Home କେନ୍ଦୁଝର ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ଥାନାରେ ଅଭିଯୋଗ

ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ଥାନାରେ ଅଭିଯୋଗ

294

ହାଟଡିହି ୧୮ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଣେ ଯୁବତୀକୁ ବିବାହ ପ୍ରଲୋଭନ ଦଖାଇ ଶାରିରୀକ ସମ୍ପର୍କ ରକ୍ଷା କରିବାପରେ ପ୍ରତାରଣା କରିବାରୁ ଯୁବତୀର ବାପା ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ କୌଣସି ପଦକ୍ଷେପ ନେଉ ନଥିବାରୁ ଯୁବତୀର ବାପା ଓ ମା ଦୁହେଁ ଏନେଇ ଆନନ୍ଦପୁର ଏସଡିପିଓ ଏବଂ ଜିଲ୍ଲା ଏସପିଙ୍କୁ ସାକ୍ଷତକରି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ନନ୍ଦିପଦା ଥାନା ନସିରିପୁର ଗ୍ରାମର ଜଣେ ଯୁୁବତୀଙ୍କୁ ନନ୍ଦିପଦା ଥାନା ହାବଳେଶ୍ୱର ପଞ୍ଚାୟତ ଶାଳବଣୀ ଗ୍ରାମର କାହ୍ନୁ ଚରଣ ଜେନା ତାଙ୍କ ଘରକୁ ଯିବା ଆସିବା କରିବା ସହିତ ବିବାହର ପ୍ରଲୋଭନ ଦେଖାଇ ଶାରୀରକ ସମ୍ପର୍କ ରଖି ିଆସୁଥିଲା । କିନ୍ତୁ ଯୁବତୀର ବାପା ମା ବିବାହ ଦିନ ଧାର୍ଯ୍ୟ ପାଇଁ କହିବାରୁ ଯୁବକ ଜଣକ ଆଉ ଧରାଛୁଆଁ ଦେଇ ନଥିଲା । ଫଳରେ ଯୁବତୀ ଜଣକ ବାଧ୍ୟହୋଇ ଯୁବକଙ୍କ ଘରକୁ ଯାଇଥିଲା । କିନ୍ତୁ ଯୁବକ ଜଣକ ରାଜି ହେଉ ନଥିବା କହି ଯୁବକଙ୍କ ପରିବାର ଲୋକେ ଯୁବତୀକୁ ଧମକ ଚମକ ଦେଇଥିଲେ । ଏନେଇ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ମାମଲାର ସମାଧାନ ପାଇଁ ଉଦ୍ୟମ ମଧ୍ୟ ହୋଇଥିଲା । ମାତ୍ର କିଛି ସୁଫଳ ନମିଳିବାରୁ ଭଦ୍ରବ୍ୟକ୍ତିଙ୍କ ପରାମର୍ଶ କ୍ରମେ ଯୁବତୀର ବାପା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ନନ୍ଦିପଦା ପୁଲିସ ଅଭିଯୋଗଟିକୁ ରଖିଦେଇ ଚୁପ ହୋଇଯିବାରୁ ଯୁବତୀର ବାପା ଏ ସମ୍ପର୍କରେ ଆନନ୍ଦପୁର ଏସଡିପିଓ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.