା ପଥର କଟା ମେସିନ୍ ୩ଟି ପାୱାର ଟିଲର କୁ ଜବତ କରିଛନ୍ତି । ଖଣି ମାଫିଆ ମାନେ ଘଟଣା ସ୍ଥଳରୁ ଦୁଇଗୋଟି ଜେସିବି ମେସିନ୍ ଓ ଗୋଟିଏ ଟିପର ଗାଡିକୁ ନେଇଯାଇଥିବାରେ ସକ୍ଷମ ହୋଇଛନ୍ତି ।

ଏହି ଖଣିରୁ ହଜାର ହଜାର ଟ୍ରିପ୍ ମୋରମ ଜାତୀୟ ରାଜପଥକୁ ବେଆଇନ୍ ଭାବେ ଚାଲାଣ କରୁଥିବା ଖବର ପାଇ ତହସିଲ୍‌ଦାର ଗତ ମାସରେ ଏହି ଖଣି ଉପରେ ଚଢାଉ କରିଥିଲେ । ତେଣୁ ଖଣି ମାଫିଆମାନେ ଖବର ପାଇ ତହସିଲ୍‌ଦାର ପହଁଚିଲା ବେଳକୁ ଜେସିବି ମେସିନ୍ କୁ ହଟାଇ ଦେଇଥିଲେ । କିିନ୍ତୁ ଜୁଲାଇ ୧୮ ତାରିଖ ଚଢାଉରେ ତହସିଲ୍‌ଦାରଙ୍କ ସାମନାରେ ଜେସିବି ମେସିନ୍ କୁ ଖଣି ମାଫିଆ ମାନେ ନେଇଥିବା ଜଣା ପଡିଛି । ଏ ସମ୍ପର୍କେ ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟଙ୍କୁ ଫୋନ୍ ରେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଝାରପଡା ଆର.ଆଇ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ଯୋଗା ଯୋଗ କରାଯାଇଥିବା ବେଳେ ସେ ଜବତ ପାୱାର ଟିଲର୍ ଅଫିସ୍ ଭିତରେ ରଖାଯାଇଛି ବୋଲି ସୁଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.